ETV Bharat / entertainment

ଦିପ୍ତୀଙ୍କୁ 100ଟି ଟ୍ବେଣ୍ଟି ୱିକେଟ, ପ୍ରଶଂସା କଲେ ରକୁଲ

author img

By

Published : Feb 17, 2023, 1:55 PM IST

Rakul Preet Singh praises Deepti Sharma
ଦିପ୍ତୀଙ୍କୁ 100 ଟି ଟ୍ବେଣ୍ଚି ୱିକେଟ, ପ୍ରଶଂସା କଲେ ରାକୁଲ

ଭାରତୀୟ ମହିଳା ଅଲରାଉଣ୍ଡର କ୍ରିକେଟର ଦିପ୍ତୀ ଶର୍ମା ଏକ ସଫଳତା ହାସଲ କରିଛନ୍ତି । ଏନେଇ ତାଙ୍କୁ ପ୍ରଶଂସା କରିଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତି ସିଂହ । ଅଧିକ ପଢନ୍ତୁ

ମୁମ୍ବାଇ: ଦିପ୍ତୀ ଶର୍ମାଙ୍କୁ ରକୁଲଙ୍କ ପ୍ରଶଂସା । ଦକ୍ଷିଣ ଆଫ୍ରିକାର କେପଟାଉନରେ ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ବିତୀୟ ମୁକାବିଲାରେ ଭାରତୀୟ ଅଲରାଉଣ୍ଡର କ୍ରିକେଟର ଦୀପ୍ତି ଶର୍ମା 3ଟି ୱିକେଟ ନେବା ସହ ପ୍ରଥମ ଭାରତୀୟ ଭାବେ ଟି 20ରେ 100ଟି ୱିକେଟ ହାସଲ କରିଛନ୍ତି । ଦିପ୍ତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପ୍ରଶଂସା କରିଛନ୍ତି ।

ରାକୁଲ ତାଙ୍କ ସୋସିଆଲ ମିଡିଆରେ ଦିପ୍ତୀଙ୍କୁ ପ୍ରଶଂସା କରିଛନ୍ତି । ଦିପ୍ତୀ ଶର୍ମାଙ୍କ ଏକ ଫଟୋ ସେୟାର କରି ରାକୁଲ ଲେଖିଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଯିଏ କି 100ଟି ଟି 20 ୱିକେଟ ହାସଲ କରିଛନ୍ତି । ବହୁତ ସୁନ୍ଦର । ମହିଳା ଟି ଟ୍ବେଣ୍ଟ ବିଶ୍ବକପରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ବିତୀୟ ମୁକାବିଲାରେ ଦିପ୍ତୀ 3ଟି ୱିକେଟ ଅକ୍ତିଆର କରିଥିଲେ । ଭାରତ ଉକ୍ତ ମ୍ୟାଚକୁ 6 ୱିକେଟରେ ଜିତିଥିଲା । 24 ବର୍ଷୀୟ ଦିପ୍ତୀ ଶର୍ମା 2014 ନଭେମ୍ବର 28ରେ ଡେବ୍ୟୁ କରିଥିଲେ । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ବୋଲିଂ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଦିପ୍ତୀ ଶର୍ମା ।

ନିକଟରେ ସରିଥିବା ମହିଳା ଆଇପିଏଲ ନୀଲାମିରେ ଦିପ୍ତୀ ଶର୍ମାଙ୍କୁ ଯୁପି ୱାରିୟର୍ସ କ୍ରୟ କରିଛି । 2.6 କୋଟି ଦେଇ ୟୁପିଡବ୍ଲୁ ଦିପ୍ତୀଙ୍କୁ କିଣିଛି । ନିଲାମୀରେ ଦିପ୍ତୀ ଶର୍ମା ତୃତୀୟ ମୂଲ୍ୟବାନ ଖେଳାଳି ହୋଇଛନ୍ତି । ଆଇସିସି ଟି -ଟ୍ବେଣ୍ଟି ବୋଲିଂ ରାଙ୍କରେ ଅଫ ସ୍ପିନର ଦିପ୍ତୀ ତୃତୀୟ ସ୍ଥାନରେ ରହିଛନ୍ତି । ବୋଲିଂ ସହିତ ଦିପ୍ତୀ ବ୍ୟାଟିଂରେ ମଧ୍ୟ ଦକ୍ଷ । ତାଙ୍କ ରନ ରେଟ 106.53 ରହିଛି । ପ୍ରଥମ ଭାରତୀୟ ଭାବେ ଦିପ୍ତୀ ଶର୍ମା 100ଟି ଟି-ଟ୍ବେଣ୍ଟି ୱିକେଟ ନେଇ ଥିବାରୁ ତାଙ୍କୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ...ଛେନାପୋଡ଼ ପ୍ରେମରେ ବଲିଉଡ ଅଭିନେତା ଆୟୁଷ୍ମାନ, ଟ୍ବିଟ କରି କହିଲେ ଏମିତି

ପ୍ରକାଶ ଥାଉକି, ଫେବୃଆରୀ 10ରୁ କେପଟାଉନରେ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.