ETV Bharat / entertainment

ଭିଡିଓ ଭାଇରାଲ ପରେ ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଲେ ଶିଳ୍ପା ଶେଟ୍ଟୀ

author img

By

Published : Aug 16, 2023, 2:05 PM IST

ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ସମୟରେ ଜୋତା ପିନ୍ଧିଥିବାରୁ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଟ୍ରୋଲ କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ସେହି ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

ଶିଳ୍ପା ଶେଟ୍ଟୀ
ଶିଳ୍ପା ଶେଟ୍ଟୀ

ହାଇଦ୍ରବାଦ: ଟିଭି ସେଲିବ୍ରେଟ ଠାରୁ ଆରମ୍ଭ କରି ବଲିଉଡ ତାରକାମାନେ ସ୍ୱାଧୀନତା ଦିବସକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିଥିଲେ । ଏହି ବିଶେଷ ଦିନରେ ସମସ୍ତ ଟିଭି ତାରକାମାନେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକମାନଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ତାଙ୍କ ପରିବାର ସଦସ୍ୟଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ । ସେ ଜାତୀୟ ପତାକା ଉତ୍ତୋଳନ କରିବାର ଭିଡିଓ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପତାକା ଉତ୍ତୋଳନ ଅଭିନେତ୍ରୀ ଜୋତା ପିନ୍ଧିଥିବାରୁ ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ । ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଶିଳ୍ପା ଶେଟ୍ଟୀ ସେହି ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଲେ ଶିଳ୍ପା
ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଲେ ଶିଳ୍ପା

ଏହା ମଧ୍ୟ ପଢନ୍ତୁ: Gadar 2 BO Collection day 5: ସିନେମା ଇତିହାସରେ କଲା ନୂଆ ରେକର୍ଡ, 200 କୋଟି କ୍ଲବରେ ସାମିଲ

ଏହି ପୋଷ୍ଟ ଦେଖି ଲୋକମାନେ କହିଥିଲେ, ଜୋତା କାଢିବା ପରେ ପତାକା ଉତ୍ତୋଳନ କରିଥିଲେ ଭଲ ହୋଇଥାନ୍ତା । ଏହିଭଳି କମେଣ୍ଟ ଦେଖିବା ପରେ ଶିଳ୍ପା ଟ୍ରୋଲରଙ୍କୁ ଅଣଦେଖା କରିବା ମୁଡ୍‌ରେ ନଥିଲେ । ସେଥିପାଇଁ ସେ ଟ୍ରୋଲରମାନଙ୍କୁ ଉତ୍ତର ଦେଇ କହିଥିଲେ- “ମୋ ଦେଶ ଏବଂ ପତାକା ପ୍ରତି ସମ୍ମାନ ମୋ ହୃଦୟରୁ ଆସିଥାଏ ଏବଂ ତୁମର ପ୍ରଶ୍ନ ଉଠାଇବାର ଅଧିକାର ନାହିଁ ।’’

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନରେ 'ଗଦର ୨' କ୍ରେଜ: ଆମେ କଳାକାର, ଆମେ ସମସ୍ତଙ୍କର କହିଲେ ସନ୍ନି

ଟ୍ରୋଲରଙ୍କୁ କଡା ଜବାବ ଦେଲେ ଅଭିନେତ୍ରୀ

ଏହି ଭିଡିଓରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା, ତାଙ୍କ ମାଆ ଏବଂ ପୁଅ ଭିଆନଙ୍କ ସହ ପତାକା ଉତ୍ତୋଳନ କରୁଥିବା ନଜର ଆସିଛନ୍ତି । ଭିଡିଓରେ ପରିବାରର ସମସ୍ତ ସଦସ୍ୟ ମଧ୍ୟ ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଶାହାରୁଖ ଖାନ, କ୍ୟାଟ୍ରିନା କୈଫ , ବିକି କୌଶଲ, ଅକ୍ଷୟ କୁମାର, ସିଦ୍ଧାର୍ଥ ମଲହୋତ୍ରା ଏବଂ ଅନ୍ୟାନ୍ୟ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ପାଳନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଓଡିଶା କଳା ଦେଖିଲା ଆମେରିକା, ନ୍ୟୁୟର୍କରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚିତ

ଓ୍ବାର୍କଫ୍ରଣ୍ଟ ବିଷୟରେ କହିବା ତ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଖୁବ୍ ଶୀଘ୍ର ଧ୍ରୁବ ସରଜାଙ୍କ ଆଗାମୀ ଚଳଚ୍ଚିତ୍ର କେଡି: ଦ ଡେଭିଲ୍ସରେ ନଜର ଆସିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଶିଳ୍ପା 18 ବର୍ଷ ପରେ କନ୍ନଡ ସିନେମାକୁ ଫେରିବେ । ତାଙ୍କ ପାଖରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ରୋହିତ ଶେଟ୍ଟୀଙ୍କ OTT ସୋ’ ଇଣ୍ଡିଆ ପୋଲିସ୍ ଫୋର୍ସ ଅଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.