ETV Bharat / entertainment

Kushi promotions: ପ୍ରମୋସନ୍‌ରେ କାହିଁକି ଆସିଲେନି ସାମନ୍ଥା, ବିଜୟଙ୍କୁ ପଚାରିଲେ ନାଗାର୍ଜୁନ

author img

By ETV Bharat Odisha Team

Published : Sep 4, 2023, 3:22 PM IST

ବିଜୟ ଦେବରାକୋଣ୍ଡା ଏବଂ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଖୁସୀ’ ଦର୍ଶକଙ୍କଠାରୁ ଭଲ ପ୍ରଶଂସା ପାଇବାରେ ଲାଗିଛି । ଏହି ଫିଲ୍ମର ପ୍ରମୋସନ ପାଇଁ ବିଜୟ ନିକଟରେ 'ବିଗ୍ ବସ୍ ତେଲୁଗୁ ସିଜନ୍ 7' ରେ ପହଞ୍ଚିଥିଲେ। ସେଠାରେ ନାଗାର୍ଜୁନ ତାଙ୍କୁ ସାମନ୍ଥାଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ । ଅଧିକ ପଢନ୍ତୁ

ବିଗ୍ ବସ୍ ତେଲୁଗୁ ସିଜନ
ବିଗ୍ ବସ୍ ତେଲୁଗୁ ସିଜନ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କର ବହୁତ ପ୍ରଶଂସକ ଅଛନ୍ତି । ଯଦିଓ ସେ ବଲିଉଡ ଫିଲ୍ମ କରନ୍ତି ନାହିଁ, ଯେଉଁମାନେ ହିନ୍ଦୀ ଜାଣନ୍ତି ତାଙ୍କୁ ବହୁତ ପସନ୍ଦ କରନ୍ତି। ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ 'ଖୁସୀ' ରିଲିଜ୍ ହେବା ପରେ ବହୁତ ଭଲପାଇବା ପାଇଥିଲା ଏବଂ ସେବେଠାରୁ ଏହା ଭଲ ପ୍ରଦର୍ଶନ ମଧ୍ୟ କରୁଛି। ବିଜୟ ଦେବରକୋଣ୍ଡା ମଧ୍ୟ ନିଜର ଦମ୍‌ ସହିତ 'ଖୁସୀ'କୁ ପ୍ରୋତ୍ସାହିତ କରିବାରେ କୌଣସି ସୁଯୋଗ ହାତ ଛଡ଼ା କରୁନାହାନ୍ତି ।

ଫିଲ୍ମ 'ଖୁସୀ'ର ପ୍ରମୋସନ୍‌ ଜୋରସୋରରେ ଚାଲିଛି, ଏନେଇ ବିଜୟଙ୍କୁ ପ୍ରସିଦ୍ଧ ରିଅଲିଟି ସୋ' ‘ 7'ରେ ଦେଖିବାକୁ ମିଳିଥିଲା । ଟେଲିଭିଜନର ଲୋକପ୍ରିୟ ରିଆଲିଟି ସୋ’ର ସପ୍ତମ ସିଜନ୍ ସେପ୍ଟେମ୍ବର 3 ରେ ପ୍ରିମିୟର୍ ହୋଇଥିଲା । ବିଗ୍‌ବସ୍ ତେଲୁଗୁର ନୂଆ ସିଜନ ପାଇଁ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ରହିଛନ୍ତି । କ୍ରମାଗତ ସୋ’ରୁ ଅନେକ ପ୍ରମୋ ରିଲିଜ କରାଯାଇସାରିଛି ।

ବର୍ତ୍ତମାନ ସୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି ଯେଉଁଥିରେ ନାଗାର୍ଜୁନ ବିଜୟ ଦେବରକୋଣ୍ଡାଙ୍କୁ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ବିଷୟରେ ପଚାରିଥିବାର ଦେଖିବାକୁ ମିଳିବ । ଉଲ୍ଲେଖନୀୟ ଯେ, ନାଗାର୍ଜୁନ ବହୁ ବର୍ଷ ଧରି ବିଗ୍ ବସ୍ ତେଲୁଗୁର ହୋଷ୍ଟ କରି ଆସୁଛନ୍ତି । ବିଜୟ ଦେବରକୋଣ୍ଡା 'ଖୁସୀ'ର ପ୍ରମୋଶନ ପାଇଁ ଏହି ସୋ’କୁ ଆସିଥିଲେ । ସୋ’ର ପ୍ରିମିୟର୍ ସମୟରେ ନାଗାର୍ଜୁନ ବିଜୟ ଦେବରକୋଣ୍ଡାଙ୍କୁ ପଚାରିଥିଲେ ଯେ ସେ ଏକୁଟିଆ ଆସିଛନ୍ତି, ସାମନ୍ଥା ରୁଥ୍‌ ପ୍ରଭୁ କାହିଁକି ତାଙ୍କ ସହ ଆସିନାହାଁନ୍ତି ? ଏହି ପ୍ରଶ୍ନର ଉତ୍ତରରେ ବିଜୟ ଦେବରକୋଣ୍ଡା କେବଳ ହସି ଦେଇଥିଲେ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ୪ ବର୍ଷ ଯାଏଁ ଚାଲିଲା ସମ୍ପର୍କ, ଅଲଗା ହେଲେ ସାମନ୍ଥା-ନାଗା ଚୈତନ୍ୟ

ସୂଚନାଯୋଗ୍ୟ ଯେ, ସାମନ୍ଥା ରୁଥ୍‌ ପ୍ରଭୁ 2017ରେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ୪ ବର୍ଷ ପରେ, ସେମାନେ 2021 ମସିହାରେ ଛାଡ଼ପତ୍ର ନେଇଥିଲେ ଏବଂ ଆଗକୁ ବଢ଼ିବାକୁ ସ୍ଥିର କଲେ । ସାମନ୍ଥା ଏକ ବିବୃତ୍ତି ଜାରି କରି କହିଥିଲେ ଯେ, ଅନେକ ଆଲୋଚନା ଏବଂ ପରାମର୍ଶ ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଉଭୟ ଗୋଟିଏ ଦଶନ୍ଧି ଧରି ଉତ୍ତମ ବନ୍ଧୁ ଥିଲୁ । ବର୍ତ୍ତମାନଠାରୁ ଭିନ୍ନ ଯାତ୍ରା କରିବା ନେଇ ଉଭୟ ସାମନ୍ଥା ଓ ଚୈତନ୍ୟ ଟ୍ବିଟ୍ କରିଛନ୍ତି । ଏହାସହ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଗଣମାଧ୍ୟମକୁ ସମର୍ଥନ କରିବାକୁ ଉଭୟ ଅନୁରୋଧ କରିଛନ୍ତି ।

ଏହାସହିତ ତାଙ୍କର ଗୋପନୀୟତାକୁ ରକ୍ଷା କରିବାକୁ ସେମାନେ ଅନୁରୋଧ ମଧ୍ୟ କରିଛନ୍ତି । ଯାହା ଫଳରେ ସେମାନେ ନିଜ ନିଜ ଜୀବନରେ ଆଗକୁ ବଢିପାରିବେ । ଗତ କିଛି ଦିନ ଧରି ଉଭୟଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, ଯେତେବେଳେ ସାମନ୍ଥା ତାଙ୍କ ଟ୍ବିଟର ଆକାଉଣ୍ଟରୁ ସରନେମ ହଟାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.