ETV Bharat / entertainment

ସର୍ବ ସମ୍ମୁଖରେ ଇମ୍ରାନଙ୍କୁ କିସ୍‌ କରିଲେ ଭାଇଜାନ, ଏମିତି କହିଲେ କ୍ୟାଟ୍‌

author img

By ETV Bharat Odisha Team

Published : Nov 18, 2023, 5:11 PM IST

salman khans kissing scene with emraan
salman khans kissing scene with emraan

Tiger 3: ଟାଇଗର-3ର ସଫଳତାକୁ ନେଇ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ଅନେକ ତାରକା ଯୋଗ ଦେଇଥିବା ବେଳେ ସର୍ବ ସମ୍ମୁଖରେ ଇମ୍ରାନଙ୍କୁ କିସ କରିଥିଲେ ଭାଇଜାନ। ଭାଇରାଲ ହେବାରେ ଲାଗିଛି ଭିଡିଓ । ଅଧିକ ପଢନ୍ତୁ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମୀଙ୍କ ଅଭିନିତ ଚଳଚ୍ଚିତ୍ର ଟାଇଗର-3 । ୬ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ ୩୦୦କୋଟି କ୍ଲବରେ ସାମିଲ ହୋଇଛି । ଏହି ଚଳଚ୍ଚିତ୍ରଟି 12 ନଭେମ୍ବର ଅର୍ଥାତ ଦୀପାବଳିରେ ମୁକ୍ତିଲାଭ କରିଥିବା ବେଳେ ଆଜି ଏକ ସପ୍ତାହ ପୂରଣ ହେବାକୁ ଯାଉଛି । ତେବେ ଗତକାଲି(ଶୁକ୍ରବାର) ରାତିରେ ଟାଇଗର-3ର ସଫଳତାକୁ ନେଇ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରାଯାଇଥିବା ବେଳେ ଭାଇଜାନଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ ।

କ୍ୟାଟ୍ରିନା ସାମ୍ନାରେ ଇମ୍ରାନଙ୍କୁ କିସ୍ କରିଲେ ଭାଇଜାନ: ମୁମ୍ବାଇରେ ଆୟୋଜିତ ହୋଇଥିବା ପାର୍ଟିରେ ଅନେକ କଳାକାର ଯୋଗ ଦେଇଥିଲେ । ଏହି ସମୟରେ ଲେକେ ପ୍ରଭୁ କା ନାମ ଗୀତରେ ସମସ୍ତେ ଝୁମିଥିଲେ । ତେବେ ଭାଇରାଲ ହୋଇଥିବା ଭିଡିଓରେ ଭାଇଜାନ କହିଛନ୍ତି ଯେ, ଫିଲ୍ମରେ କ୍ୟାଟ୍ରିନା ଅଛନ୍ତି ମାନେ ରୋମାନ୍ସ ଦରକାର । ଯଦି ଇମ୍ରାନଙ୍କ ଭୂମିକା ଆତିଶଙ୍କର ହୋଇନଥାନ୍ତା ତାହେଲେ... ଏହା କହି ଭାଇଜାନ ଇମ୍ରାନ ଖାନଙ୍କ ପାଖକୁ ଯାଇ ଏକ କିସ କରିଥିବା ନେଇ ଭିଡିଓରେ ଦେଖାଯାଇଛି । ତେବେ ଇମ୍ରାନଙ୍କୁ ସଲମାନ କିସ କରୁଥିବା ଦେଖି ଦର୍ଶକ ମଧ୍ୟ ତାଳି ମାରି ଉତ୍ସାହିତ କରିଥିଲେ । ଏହି ସମୟରେ କ୍ୟାଟ୍ରିନା ଉଭୟଙ୍କୁ ଚାହିଁ ରହିଥିବା ନଜର ଆସିଛନ୍ତି।

ଏହା ମଧ୍ୟ ପଢନ୍ତୁ: ୱାଲ୍ଡ ୱାଇର୍ଡ କଲେକ୍ସନ: ୩୦୦ କୋଟି କ୍ଲବରେ ଏଣ୍ଟ୍ରି କଲା ଭାଇଜାନଙ୍କ ଫିଲ୍ମ ଟାଇଗର ୩

କିସ କହିବା ପରେ ଏହା କହିଲେ ଇମ୍ରାନ: ସର୍ବ ସମ୍ମୁଖରେ ଭାଇଜାନ ଇମ୍ରାନକୁ କିସ କରିବା ପରେ ସେ କହିଛନ୍ତି, " ମୁଁ ମନୀଷଙ୍କୁ କହିଥିଲି ମୋର ଏକ ଟ୍ରାକକୁ ଫିଲ୍ମରେ ଅନ୍ତର୍ଭୁକ୍ତ କରନ୍ତୁ । ଉକ୍ତ ଟ୍ରାକ ସହିତ ଗୀତର ମଧ୍ୟ ଟ୍ରାକ ରହିଛି। " ଇମ୍ରାନଙ୍କ ବୟାନକୁ ନେଇ କ୍ୟାଟ୍ରିନା ମଧ୍ୟ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି । ଏବେ ତ ସମ୍ଭବ ହୋଇପାରିଲା ନାହିଁ, ପରବର୍ତ୍ତୀ ସମୟରେ ଦେଖିବା.. ଟାଇଗର ୩ ରିଲିଜ ହେବାର ଆଜି ସପ୍ତାହେ ହୋଇଛି ।

ଫିଲ୍ମଟି ବିଶ୍ବ ବକ୍ସ ଅଫିସରେ ୩୦୦କୋଟି କ୍ଲବରେ ସାମିଲ ହୋଇଛି । ସେପଟେ ଭାରତୀୟ ବକ୍ସ ଅଫିସ କଲେକ୍ସନ କହିବାକୁ ଗଲେ, ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୫ମ ଦିନରେ ମାତ୍ର ୧୮. ୫ କୋଟି ଆୟ କରିଛି । ଫିଲ୍ମଟି ପ୍ରଥମ ଦିନରେ ୪୪.୫ କୋଟି ଆୟ କରିଥିଲା । ୨ୟ ଦିନରେ ୫୯.୬୫ କୋଟି କଲେକ୍ସନ କରିଥିଲା । ୨ୟ ଦିନର ଆୟ ଜବାନ, ପଠାନ, କେଜିଏଫ, ବାହୁବଳୀ ୨ ପରି ଅନେକ ଫିଲ୍ମର ରେକର୍ଡକୁ ମଧ୍ୟ ଭାଙ୍ଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.