ETV Bharat / entertainment

ଫ୍ୟାନ୍ସଙ୍କ ସହ ‘ଖୁସୀ’ ବାଣ୍ଟିବେ ବିଜୟ, 100 ଅଭାବୀ ପରିବାରକୁ ଦାନ କରିବେ 1 କୋଟି ଟଙ୍କା

author img

By ETV Bharat Odisha Team

Published : Sep 5, 2023, 1:09 PM IST

ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥାଙ୍କ ଫିଲ୍ମ 'ଖୁସୀ' ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି । ଫିଲ୍ମର ସଫଳତାରେ ଖୁସି ହୋଇ ବିଜୟ ତାଙ୍କ ଦେୟରୁ 100 ଅଭାବୀ ପରିବାରକୁ 1 କୋଟି ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅଧିକ ପଢନ୍ତୁ

ବିଜୟ ଦେବରକୋଣ୍ଡା
ବିଜୟ ଦେବରକୋଣ୍ଡା

ହାଇଦ୍ରାବାଦ: ନିକଟରେ ରିଲିଜ୍ ହୋଇଥିବା ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ 'ଖୁସୀ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି । ଏଥିରେ ଖୁସି ହୋଇ ଫିଲ୍ମର ଅଭିନେତା ବିଜୟ ଦେବରକୋଣ୍ଡା ଏକ ନୂଆ ଘୋଷଣା କରିଛନ୍ତି । ଚଳଚ୍ଚିତ୍ର 'ଖୁସୀ' ପାଇଁ ବିଜୟ ଦେବରକୋଣ୍ଡାଙ୍କୁ ମିଳିଥିବା ତାଙ୍କ ଦେୟରୁ 100 ଜଣ ଅଭାବୀ ପରିବାରକୁ 1 କୋଟି ଟଙ୍କା ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଫିଲ୍ମ 'ଖୁସୀ' ମାତ୍ର ତିନି ଦିନ ମଧ୍ୟରେ 70 କୋଟିରୁ ଅଧିକ ଆୟ କରିଛି ।

ଅଭାବୀ ପରିବାରକୁ ଦାନ କରିବେ 1କୋଟି

ନିକଟରେ ମୁକ୍ତିଲାଭ କରିଥିବା ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର 'ଖୁସୀ' ଦିନକୁ ଦିନକୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ଫିଲ୍ମ 'ଖୁସୀ'ର ସଫଳତାରେ ଅତ୍ୟନ୍ତ ଖୁସି ଅଛନ୍ତି ବିଜୟ ଦେବରକୋଣ୍ଡା । ହାଇଦ୍ରାବାଦର ପ୍ରେକ୍ଷାଳୟ ପରିଦର୍ଶନ କରିବା ପରେ ବିଜୟ ବିଶାଖାପାଟନମରେ ଏକ ପ୍ରମୋସନାଲ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ଇଭେଣ୍ଟରେ ସେ ଘୋଷଣା କରିଛନ୍ତି ଯେ, ସେ 100ଟି ଅଭାବୀ ପରିବାରକୁ ତାଙ୍କ ଦେୟରୁ 1 କୋଟି ଟଙ୍କା ଦାନ କରିବେ । ସେ କହିଛନ୍ତି ଯେ, ସେ ତାଙ୍କ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସେ 100 ପରିବାରକୁ 1 କୋଟି ଟଙ୍କା ଦାନ କରିବାକୁ ଚାହୁଁଛନ୍ତି ।

ଏହା ମଧ୍ୟ ପଢନ୍ତୁ: Kushi promotions: ପ୍ରମୋସନ୍‌ରେ କାହିଁକି ଆସିଲେନି ସାମନ୍ଥା, ବିଜୟଙ୍କୁ ପଚାରିଲେ ନାଗାର୍ଜୁନ

ପ୍ରଶଂସକଙ୍କ ସହ ବାଣ୍ଟିବାକୁ ଚାହୁଁଛନ୍ତି ଖୁସି

ଶିବ ନିର୍ବାଣ ନିର୍ଦ୍ଦେଶିତ 'ଖୁସୀ' ପ୍ରେକ୍ଷାଳୟରେ 1 ସେପ୍ଟେମ୍ବରରେ ଏକାଧିକ ଭାଷାରେ ମୁକ୍ତିଲାଭ କରିଛି ଏବଂ ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି । 4 ସେପ୍ଟେମ୍ବରରେ ବିଜୟ ଦେବରାକୋଣ୍ଡା ବିଶାଖାପାଟନମରେ ଏକ ପ୍ରମୋସନାଲ ଇଭେଣ୍ଟରେ ଯୋଗ ଦେଇ ତାଙ୍କ ପ୍ରଶଂସକଙ୍କୁ ଖୁବ ମନୋରଞ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ କହିଥିଲେ, "ଆପଣ ଖୁସି ଅଛନ୍ତି ଏବଂ ମୁଁ ଖୁସି ଅଛି, ମୁଁ କିଛି ଚିନ୍ତା କରୁଛି ଏବଂ ମୁଁ ଜାଣେ ନାହିଁ ଯେ ମୁଁ ଏହାକୁ ସମ୍ପୂର୍ଣ୍ଣ କରିପାରିବି ନା ନାହିଁ..., ଏହା ଠିକ୍‌ କି ଭୁଲ ଜାଣିନି । କିନ୍ତୁ, ଯଦି ମୁଁ ଏହା ନକରିପାରୁଛି, ତେବେ ମୁଁ ଏହା କେବେ କରିପାରିବି ନାହିଁ । ତୁମମାନଙ୍କ ସହିତ ଖୁସି ବାଣ୍ଟିବାକୁ, ମୁଁ ମୋର 'ଖୁସୀ' ଫିସରୁ 100 ପରିବାରକୁ 1 କୋଟି ଟଙ୍କା ଦାନ କରିବି । ମୁଁ 100ଟି ଅଭାବୀ ପରିବାର ଚୟନ କରିବି ଏବଂ ସେମାନଙ୍କୁ ଆଗାମୀ 10 ଦିନରେ ପ୍ରତ୍ୟେକଙ୍କୁ 1 ଲକ୍ଷ ଟଙ୍କା ଚେକ୍ ଦେବି । ମୁଁ ମୋର ସଫଳତା, ମୋର ଖୁସି ଏବଂ ମୋର ଦରମା ସମସ୍ତଙ୍କ ସହ ବାଣ୍ଟିବାକୁ ଚାହେଁ ।"

‘ଖୁସୀ’ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଶିବ ନିର୍ବାଣ । ଏହି ଚଳଚ୍ଚିତ୍ରରେ ବିଜୟ ଦେବରାକୋଣ୍ଡା ଏବଂ ସାମନ୍ଥା ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟି 1 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ମାତ୍ର ତିନି ଦିନ ମଧ୍ୟରେ 70 କୋଟିରୁ ଅଧିକ ଆୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.