ETV Bharat / entertainment

ଅଲ୍ଲୁ ଅର୍ଜୁନଙ୍କ ସଫଳତାକୁ ସେଲିବ୍ରେସନ କଲେ ପୁଷ୍ପା ନିର୍ମାତା

author img

By ETV Bharat Odisha Team

Published : Oct 22, 2023, 4:42 PM IST

ଅଲ୍ଲୁ ଅର୍ଜୁନଙ୍କ ସଫଳତାକୁ ସେଲିବ୍ରେସନ କଲେ ପୁଷ୍ପା ନିର୍ମାତା, ଏହି ସେଲିବ୍ରିଟି ଆସିଲେ ନଜର
ଅଲ୍ଲୁ ଅର୍ଜୁନଙ୍କ ସଫଳତାକୁ ସେଲିବ୍ରେସନ କଲେ ପୁଷ୍ପା ନିର୍ମାତା, ଏହି ସେଲିବ୍ରିଟି ଆସିଲେ ନଜର

ଅଲ୍ଲୁ ଅର୍ଜୁନ ଏବଂ ଦେବୀ ଶ୍ରୀ ପ୍ରସାଦଙ୍କ ଜାତୀୟ ପୁରସ୍କାର ଜିତିବା ନେଇ 'ପୁଷ୍ପା: ଦ ରାଇଜ୍' ନିର୍ମାତାମାନେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଅନେକ ସେଲିବ୍ରିଟି ସାମିଲ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଏହି ପାର୍ଟିର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ହାଇଦ୍ରାବାଦ: ନିକଟରେ ଆୟୋଜିତ 69 ତମ ଜାତୀୟ ପୁରସ୍କାର ୨୦୨୩ରେ ସାଉଥ ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା: ଦ ରାଇଜ୍' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏବଂ ଦେବୀ ଶ୍ରୀ ପ୍ରସାଦ ଶ୍ରେଷ୍ଠ ସଂଗୀତକାର ପୁରସ୍କାର ପାଇଥିଲେ । ବର୍ତ୍ତମାନ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରି ଅଲୁ ଅର୍ଜୁନ ଏବଂ ଦେବୀ ଶ୍ରୀ ପ୍ରସାଦଙ୍କ ସଫଳତାକୁ ସେଲିବ୍ରେଟ କରିଛନ୍ତି ପୁଷ୍ପା ନିର୍ମାତାମାନେ ।

17 ଅକ୍ଟୋବର 2023ରେ, ଦିଲ୍ଲୀର ବିଜ୍ଞାନ ଭବନରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ କଳାକାରଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଯେଉଁଥିରେ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଅଲ୍ଲୁ ଅର୍ଜୁନ ଏବଂ ଦେବୀ ଶ୍ରୀ ପ୍ରସାଦ ଶ୍ରେଷ୍ଠ ସଂଗୀତକାର ପୁରସ୍କାର ଲାଭ କରିଥିଲେ । ଯେଉଁଥିପାଇଁ ଗତ ଅକ୍ଟୋବର 21 ତାରିଖ ରାତିରେ, ମୈତ୍ରୀ ମୁଭି ମେକର୍ସ ଜାତୀୟ ପୁରସ୍କାର ବିଜେତାମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିସହ ଏକ୍ସରେ ନିର୍ମାତା ଏହି ସେଲିବ୍ରେସନର ଅନେକ ଫଟୋ ସେୟାର କରିଛନ୍ତି । ଏଥିରେ ଫିଲ୍ମର ଟିମ୍ ଏବଂ ଅଭିନେତା ପ୍ରକାଶ ରାଜ ନଜର ଆସିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା: ଦ ରାଇଜ୍' ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା, ଫିଲ୍ମ ଡିସେମ୍ବର 2021ରେ ମୁକ୍ତିଲାଭ କରିଥିଲା । 'ପୁଷ୍ପା: ଦ ରାଇଜ୍' ଆନ୍ଧ୍ରପ୍ରଦେଶର ସେଶଚଲମ୍ ଅଞ୍ଚଳରେ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ବେସ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ପୁଷ୍ପାର ପ୍ରଥମ ଭାଗ ସାରା ବିଶ୍ୱରେ 4000ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ କରିଥିଲା । ସାକ୍ନିଲ୍କଙ୍କ ମୁତାବକ, ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ 350.1 କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ 10 ସପ୍ତାହରେ ଭାରତରେ ମୋଟ 267.55 କୋଟି କଲେକ୍ସ କରି ସଫଳତା ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କୁ ରାମୋଜୀ ଫିଲ୍ମ ସିଟିର ସୁନ୍ଦର ଝଲକ ଦେଖାଇଲେ ଅଲ୍ଲୁ ଅର୍ଜୁନ

ପ୍ରଥମ ଭାଗ ପରି 2ୟ ଭାଗ 'ପୁଷ୍ପା: ଦ ରୁଲ୍' ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ । ଏପ୍ରିଲ୍ 8ରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପୁଷ୍ପା ଭୁମିକାର ପ୍ରଥମ ଲୁକ୍ ରିଲିଜ ହୋଇଛି । ଏହାପରେ ଶ୍ରୀବଲି ଭୂମିକାରେ ଅଭିନୟ କରିଥିବା ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ (ଏପ୍ରିଲ୍)ରେ ଶ୍ରୀଭଲି ଚରିତ୍ରର ପ୍ରଥମ ଲୁକ୍ ରିଲିଜ ହୋଇଥିଲା। ପରେ ଫହାଦଙ୍କ ମଧ୍ୟ ଲୁକ୍‌ ରିଲିଜ ହୋଇଥିଲା । ବର୍ତ୍ତମାନ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ର ଗୁଡ଼ିକର ପ୍ରଥମ ଲୁକ୍ ଆଉଟ୍ ହୋଇଥିବା ବେଳେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ର 15 ଅଗଷ୍ଟ 2024 ରେ ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.