ETV Bharat / entertainment

୩୯ ବର୍ଷରେ ସିଦ୍ଧାର୍ଥ ମଲହୋତ୍ରା, ସ୍ବାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିସ୍ କଲେ କିଆରା

author img

By ETV Bharat Odisha Team

Published : Jan 16, 2024, 1:30 PM IST

Updated : Jan 16, 2024, 2:23 PM IST

Sidharth Malhotra Birthday: ଆଜି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ୩୯ତମ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ପତ୍ନୀ କିଆରା ଆଡଭାନୀ ଖାସ୍ ଅନ୍ଦାଜରେ ସ୍ବାମୀଙ୍କୁ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା । ଅଧିକ ପଢ଼ନ୍ତୁ,

୩୯ ବର୍ଷରେ ସିଦ୍ଧାର୍ଥ ମଲହୋତ୍ରା, ସ୍ବାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିସ୍ ଜଣାଇଲେ କିଆରା
୩୯ ବର୍ଷରେ ସିଦ୍ଧାର୍ଥ ମଲହୋତ୍ରା, ସ୍ବାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିସ୍ ଜଣାଇଲେ କିଆରା

୩୯ ବର୍ଷରେ ସିଦ୍ଧାର୍ଥ ମଲହୋତ୍ରା, ସ୍ବାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିସ୍ ଜଣାଇଲେ କିଆରା
୩୯ ବର୍ଷରେ ସିଦ୍ଧାର୍ଥ ମଲହୋତ୍ରା, ସ୍ବାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିସ୍ ଜଣାଇଲେ କିଆରା

ହାଇଦ୍ରାବାଦ: ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଆଜି ବଲିଉଡର ଟପ୍ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ଆଜି ଜାନୁଆରୀ ୧୬ରେ ଏହି ହ୍ୟାଣ୍ଡସମ ହଙ୍କ୍ ଅଭିନେତା ନିଜ ୩୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ଅଭିନେତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସ୍ବାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ତେବେ ବିବାହ ପରେ ଅଭିନେତା ନିଜ ପତ୍ନୀ କିଆରାଙ୍କ ସହ ତାଙ୍କ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି ।

କିଆରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, ଜନ୍ମଦିନ ଶୁଭେଚ୍ଛା ମୋ ଲଭ୍ । ଭିଡିଓରେ କିଆରା ସିଦ୍ଧାର୍ଥଙ୍କୁ ଆଲିଙ୍ଗନ କରିବା ସହ ଉଭୟ ଲିପଲକ କରୁଥିବା ଦେଖିବାକୁ ମିଳିଛି । ସେ ଆଉ ଗୋଟିଏ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସିଦ୍ଧାର୍ଥଙ୍କ ବର୍ଥ ଡେ କେକ ଦେଖିବାକୁ ମିଳିଛି । ଏଥିରେ ସିଦ୍ଧାର୍ଥ ରିଲ ଲାଇଫର ଏକ ରିଲ ଯୋଡା ଯାଇଛି । ଏହି ସମୟରେ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ମଧ୍ୟ ସିଦ୍ଧାର୍ଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

କହିରଖୁଛୁ କି, ସିଦ୍ଧାର୍ଥ ଗତକାଲି ବିଳମ୍ବିତ ରାତିରେ ନିଜ ୩୯ତମ ଜନ୍ମଦିନ ପାଳନ କରିଛନ୍ତି । ପରିବାର ସମେତ ସାଙ୍ଗସାଥୀଙ୍କ ସହ ଅଭିନେତା ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ କିଆରାଙ୍କ ମାତାପିତା ମଧ୍ୟ ଏହି ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ । ସେହିପରି ଅଭିନେତାଙ୍କୁ ବଲିଉଡରେ ପ୍ରଥମ ବ୍ରେକ ଦେଇଥିବା ନିର୍ମାତା କରଣ ଜୋହର ମଧ୍ୟ ସିଦ୍ଧାର୍ଥଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବିବାହ ପାଇଁ କିଆରାଙ୍କୁ ଏମିତି ପ୍ରପୋଜ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା

ସିଦ୍ଧାର୍ଥଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆକ୍ସନ୍ କପ ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ରେ ନଜର ଆସିବେ । ଏହା ଜାନୁଆରୀ ୧୯ରେ ଆମାଜନରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ତାଙ୍କ ସହ ଶିଳ୍ପା ଶେଟ୍ଟୀ, ବିବେକ ଅବରୋଏଙ୍କ ସମେତ ଅନେକ ତାରକା ନଜର ଆସିବେ । ଏହା ସହିତ ସେ ଆକ୍ସନ୍-ଥ୍ରୀଲର ଫିଲ୍ମ ଯୋଦ୍ଧାରେ ମଧ୍ୟ ନଜର ଆସିବେ ।ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଚ୍ଚୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ୨୦୨୪ ୧୫ ମାର୍ଚ୍ଚରେ ସିନେମା ହଲରେ ରିଲିଜ ହେବ ଯୋଦ୍ଧା ।

Last Updated :Jan 16, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.