ETV Bharat / entertainment

ରାଜୁଙ୍କୁ ଝୁରିଲେ ପତ୍ନୀ, ପ୍ରାର୍ଥନାସଭାରେ କାନ୍ଦି ପକାଇଲେ

author img

By

Published : Sep 26, 2022, 10:26 PM IST

Raju Srivastav wife breaks down in prayer meeting at mumbai
ରାଜୁଙ୍କୁ ଝୁରିଲେ ପତ୍ନୀ, ପ୍ରାର୍ଥନାସଭାରେ କାନ୍ଦି ପକାଇଲେ

ମୁମ୍ବାଇରେ ରାଜୁ ଶ୍ରୀବାସ୍ତବଙ୍କ ଆତ୍ମାର ସଦଗତି ପାଇଁ ପରିବାର ପକ୍ଷରୁ ଆଜି ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ରାଜୁଙ୍କ ଅନେକ ବନ୍ଧୁ ଓ ସହ କଳାକାର ଆସି ଏଥିରେ ଯୋଗ ଦେଇଥିଲେ । ରାଜୁଙ୍କ କଥା ମନେ ପକାଇ ଭାଙ୍ଗି ପଡ଼ିଲେ ପତ୍ନୀ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଦିବଙ୍ଗତ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ଆତ୍ମାର ସଦଗତି ପାଇଁ ପରିବାର ପକ୍ଷରୁ ଆଜି ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଏହି ପ୍ରାର୍ଥନା ସଭାରେ ରାଜୁଙ୍କ ଅନେକ ବନ୍ଧୁ ଓ ସହ କଳାକାର ଆସି ଯୋଗ ଦେଇଥିଲେ । ତେବେ ଏହି ସଭାରେ ରାଜୁଙ୍କ କଥା ମନେ ପକାଇ ଭାଙ୍ଗିପଡ଼ିଥିଲେ ତାଙ୍କ ପତ୍ନୀ । ଏହି ଦୃଶ୍ୟ ଉପସ୍ଥିତ ସଭିଁଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

ରାଜୁ ଶ୍ରୀବାସ୍ତବଙ୍କ ଆତ୍ମାର ସଦଗତି ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ କପିଲ ଶର୍ମା, ଭାରତୀ ସିଂହ, ଜନି ଲିଭର, ନିଲ୍‌ ନୀତିନ ମୁକେଶ, କେକେ ମେନନ୍‌, ଏହଶାନ କ୍ୟୁରେସୀ ଓ କିକୁ ଶାରଦା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାର୍ଥନା ସଭାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଅତି ଦୁଃଖର ସହ ରାଜୁଙ୍କୁ ମନେ ପକାଇଛନ୍ତି ।

ଏହା ବି ପଢ଼ନ୍ତୁ ପଞ୍ଚଭୂତରେ ବିଲୀନ ରାଜୁ ଶ୍ରୀବାସ୍ତବ, ଆଧୁନିକ ଉପାୟରେ ହୋଇଥିଲା ମୃତଦେହ ବ୍ୟବଚ୍ଛେଦ

ରାଜୁଙ୍କ ପତ୍ନୀ କହିଥିଲେ, "ମୋ ଜୀବନରେ ଆଉ କିଛି ବାକି ନାହିଁ । ମୋ ଜୀବନର ଅନ୍ତ ହୋଇଗଲା । ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କଲେ, ଡାକ୍ତର ମଧ୍ୟ ପ୍ରଚେଷ୍ଟା କରିଥିଲେ, ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେ ଆମ ସମସ୍ତଙ୍କୁ ହସାଇଥିଲେ । ମୁଁ ନିଶ୍ଚିତ ଯେ, ସେ ସ୍ବର୍ଗରେ ରହି ମଧ୍ୟ ହସାଉଥିବେ । ତାଙ୍କ ଆତ୍ମାର ସଦଗତି ହେଉ । ତାଙ୍କ ବନ୍ଧୁମାନେ ଆମକୁ ବହୁତ ସାହାଯ୍ୟ କରିଛନ୍ତି । ଧନ୍ୟବାଦ ।" ଏତିକି କହି ସେ କାନ୍ଦି ପକାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦଙ୍କ ଆଖିରେ ବି ଲୁହ ଆସି ଯାଇଥିଲା ।

ଏହାପୂର୍ବରୁ ଗତ ରବିବାର ରାଜୁ ଶ୍ରୀବାସ୍ତବଙ୍କ ଝିଅ ନିଜ ବାପାଙ୍କୁ ମନେ ପକାଇଥିଲେ । ଏକ ଭିଡିଓରେ ସେ କହିଛନ୍ତି ଯେ, କିଭଳି ତାଙ୍କ ବାପା ଏକ ମାସରୁ ଅଧିକ ସମୟ ଧିର ହସ୍ପିଟାଲରେ ରହିବା ପରେ ବି ଗୋଟିଏ ଶବ୍ଦ କହିନଥିଲେ । ରାଜୁ ଶ୍ରୀବାସ୍ତବଙ୍କ ପରିବାର ବର୍ତ୍ତମାନ ମୁମ୍ବାଇ ଛାଡ଼ି ଦିଲ୍ଲୀ ଫେରି ଆସିବେ । କାନପୁରରେ ମଧ୍ୟ ରାଜୁଙ୍କ ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯିବ । ରାଜୁଙ୍କ ଝିଅ ଅନ୍ତରା କହିଛନ୍ତି, "କାନପୁର ବାପାଙ୍କ ଘର ଥିଲା । ତେଣୁ ଏଠାରେ ମଧ୍ୟ ଆମେ ବାପାଙ୍କ ପାଇଁ ପ୍ରାର୍ଥନା ସଭାର ଆୟୋଜନ କରିବୁ ।"

ଗତ ସେପ୍ଟେମ୍ବର ୨୧ ତାରିଖରେ ଭେଟେରାନ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବାପରେ ସେ କୋମାକୁ ଚାଲି ଯାଇଥିଲେ । ୪୧ ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବାପରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ରାଜୁ । ଏହାପରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.