ETV Bharat / entertainment

ନାଲି ଶାଢୀରେ ସାମନ୍ଥା, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

author img

By

Published : Aug 16, 2023, 5:36 PM IST

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଖୁସି’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଖୁସିର ମ୍ୟୁଜିକାଲ ଇଭେଣ୍ଟରୁ ସାମନ୍ଥା କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ସାମନ୍ଥା ରୁଥ ପ୍ରଭୁ
ସାମନ୍ଥା ରୁଥ ପ୍ରଭୁ

ହାଇଦ୍ରାବାଦ: ଦକ୍ଷିଣ ସିନେମାର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଭିନୟରୁ ବ୍ରେକ୍‌ ନେଇ ଏବେ ବିଶ୍ରାମ କରୁଛନ୍ତି । କିନ୍ତୁ ଏହି ସମୟରେ ତାଙ୍କର ଆଗାମୀ ଫିଲ୍ମ 'ଖୁସି' ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ 'ଖୁସି' ସହ-ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସାମନ୍ଥା ଏବଂ ବିଜୟ ଗତକାଲି ରାତିରେ ହାଇଦ୍ରାବାଦରେ ଚଳଚ୍ଚିତ୍ର 'ଖୁସି' ପାଇଁ ମ୍ୟୁଜିକ୍‌ କନସର୍ଟରେ ଏକ ଚମତ୍କାର ନୃତ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଥିଲେ। ଏଠାରୁ ସାମନ୍ଥା ଏବଂ ବିଜୟଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ସାମନ୍ଥା ଏହି ଇଭେଣ୍ଟରୁ ତାଙ୍କର ସୁନ୍ଦର ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

16 ଅଗଷ୍ଟ ବୁଧବାର ଦିନ ସାମନ୍ଥା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହି କାର୍ଯ୍ୟକ୍ରମର ଅନେକ ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡିକ ସେୟାର କରି ସାମନ୍ଥା ଲେଖିଛନ୍ତି, 'ଏହି ମ୍ୟୁଜିକାଲ ରାତି ପାଇଁ ଧନ୍ୟବାଦ, ଭେଟ ହେବ ଖୁସି ସହିତ ।' ଏଥିସହିତ, ସାମନ୍ଥାଙ୍କ ଏହି ଫଟୋଗୁଡ଼ିକରେ 4ଲକ୍ଷରୁ ଅଧିକ ଲାଇକ୍ ଆସିଛି ।

ଏହା ମଧ୍ୟ ପଢନ୍ତୁ: ଭିଡିଓ ଭାଇରାଲ ପରେ ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଲେ ଶିଳ୍ପା ଶେଟ୍ଟୀ

ସାମନ୍ଥାଙ୍କ ଫଟୋ ବିଷୟରେ କହିବାକୁ ଗଲେ, ସେ ଏକ ବ୍ୟାକଲେସ୍ ବ୍ଲାଉଜ ସାଙ୍ଗକୁ ଲାଲ୍ ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ଏଥିସହିତ ଏକ ଫଟୋରେ ସେ ସହ-ତାରକା ବିଜୟଙ୍କ ସହ ହସୁଥିବା ନଜର ଆସିଛନ୍ତି। ଏହି ସମୟରେ, କିଛି ଫଟୋ ଇଭେଣ୍ଟରୁ ଆସିଛି, ଯେଉଁଥିରେ ସେ ଗ୍ରେ- ବ୍ଲାକ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Darren Kent passes away: 36 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଡେରେନ କେଣ୍ଟ

ଶିବ ନିର୍ବାଣଙ୍କ ନିର୍ଦ୍ଦେଶିତ ଖୁସି ଜଣେ କାଶ୍ମୀରୀ ଝିଅ (ସାମନ୍ଥା ରୁଥ ପ୍ରଭୁ) ଏବଂ ଜଣେ ସେନା ଅଧିକାରୀ (ବିଜୟ ଦେବରକୋଣ୍ଡା)ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ବିଜୟ ଏବଂ ସାମନ୍ତଙ୍କ ବ୍ୟତୀତ ଜୟରାମ, ହାସ୍ୟ ଅଭିନେତା ଭେନେଲା କିଶୋର ଏବଂ ସହ ଅଭିନେତା ସଚିନ ଖେଡକର ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ମୈତ୍ରୀ ମୁଭି ମେକର୍ସ ଦ୍ୱାରା ନିର୍ମିତ ଏବଂ ଏହି ଚଳଚ୍ଚିତ୍ରର ସଙ୍ଗୀତ ହେଶାମ ଅବଦୁଲ ୱାହାବ ଦେଇଛନ୍ତି । ସାମନ୍ଥା ଏବଂ ବିଜୟ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି। ଖୁସି ଫିଲ୍ମ ସେପ୍ଟେମ୍ବର 1ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବାକୁ ଯାଉଛି।

ସେପଟେ ଜୁଲାଇ 28ରେ ଖୁସିର ଟାଇଟଲ୍ ଟ୍ରାକ୍ ଗୀତ ରିଲିଜ ହୋଇଥିଲା । ଗୀତଟି ହେଶାମ ଅବଦୁଲ୍‌ ୱାହାବଙ୍କ ଦ୍ୱାରା ରଚନା କରାଯାଇଥିଲା । ଏହି ଗୀତ ରିଲିଜ ହେବା ଦିନଠାରୁ ଏହି ଗୀତଟି ୟୁଟ୍ୟୁବ୍‌ରେ 11 ମିଲିୟନରୁ ଅଧିକ ଭ୍ୟୁ ମିଳି ସାରିଲାଣି । ତେବେ ଗୀତ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ମଧ୍ୟ ହିଟ୍ ହେବା ସହ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.