ETV Bharat / entertainment

ଆଜି ବି ସେଲୁନରେ କାମ କରନ୍ତି Naatu Naatuର ସିଙ୍ଗର, ଜାଣନ୍ତୁ ତାଙ୍କ ସମ୍ପର୍କରେ

author img

By

Published : Mar 13, 2023, 10:27 PM IST

Naatu Naatu singer Rahul Sipligunj
Naatu Naatu singer Rahul Sipligunj

ନାଟୁ ନାଟୁ ଆଜି ଓସ୍କାର ହାତେଇଥିବା ବେଳେ ଏହି ଗୀତ ଗାଇଥିବା ସିଙ୍ଗର ଆଜି ବି ସେଲୁନରେ କାମ କରନ୍ତି । କାହିଁକି ଓ କେଉଁ ପରିସ୍ଥିତିରେ ସେ ସେଲୁନରେ କାମ କରୁଛନ୍ତି ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦକ୍ଷିଣ ସିନେ ଜଗତର ଲୋକପ୍ରିୟ ଫିଲ୍ମ RRRର ନାଟୁ ନାଟୁ ଗୀତ ୯୫ତମ ସମ୍ମାନଜନକ ଏକାଡେମୀ ଆୱାର୍ଡ ଓସ୍କାର ହାତେଇଛି । ହେଲେ ଆପଣ ଜାଣନ୍ତି କି ଏହି ଗୀତକୁ କିଏ ଗାଇଛନ୍ତି ଓ ସେ କଣ କରନ୍ତି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିଜ ସୁମଧୁର କଣ୍ଠରେ ନାଟୁ ନାଟୁ ଗୀତ ଗାଇ ବିଶ୍ବବାସୀଙ୍କୁ ଝୁମାଇଥିବା କଣ୍ଠଶିଳ୍ପୀ ଆଜି ଏକ ସେଲୁନ (Salon)ରେ କାମ କରୁଛନ୍ତି । ଏହି କଣ୍ଠଶିଳ୍ପୀଙ୍କ ନାମ ହେଉଛି ରାହୁଲ ସିପ୍ଲିଗଞ୍ଜ । ଆଜି ବିଶ୍ବ ତାଙ୍କ କଣ୍ଠରେ ଝୁମି ଉଠିଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ସେ ସେଲୁନରେ କାମ କରୁଛନ୍ତି ଆସନ୍ତୁ ଜାଣିବା ।

ଗୀତ ଗାଇବାକୁ ଲାଜ କରୁଥିଲେ ରାହୁଲ:- ଆଜି ତାଙ୍କ ଗୀତ କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚିଥିବା ବେଳେ ଏକ ସମୟ ଥିଲା ଯେତେବେଳେ ସେ ୪ଜଣ ଲୋକଙ୍କ ସାମ୍ନାରେ ଗୀତ ଗାଇବାକୁ ଲାଜ କରୁଥିଲେ । ସେ ଘରେ ଗୀତ ଗାଇଲେ କାଳେ ତାଙ୍କ ପିତା ଶୁଣିଦେବେ ସେଥିଲାଗି ସେ ଭୟଭୀତ ଥିଲେ । ଏଥିଲାଗି ସେ ଗୁପ୍ତ ଭାବେ ଗୀତ ଗାଉଥିଲେ । ହେଲେ ଆଜି ସେହି ଲାଜକୁଳା ଶିଶୁଟି ଓସ୍କାର ଷ୍ଟେଜରେ ଲାଇଭ ଗୀତ ଗାଇଛି । ରାହୁଲ ହାଇଦ୍ରାବାଦର ଅଧିବାସୀ ହୋଇଥିବା ବେଳେ ଏବେ ଓସ୍କାର ଜିତିବା ପରେ ମନେ ପକାଇଛନ୍ତି ।

ଏହା ବି ପଢନ୍ତୁ-Oscars 2023: ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର

ପୁରୁଣା ଦିନର ଅନୁଭୂତି ବଖାଣିଲେ ରାହୁଲ:- ଏ ନେଇ ରାହୁଲ କହିଛନ୍ତି ଯେ ଯେତେବେଳେ ସେ ୭ମ ଶ୍ରେଣୀରେ ଫେଲ ହୋଇଯାଇଥିଲେ ସେତେବେଳେ ଜଣେ ସମ୍ପର୍କୀୟ ତାଙ୍କର ମଜା ଉଡାଇଥିଲେ । ତାଙ୍କ ବାପା ଆମେରିକା ସ୍ବପ୍ନ ଦେଖିଥିବା ବେଳେ ସେ ସପ୍ତମ ଶ୍ରେଣୀରେ ଫେଲ ହୋଇଥିବା କହି ଥଟ୍ଟା ପରିହାସ କରିଥିଲେ । ଏହା ତାଙ୍କୁ ବେଶ ଆଘାତ ଦେଇଥିବା ସେ କହିଥିଲେ । ଏହାପରେ ସେ ଦୁଃଖ ଅନୁଭବ କରିବା ସହ ଜୀବନରେ କିଛି କରି ନିଜ ବାପାଙ୍କୁ ଗର୍ବିତ କରାଇବେ ବୋଲି ମନସ୍ଥ କରିଥିଲେ । ଆଜି ସେ ଏହି ସ୍ଥାନରେ ପହଞ୍ଚିଥିବା ବେଳେ ତାଙ୍କ ବାପାଙ୍କ ସ୍ବପ୍ନ ପୂରଣ ହୋଇଥିବା ସେ କହିଛନ୍ତି ।

ରାହୁଲଙ୍କ ପିଲାଦିନ:- ରାହୁଲ ଧୁଲପେଟ ନିକଟ ମଙ୍ଗଲହାଟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରାଜକୁମାର ବୃତ୍ତିରେ ଜଣେ ବାରିକ । ଏଥିଲାଗି ସେ ନିଜ ପିତାଙ୍କ ସହିତ ସେଲୁନରେ କାମ କରନ୍ତି । ରାହୁଲଙ୍କ ପରିବାର କହିବାକୁ ଗଲେ ତାଙ୍କ ବାପାମାଆ ଓ ଜଣେ ଲେଖାଏଁ ଭାଇ ଭଉଣୀ । ପିଲାଟି ଦିନରୁ ସେ ଗୀତ ଗାଇବା ଓ କବାଡ଼ି ଖେଳରେ ରୁଚି ରଖୁଥିଲେ । ହେଲେ ତାଙ୍କ ପିତା ତାଙ୍କୁ ପାଠ ପଢି ବଡ଼ ଚାକିରି କରିବା ଲାଗି କହୁଥିଲେ । ଏଥିଲାଗି ସେ ଗୀତ ଗାଇବାକୁ ଭୟ ଅନୁଭବ କରୁଥିଲେ । ହେଲେ ଦିନେ ରାହୁଲ ଗୀତ ଗାଉଥିବା ତାଙ୍କ ପିତା ଶୁଣିବା ପରେ ସେ ତାଙ୍କୁ ଉତ୍ସାହିତ କରିଥିଲେ । ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟରୁ ଫୁରସତ ମିଳିଲେ ସେଲୁନରେ କାମ କରିବା ଲାଗି ତାଙ୍କ ପିତା କହୁଥିଲେ । କାରଣ ସେ ଯଦି ଭବିଷ୍ୟତରେ କିଛି ନ କରିପାରନ୍ତି ଶେଷରେ ଏହି କାର୍ଯ୍ୟ କରିବେ । ଏଥିଲାଗି ତାଙ୍କୁ ମଝିରେ ମଝିରେ ସେଲୁନରେ କାମ କରିବା ଲାଗି କହୁଥିଲେ ।

ଏମିତି ଛାଡ଼ିଥିଲା ଲାଜ:- ରାହୁଲ ଭଲ ଗୀତ ଗାଉଥିବାରୁ କୌଣସି ଫ୍ୟାମିଲି ଫଙ୍କସନରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ମଧ୍ୟ ଏଥିଲାଗି ରାହୁଲଙ୍କୁ ଉତ୍ସାହିତ କରୁଥିଲେ । ଏପରି ଧୀରେ ଧୀରେ ସମସ୍ତଙ୍କ ସମ୍ମୁଖରେ ଗୀତ ଗାଇ ତାଙ୍କ ଲାଜ ଛାଡ଼ିଥିଲା ବୋଲି କୁହନ୍ତି ରାହୁଲ । ଏହାପରେ ସେ ୬ବର୍ଷ ଧରି ଗଜଲ ଟ୍ରେନିଂ ନେଇଥିଲେ । ହାଇଦ୍ରାବାଦରେ ଧୀରେ ଧୀରେ ବିଭିନ୍ନ ମ୍ୟୁଜିକ ଷ୍ଟୁଡିଓରେ ସେ କଣ୍ଠଦାନ କରିବା ପରେ ତାଙ୍କୁ ତେଲୁଗୁ ଫିଲ୍ମରେ ଗୀତ ଗାଇବା ଲାଗି ସୁଯୋଗ ମିଳିଥିଲା । ସେ ପ୍ରଥମେ 'ମଗଜତି' ଆଲବମ ସଙ୍ଗରେ କଣ୍ଠଦାନ କରିଥିଲେ । ଏହାପରେ ସେ ୟୁଟ୍ୟୁବରେ ଗୀତ ଗାଇବା ସହ ବିଭିନ୍ନ ଫିଲ୍ମରେ ମଧ୍ୟ କଣ୍ଠଦାନ କରନ୍ତି । ହେଲେ ତାଙ୍କ ସ୍ବର ବିଶ୍ବ ଚିହ୍ନିନଥିଲା । ନାଟୁ ନାଟୁ ଜରିଆରେ ଆଜି ସେ ବିଶ୍ବବାସୀଙ୍କ ନିକଟରେ ପହଞ୍ଚିପାରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.