ETV Bharat / entertainment

ପୋଷ୍ଟ ଖୋଲିଲା ସମ୍ପର୍କ ଗୁମର, ଡେଟିଂ ରୁମର ମଧ୍ୟରେ ଏକାଠି ଦୀପାବଳି ପାଳିଲେ ରଶ୍ମିକା-ବିଜୟ

author img

By ETV Bharat Odisha Team

Published : Nov 13, 2023, 11:14 AM IST

ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡା ଦୀପାବଳି ଉତ୍ସବର ଫଟୋ ପୋଷ୍ଟ କରିଛନ୍ତି । ଉଭୟେ ସମାନ କ୍ୟାପସନ୍ ଲେଖିଛନ୍ତି, ଯାହା ପରେ ସେମାନଙ୍କର ଡେଟିଂ ରୁମର ନିଶ୍ଚିତେ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ,

ପୋଷ୍ଟ ଖୋଲିଲା ସମ୍ପର୍କ ଗୁମର, ଡେଟିଂ ରୁମର ମଧ୍ୟରେ ଏକାଠି ଦୀପାବଳି ପାଳିଲେ ରଶ୍ମିକା-ବିଜୟ
ପୋଷ୍ଟ ଖୋଲିଲା ସମ୍ପର୍କ ଗୁମର, ଡେଟିଂ ରୁମର ମଧ୍ୟରେ ଏକାଠି ଦୀପାବଳି ପାଳିଲେ ରଶ୍ମିକା-ବିଜୟ

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥର ରୁମର ଲଭବାର୍ଡ ରଶ୍ମିକା ମନ୍ଦାନା, ବିଜୟ ଦେବରକୋଣ୍ଡା । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଏପରିକି ଉଭୟ ଲିଭ ଇନରେ ରହୁଥିବା ମଧ୍ୟ ଆଲୋଚନା ହେଉଛି । ପୂର୍ବରୁ ଉଭୟଙ୍କ ସୋସିଆଲ ପୋଷ୍ଟରେ ଗୋଟିଏ ଘରେ ଭିନ୍ନ ଭିନ୍ନ ପୋଜରେ ଉଭୟଙ୍କୁ ଦେଖିବାକୁ ମିଳିଛି । ଏହା ପରେ ବର୍ତ୍ତମାନ ଉଭୟଙ୍କ ଆଉ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ରଶ୍ମିକା ଏବଂ ବିଜୟ ଏକାଠି ଦିୱାଲୀ ପାଳନ କରିଥିବା ନଜର ଆସିଛନ୍ତି ।

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୀପାବଳି ସେଲିବ୍ରେସନର ପୋଷ୍ଟ ସେୟାର କରିଛନ୍ତି । ବିଜୟ କ୍ରାକର ଜଳାଉଥିବାର ଫଟୋ ଏବଂ ଫ୍ୟାମିଲି ଫଟୋ ସେୟାର କରିଥିବାବେଳେ ରଶ୍ମିକା ନିଜର ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଅଭିନେତ୍ରୀ ଏକ ପାରମ୍ପରିକ ଶାଢୀ ଲୁକରେ ନଜର ଆସିଛନ୍ତି । ସେହିପରି ବିଜୟ ୟେଲୋ କୁର୍ତ୍ତାରେ ନଜର ଆସିଛନ୍ତି । ବିଶେଷ କଥା ହେଉଛି ଉଭୟ ପୋଷ୍ଟର କ୍ୟାପସନ ସମାନ ଏବଂ ବିଜୟଙ୍କ ଘରର ପୃଷ୍ଠଭୂମି ରଶ୍ମିକାଙ୍କ ପୋଷ୍ଟରେ ଦେଖିବାକୁ ମିଳିଛି ।

ରଶ୍ମିକା ଏବଂ ବିଜୟ ଦୀପାବଳି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, Happy Diwali MY Loves ଶୁଭ ଦିୱାଲୀ ମାଇ ଲଭ୍ । ଏହା ସହ ଦୁହେଁ ଏକ ହାର୍ଟ ଇମୋଜି ଏବଂ ଷ୍ଟାର ପୋଷ୍ଟ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହା ପରେ ୟୁଜର୍ସମାନେ ଏହାକୁ ଲାଇକ କରିବା ସହ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,"ମୁଁ ରଶ୍ମିକାଙ୍କ ପୋଷ୍ଟରେ ଏହି କ୍ୟାପସନ୍ ଦେଖିଛି । ଏହାକୁ ମନରୁ ଏକା ବନ୍ଧୁତା ପରି ମନେ ହୁଏ । ଅନ୍ୟ ଜଣେ ଲେଖିଛନ୍ତି, "ରଶ୍ମିକା ଏବଂ ବିଜୟ ସମାନ ଲେଖିଛନ୍ତି, ଶୁଭ ଦିୱାଲୀ ମାଇ ଲଭ୍ ।" ଜଣେ ଲେଖିଛନ୍ତି,"କିଏ ଭାବୁଛି ଯେ ସେମାନେ ବିଜୟଙ୍କ ଘରେ ଅଛନ୍ତି ।' ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଛନ୍ତି,"ମ୍ୟାଡାମ ବିଜୟ ସାରଙ୍କ ଘରର କାନ୍ଥ ଫଟୋରେ ଅଛି ।"

ଏହା ମଧ୍ୟ ପଢନ୍ତୁ: ଲିଭ ଇନରେ ରହୁଛନ୍ତି କି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ? ଫଟୋ କହୁଛି ସତ !

ସୂଚନା ଥାଉ କି, ନିକଟରେ ରଶ୍ମିକାଙ୍କ ଡିପ୍ ଫେକ୍‌ ଭିଡିଓ ବେଶ ବାଇରାଲ ହୋଇଥିଲା । AI ସାହାଯ୍ୟରେ ଅନ୍ୟ ଯୁବତୀଙ୍କ ମୁହଁକୁ ଏଡିଟ କରି ରଶ୍ମିକାଙ୍କ ମୁହଁ ଯୋଡ଼ିଥିଲେ । ଏହି ସମୟରେ ରଶ୍ମିକାଙ୍କ ସମର୍ଥନରେ ଅନେକ ସେଲିବ୍ରିଟି ଏବଂ ରାଜନେତା ବାହାରି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଏହି ସମୟରେ ମଧ୍ୟ ବିଜୟ ରଶ୍ମିକାଙ୍କୁ ସମର୍ଥନ କରିଥିଲେ । ଏକ ପୋଷ୍ଟ ସେୟାର କରି ବିଜୟ ଲେଖିଥିଲେ, ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା କାହା ସହିତ ହେବା ଉଚିତ୍ ନୁହେଁ । ଏହା ସହିତ ଶୀଘ୍ର ଏଭଳି ଘଟଣାକୁ ବନ୍ଦ କରିବା ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଏକ ଦକ୍ଷ ସାଇବର ୱିଙ୍ଗ୍‌ ମଧ୍ୟ ଗଠନ କରାଯିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.