ETV Bharat / entertainment

ପରଲୋକରେ ରାକ୍ଷୀ ସାଓ୍ବାନ୍ତଙ୍କ ମାଆ, କର୍କଟରେ ଥିଲେ ପୀଡିତ

author img

By

Published : Jan 29, 2023, 8:55 AM IST

କର୍କଟ ଓ ବ୍ରେନ ଟ୍ୟୁମରରେ ପୀଡିତ ହୋଇ ଆଖି ବୁଜିଲେ ରାକ୍ଷୀ ସାଓ୍ବାନ୍ତଙ୍କ ମାଆ ଜୟା ସାଓ୍ବାନ୍ତ। କାନ୍ଦି କାନ୍ଦି ନୟାନ୍ତ ହେଲେ ରାକ୍ଷୀ । ଅଧିକ ପଢନ୍ତୁ

Rakhi Sawant mother died
Rakhi Sawant mother died

ମୁମ୍ବାଇ: ପରଲୋକରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାଓ୍ବାନ୍ତଙ୍କ ମାଆ । କକ୍ରଟ ଓ ବ୍ରେନ ଟ୍ୟୁମରରେ୍ ପୀଡିତ ଥିଲେ ରାକ୍ଷୀଙ୍କ ମାଆ ଜୟା ସାଓ୍ବାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୀକ୍ଷୀଙ୍କ ସ୍ବାମୀ ଆଦିଲ ଖାନ ଶାଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ଏପରି ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ରାକ୍ଷୀ । 2021ରୁ କର୍କଟ ରୋଗରେ ପୀଡିତ ଥିଲେ ରାକ୍ଷୀଙ୍କ ମାଆ । ଏନେଇ ରାକ୍ଷି ଟ୍ବିଟ କରି ନିଜେ ଜଣାଇଥିଲେ ।

ଗତକାଲି ରାକ୍ଷୀଙ୍କ ମାଆଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ପାଇଁ ମୁମ୍ବାଇର ଶ୍ମଶାନକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ରାକ୍ଷୀ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଏନେଇ ଗଣମାଧ୍ୟମ ରାକ୍ଷୀଙ୍କୁ ପ୍ରଶ୍ନ କରିବାରୁ ସେ ମାଆଙ୍କ ଦେହାନ୍ତ ହୋଇଥିବା କହିବା ସହ କାନ୍ଦି ପକାଇଥିଲେ । ମୃତ୍ୟୁର ପୂର୍ବ ଦିନ ମାଆକୁ ବହୁତ ଯନ୍ତ୍ରଣା ହେଉଥିଲା କିନ୍ତୁ ସେ ଏତେ ଜଲଦି ମୋତେ ଛାଡି ଚାଲିଯିବ ବୋଲି ଜାଣିନଥିବା କହିଥିଲେ ରାକ୍ଷୀ ।

ଆଜି ମୁମ୍ବାଇର ଏକ ଶ୍ମଶାନରେ ଜୟା ସାଓ୍ବନ୍ତଙ୍କ ଶେଷକୃତ୍ୟ ହେବା ନେଇ କହିଛନ୍ତି ରାକ୍ଷୀ । କର୍କଟ ଓ ବ୍ରେନ ଟ୍ୟୁମରରେ ପୀଡିତ ଥିବା ବେଳେ ରାକ୍ଷୀଙ୍କ ମାଆ କ୍ରିଟିକେୟାର ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । କିନ୍ତୁ ଚିକିତ୍ସା ସତ୍ତ୍ବେ ବି ସେ ରୋଗରୁ ମୁକ୍ତି ପାଇପାରିନଥିଲେ । ଶେଷରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା।

ଅନେକ ସମୟରେ ରାକ୍ଷୀ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରନ୍ତି । କିଛିଦିନ ପୂର୍ବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରି ତାଙ୍କ ଫ୍ୟାନ୍ସଙ୍କୁ ମାଆ ଭଲ ସ୍ବାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଥିବା ଦେଖିବାକୁ ମିଳିଥିଲା ।

ତେବେ ରାକ୍ଷୀ ବିଗ୍‌ବସ୍‌ ସିଜିନ 14 ଓ 15ରେ ନଜର ଆସିଥିଲେ । ଏହାପରେ ଚଳିତ ବର୍ଷ ବିଗବସ ମରାଠିରେ ମଧ୍ୟ ରାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା । ଶୋରୁ ଆସିବା ପରେ ସେଠାରୁ ମିଳିଥିବା ଟଙ୍କା ସେ ମାଆଙ୍କ ଚିକିତ୍ସାରେ ଖର୍ଚ୍ଚ କରିବେ ବୋଲି କହିଥିଲେ । ନିଟକରେ ରାକ୍ଷୀ ଅଡୁଆରେ ଛନ୍ଦି ହୋଇପଡିଥିଲେ । ମଡେଲର ଶର୍ଲିନ ଚୋପ୍ରା ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଏକ ଅଭିଯୋଗ ଆଣିଥିବାରୁ ମୁମ୍ବାଇ ପୋଲିସ ରାକ୍ଷୀଙ୍କୁ ଗିରଫ କରିଥିଲା। । ଶର୍ଲିନ ଚୋପ୍ରା ରାକ୍ଷୀଙ୍କ ନାମରେ ତାଙ୍କ ବ୍ୟକ୍ତିଗତ ଭିଡିଓ ଏବଂ ଫଟୋ ଭାଇରାଲ କରିଥିବା ଅଭିଯୋଗ କରିଥିଲେ । ତେବେ ଗିରଫର କିଛି ଘଣ୍ଟା ପରେ ରାକ୍ଷୀଙ୍କୁ ଛାଡି ଦେଇଥିଲା ମୁମ୍ବାଇ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.