ETV Bharat / entertainment

ଲିଭ ଇନରେ ରହୁଛନ୍ତି କି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ? ଫଟୋ କହୁଛି ସତ !

author img

By ETV Bharat Odisha Team

Published : Sep 6, 2023, 2:10 PM IST

ପୁଣି ଶିରୋନାମାରେ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା । ଉଭୟଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଶ୍ମିକା ଏବଂ ବିଜୟଙ୍କ ସମାନ ପୃଷ୍ଟଭୂମିର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ପୁଣି ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ,

ଲିଭ ଇନରେ ରହୁଛନ୍ତି କି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା? ଭାଇରାଲ ହେଉଛି ଫଟୋ
ଲିଭ ଇନରେ ରହୁଛନ୍ତି କି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା? ଭାଇରାଲ ହେଉଛି ଫଟୋ

ହାଇଦ୍ରାବାଦ: ବିଜୟ ଦେବରକୋଣ୍ଡାଙ୍କ ସହ ଡେଟିଂକୁ ନେଇ ପୁଣି ଚର୍ଚ୍ଚାରେ ରଶ୍ମିକା ମନ୍ଦାନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ଆଲୋଚନା ଜୋର ଧରିଛି । ବର୍ତ୍ତମାନ ସୋସିାଲ ମିଡିଆରେ ରଶ୍ମିକା ଏବଂ ବିଜୟଙ୍କ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ସମାନ ପୃଷ୍ଠଭୂମିର ଫଟୋ ଉଠାଇଥିବା ଦେଖିବାକୁ ମିଳିଛି ।

ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ 3ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଭିନେତ୍ରୀ ନିଜ ସାଙ୍ଗର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସେମାନଙ୍କ ସହ ଏକ ଫଟୋ କ୍ଲିକ କରିଛନ୍ତି । 2ୟ ଏବଂ 3ୟ ଫଟୋରେ ଅଭିନେତ୍ରୀ ଏକ ଘରର ଛାତରେ ଠିଆ ହୋଇ ପୋଜ ଦେଇଥିବା ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ଏକ ଅରେଞ୍ଜ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଲାଗୁଛନ୍ତି । ତେବେ ଏହି ଫଟୋ ବିଜୟଙ୍କ ଗୋଟିଏ ପୋଷ୍ଟ ସହ ସମାନ ପରି ଦେଖାଯାଉଥିଲା।

ସୂଚନା ଥାଉ କି, ବିଜୟଙ୍କ ନିକଟରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ମଧ୍ୟ ରଶ୍ମିକା ପୋଷ୍ଟ ପରି ସମାନ ଘରର ଛାତ ଉପରେ ବସିଥିବାର ନଜର ଆସିଛନ୍ତି । ତେବେ ଉଭୟଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ଉଭୟଙ୍କ ଫଟୋ ସମାନ ପୃଷ୍ଟଭୂମିର ହୋଇଥିବା ବେଳେ ଉଭୟ ଏକାଠି ରହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଫଟୋ ଭାଇରାଲ ହେବାର ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି । ଜମେ ଲେଖିଛନ୍ତି, "ମୁଁ ନିଶ୍ଚିତ ଥିଲି ଯେ ସେମାନେ କେବଳ ବନ୍ଧୁ । କିନ୍ତୁ ସାମ୍ପ୍ରତିକ ଫଟୋକୁ ଦେଖି ରଶ୍ମିକା ଏବଂ ବିଜୟ ଡେଟିଂ କରୁଥିବା ପରି ମନେ ହେଉଛି ।' ପ୍ରକାଶ ଥାଉ କି, ଏହା ବିଜୟଙ୍କ ବଙ୍ଗଳାର ଛାତର ଅଟେ ।

ଏହା ମଧ୍ୟ ପଢନ୍ତୁ: ବିଜୟଙ୍କ ସହ ଡେଟିଂ ଖବରକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ରଶ୍ମିକା

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ରଶ୍ମିକା ଏବଂ ବିଜୟଙ୍କ ସମାନ ପୃଷ୍ଟଭୂମିର ଫଟୋ ଭାଇରାଲ ହୋଇଥିଲା । ଏଥିସହ ଉଭୟଙ୍କୁ ବିମାନ ବନ୍ଦରରେ, ଡିନର ନାଇଟରେ ଏବଂ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳିଛି । ଗୀତା ଗୋବିନ୍ଦମ ଏବଂ ଡିୟର କମରାଡେ ଫିଲ୍ମରେ ଉଭୟ ଏକାଠି କାମ କରିଥିଲେ । ଫିଲ୍ମରେ ଉଭୟଙ୍କ ଲଭକେମେଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ରିଅଲ ଲାଇଫରେ ମଧ୍ୟ ଉଭୟ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିନଥିବା ବେଳେ ପ୍ରତିକ୍ରିୟାରେ କିନ୍ତୁ ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.