ETV Bharat / entertainment

ୱାଲ୍ଡ ୱାଇର୍ଡ କଲେକ୍ସନ: ୩୦୦ କୋଟି କ୍ଲବରେ ଏଣ୍ଟ୍ରି କଲା ଭାଇଜାନଙ୍କ ଫିଲ୍ମ ଟାଇଗର ୩

author img

By ETV Bharat Odisha Team

Published : Nov 17, 2023, 5:46 PM IST

Updated : Nov 17, 2023, 6:18 PM IST

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ଟାଇଗର ୩ ବିଶ୍ବ ବକ୍ସ ଅଫିସରେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି । ସେପଟେ କିନ୍ତୁ ଭାରତୀୟ ବକ୍ସ ଅଫିସରେ ରିଲିଜର ୫ମ ଦିନରେ ଓପନିଂ ଦିନରେ କଲେକ୍ସନର ଅଧା ଆୟ କରିଛି । ଅଧିକ ପଢନ୍ତୁ

ୱାଲ୍ଡ ୱାଇର୍ଡ କଲେକ୍ସନ: ୩୦୦ କ୍ଲବରେ ଏଣ୍ଟ୍ରି କଲା ଭାଇଜାନଙ୍କ ଫିଲ୍ମ ଟାଇଗର ୩

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର ୩' ଖୁବ ଶୀଘ୍ର ରିଲିଜ ହେବାର ଏକ ସପ୍ତାହ ପୂରଣ କରିବାକୁ ଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ୬ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ ୩୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ହେଲେ କିନ୍ତୁ ଭୀରତୀୟ ବକ୍ସ ଅଫିସରେ ଫିଲ୍ମର କଲେକ୍ସନ ହ୍ରାସ ପାଇବାରେ ଲାଗିଛି । ଫିଲ୍ମ ଓପନିଂ ଦିନ ୪୪.୫ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ଏବେ ଏହାର ଅଧା କଲେକ୍ସନ କରିଛି ଫିଲ୍ମ ।

ଟାଇଗର ୩ ରିଲିଜ ହେବାର ୬ଷ୍ଠ ଦିନରେ ପହଞ୍ଚିଛି । ଏହି ସମୟରେ ବିଶ୍ବ ବକ୍ସ ଅଫିସରେ ଫିଲ୍ମ ୩୦୦କୋଟି କ୍ଲବରେ ସାମିଲ ହୋଇଛି । ସେପଟେ ଭାରତୀୟ ବକ୍ସ ଅଫିସ କଲେକ୍ସନ କହିବାକୁ ଗଲେ, ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୫ମ ଦିନରେ ମାତ୍ର ୧୮. ୫ କୋଟି ଆୟ କରିଛି । ଯାହା ଓପନିଂ ଦିନର ଅଧା ଅଟେ । ଫିଲ୍ମଟି ପ୍ରଥମ ଦିନରେ ୪୪.୫ କୋଟି ଆୟ କରିଥିଲା । ୨ୟ ଦିନରେ ୫୯.୬୫ କୋଟି କଲେକ୍ସନ କରିଥିଲା । ୨ୟ ଦିନର ଆୟ ଜବାନ, ପଠାନ, କେଜିଏଫ, ବାହୁବଳୀ ୨ ପରି ଅନେକ ଫିଲ୍ମର ରେକର୍ଡକୁ ମଧ୍ୟ ଭାଙ୍ଗିଥିଲା । ହେଲେ ବର୍ତ୍ତମାନ ଫିଲ୍ମର ଆୟରେ ହ୍ରାସ ଘଟିଛି । ତେବେ ଏହି କ୍ରମରେ ଫିଲ୍ମର ମୋଟ ଆୟ ୧୮୭.୬୫କୁ ବୃଦ୍ଧି ପାଇଛି ।

ଟାଇଗର ୩: ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ (ନଭେମ୍ବର ୧୨, ରବିବାର)- ୪୪.୫ କୋଟି
  • ୨ୟ ଦିନ (ନଭେମ୍ବର ୧୩, ସୋମବାର)- ୫୯.୨୫ କୋଟି
  • ୩ୟ ଦିନ (ନଭେମ୍ବର ୧୪, ମଙ୍ଗଳବାର)-୪୪.୩ କୋଟି
  • ୪ର୍ଥ ଦିନ (ନଭେମ୍ବର ୧୫, ବୁଧବାର)- ୨୧.୧ କୋଟି
  • ୫ମ ଦିନ (ନଭେମ୍ବର ୧୬, ଗୁରୁବାର)- ୧୮.୫ କୋଟି

ଫିଲ୍ମର ମୋଟ ଆୟ ୧୮୭.୬୫ କୋଟିରେ ପହଞ୍ଚିଛି

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କ ଏଣ୍ଟ୍ରିରେ ହଲ ଭିତରେ ବାଣ ଫୁଟାଇଲେ ଫ୍ୟାନ୍ସ, 2 ଜଣଙ୍କ ନାଁରେ ମାମଲା ରୁଜୁ

'ଟାଇଗର' 'ବିଷୟରେ କହିବାକୁ ଗଲେ, ୟଶ ରାଜ ସ୍ପାଏ ୟୁନିଭର୍ସର ବ୍ୟାନରରେ ନିର୍ମିତ ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ସିକ୍ୱେଲ । ଏହା ପୂର୍ବରୁ 'ଏକ ଥା ଟାଇଗର' ୨୦୧୨ରେ ମୁକ୍ତିଲାଭ କରିଥିଲା । 'ଟାଇଗର ଜିନ୍ଦା ହେ' ୨୦୧୭ରେ ମୁକ୍ତିଲାଭ କରିଥିଲା । ଟାଇଗର ଫ୍ରାଞ୍ଚାଇଜର ସିକ୍ୱେଲ ହିସାବରେ ବର୍ତ୍ତମାନ 'ଟାଇଗର 3' ୫ ବର୍ଷ ପରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଏଥିରେ କ୍ୟାଟ୍ରିନା କୈଫଙ୍କୁ ସଲମାନ ଖାନଙ୍କୁ ପୁଣି ଅବିନାଶ ସିଂ ରାଠୋର ଏବେ ଜୟା ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ଇମ୍ରାନ ହାଶମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି ।

Last Updated : Nov 17, 2023, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.