ETV Bharat / bharat

ପଞ୍ଚଭୂତରେ ବିଲୀନ ରାଜୁ ଶ୍ରୀବାସ୍ତବ, ଆଧୁନିକ ଉପାୟରେ ହୋଇଥିଲା ମୃତଦେହ ବ୍ୟବଚ୍ଛେଦ

author img

By

Published : Sep 22, 2022, 9:54 PM IST

୫୮ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଥିବା ବେଳେ ଏହା ପୂର୍ବରୁ ପ୍ରଥମ ଥର ପାଇଁ ଆଧୁନିକ ଉପାୟରେ ପୋଷ୍ଟମୋଟର୍ମ କରାଯାଇଥିଲା (Comedian Raju Srivastav post mortem ) । ଅଧିକ ପଢ଼ନ୍ତୁ

Comedian Raju Srivastav post-mortem was done with modern techniques
ପଞ୍ଚଭୂତରେ ବିଲୀନ ରାଜୁ ଶ୍ରୀବାସ୍ତବ, ଆଧୁନିକ ଉପାୟରେ ହୋଇଥିଲା ମୃତଦେହର ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ୫୮ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବ । ଦୀର୍ଘ ୪୨ ଦିନ ଧରି ଦିଲ୍ଲୀର ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ସମସ୍ତଙ୍କୁ ହସେଇ ହସେଇ ବେଦନ କୁରଥିବା ଗଜୋଧର ଭୈୟା । ସମସ୍ତଙ୍କୁ ହସାଉଥିବା ମଣିଷଟେ ଗଲା ବେଳେ କନ୍ଦାଇ ଦେଇଗଲେ । ଆଜି ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଥିବା ବେଳେ ଏହା ପୂର୍ବରୁ ପ୍ରଥମ ଥର ପାଇଁ ଆଧୁନିକ ଉପାୟରେ ପୋଷ୍ଟମୋଟର୍ମ କରାଯାଇଥିଲା(Comedian Raju Srivastav post mortem ) ।

Comedian Raju Srivastav post-mortem was done with modern techniques
ପଞ୍ଚଭୂତରେ ବିଲୀନ ରାଜୁ ଶ୍ରୀବାସ୍ତବ, ଆଧୁନିକ ଉପାୟରେ ହୋଇଥିଲା ମୃତଦେହର ବ୍ୟବଚ୍ଛେଦ

ରାଜୁ ଶ୍ରୀବାସ୍ତବଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିଲା । ୪୨ ଦିନ ଧରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବାରୁ ତାଙ୍କ ହାତରେ କେବଳ ଇଞ୍ଜେକ୍ସନ ନେବା ଚିହ୍ନ ରହିଥିଲା । ସାଧାରଣତଃ ମୃତ୍ୟୁ ପରେ ସମ୍ପର୍କୀୟ ପୋଷ୍ଟମୋଟର୍ମ କରିବାକୁ ଦିଅନ୍ତି ନାହିଁ । ପୋଷ୍ଟମୋଟର୍ମ କରିବାକୁ ହେଲେ ସମ୍ପର୍କୀୟଙ୍କୁ ଅନେକ ସମସ୍ୟା ସହିବାକୁ ପଡ଼େ । ପୂରା ଶରୀରକୁ ଚିରି ଥାଆନ୍ତି ଡାକ୍ତର । ଏହି ପ୍ରକ୍ରିୟାରେ ଶରୀରୁ ଯେଭଳି କୌଣସି ଫ୍ଲୁଇଡ ବାହାରକୁ ନଆସିବ ସେଥିପ୍ରତି ଧ୍ୟାନ ରଖାଯାଏ । ଏହାପରେ ଶରୀରକୁ ପୁନଃ ସିଲେଇ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥାଏ ।

ପଞ୍ଚଭୂତରେ ବିଲୀନ ରାଜୁ ଶ୍ରୀବାସ୍ତବ, ଆଧୁନିକ ଉପାୟରେ ହୋଇଥିଲା ମୃତଦେହର ବ୍ୟବଚ୍ଛେଦ
ପଞ୍ଚଭୂତରେ ବିଲୀନ ରାଜୁ ଶ୍ରୀବାସ୍ତବ, ଆଧୁନିକ ଉପାୟରେ ହୋଇଥିଲା ମୃତଦେହର ବ୍ୟବଚ୍ଛେଦ

କିନ୍ତୁ ନୂଆ ଦିଲ୍ଲୀରେ ଦକ୍ଷିଣ ଏସିଆର ପ୍ରଥମ ଭର୍ଚ୍ଚୁଆଲ ଫରେନ୍ସିକ୍‌ ଲ୍ୟାବ୍‌ ପ୍ରତିଷ୍ଠା ହୋଇଛି । ଏହି ଲ୍ୟାବ୍‌ରେ ଆଧୁନିକ ଟେକ୍ନିକ୍‌ରେ ପୋଷ୍ଟମୋଟର୍ମ କରାଯାଇଛି । ଏହି ଟେକ୍ନିକ୍‌ରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଚିରିବା ଆବଶ୍ୟକ ନଥାଏ । ଏହି ପ୍ରକ୍ରିୟା ଲାଇଭ୍‌ ଦେଖାଯାଇ ପାରିବ । ଏହାଦ୍ବାରା ବ୍ୟବଚ୍ଛେଦର ଯେତେଥର ଆବ୍ୟଶକ ସେତେଥର ଅଧ୍ୟୟନ କରାଯାଇ ପାରିବ । କିନ୍ତୁ ପୁରୁଣା ଟେକ୍ନିକ୍‌ ଏହା ସମ୍ଭବ ହୋଇ ପାରେନି ।

ନୂଆ ଟେକ୍ନିକ୍‌ରେ ପ୍ରଥମେ ମୃତଦେହକୁ ଏକ ର୍ୟାମ୍ପ୍‌ରେ ଶୁଆଇ ଦିଆଯାଏ । ଏହାପରେ ପୁରା ଶରୀରର ସିଟି ସ୍କାନ୍‌ କରାଯାଇଥାଏ । ଏହାଦ୍ବାରା ଶରୀର ସେହି ଅଂଶ ମଧ୍ୟ ଦେଖାଯାଇ ପାରିବ ଯାହା ପୁରୁଣା ଟେକ୍ନିକ୍‌ରେ ଦେଖିବା ସମ୍ଭବପର ନୁହେଁ । ଏହି ମେସିନ୍‌ ତିଆରି ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମେସିନ ବ୍ୟବାହର ପୂର୍ବରୁ ଏକ ସର୍ଭେ କରାଯାଇଥିଲା । ଏମ୍ସ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୯୯ ପ୍ରତିଶତ ଲୋକ ମୃତ୍ୟୁ ପରେ ନିଜ ପରିଜନଙ୍କ ମୃତଦେହର ବ୍ୟବଚ୍ଛେଦ କରାଇବାକୁ ଚାହୁନଥିବା ଜଣା ପଡ଼ିଥିଲା ।

ମୃତଦେହ ବ୍ୟବଚ୍ଛେଦ ପାଇଁ ଏହି ନୂଆ ଟେକ୍ନିକ୍‌ ସୁହାଇବ ବୋଲି ଆଶା କରାଯାଉଛି । କାରଣ ଏହାଦ୍ବାରା ମୃତଦେହକୁ ଚିରିବାକୁ ପଡ଼ୁନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.