ETV Bharat / entertainment

Pathaan Controversy: ବିକିନି ବିବାଦରେ ବଢିଲା ଦୀପିକାଙ୍କ ମୁସ୍କିଲ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଅଭିଯୋଗ

author img

By

Published : Dec 16, 2022, 1:31 PM IST

କିନି ବିବାଦରେ ବଢିଲା ଦୀପିକାଙ୍କ ମୁସ୍କିଲ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଅଭିଯୋଗ
କିନି ବିବାଦରେ ବଢିଲା ଦୀପିକାଙ୍କ ମୁସ୍କିଲ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଅଭିଯୋଗ

ଥମୁନି ପଠାନ ବିବାଦ । ଏବେ ଦୀପିକା ପାଦୁକୋନଙ୍କ ଗେରୁଆ ବିକିନି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଥମୁନି ‘ପଠାନ’ ବିବାଦ । ଶାହାରୁଖ ଖାନଙ୍କ ଫିଲ୍ମ ପଠାନର ବେଶରମ ଗୀତକୁ ନେଇ ଲାଗି ରହିଛି ସବୁଠି ଚର୍ଚ୍ଚା । ଗେରୁଆ ରଙ୍ଗରେ ଦୀପିକାଙ୍କ ବିକିନି ଲୁକ୍, ଯେତିକି ପ୍ରଂଶସା ସାଉଣ୍ଟିନି ତାଠୁ ଅଧିକ ବିବାଦ ଠିଆ କରିଛି । ଗୋଟିଏ ପଟେ ଏହି ଲୁକ୍‌କୁ ବିରୋଧ କରାଯାଉଥିବାବେଳେ, ବର୍ତ୍ତମାନ ଖବର ଆସୁଛି ଯେ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଦୀପିକା ପାଦୁକୋନଙ୍କ ଗେରୁଆ ବିକିନି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ ହୋଇଛି । ବିଜେପି ନେତାଙ୍କ ବିରୋଧ ପରେ ବର୍ତ୍ତମାନ ଅଭିଯୋଗ ପଞ୍ଜିକରଣ, ଏହା ମାମଲାକୁ ଆହୁରି ସଙ୍ଗୀନ କରିଦେଇଛି ।

ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନର ବେସରମ ରଙ୍ଗ ଗୀତ ରିଲିଜ ହେବା ପରଠାରୁ ପ୍ରଶଂସକଙ୍କ ଓଠରେ ରହିଆସିଛି । କିନ୍ତୁ ଏହି ଗୀତରେ ଦୀପିକା ପାଦୁକୋନଙ୍କ ଗେରୁଆ ବିକିନି ହେତୁ ଏହାକୁ ଜୋରଦାର ଟ୍ରୋଲ କରାଯାଉଛି । ଏହି ଗୀତକୁ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ କରାଯାଉଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକା ପାଦୁକୋନଙ୍କ ବିକିନି ଏବଂ ଶାହରୁଖ ଖାନଙ୍କ ସବୁଜ ରଙ୍ଗର ସାର୍ଟକୁ ନେଇ ବିରୋଧ କରିଛନ୍ତି ।

ନରୋତ୍ତମ ମିଶ୍ରା କହିଛନ୍ତି ଯେ ଏହି ଦୃଶ୍ୟକୁ ଏଡିଟ୍ କର, ନଚେତ୍ ଫିଲ୍ମ ରିଲିଜ୍ ହେବ ନାହିଁ । କେବଳ ଏତିକି ନୁହେଁ, ବର୍ତ୍ତମାନ ଖବର ଆସୁଛି ଯେ ଦୀପିକାଙ୍କ ପୋଷାକର ରଙ୍ଗ ବିରୋଧରେ ବିନୀତ ଜିନ୍ଦଲ ନାମକ ଜଣେ ବ୍ୟକ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଜିନ୍ଦଲ କହିଛନ୍ତି ଯେ, ଆମର ସାଧୁମାନେ ଗେରୁଆ ରଙ୍ଗ ପିନ୍ଧନ୍ତି । ଏହି ଗୀତରେ ଯେଉଁ ପ୍ରକାରରେ ଗେରୁଆ ରଙ୍ଗ ପ୍ରଦର୍ଶନ କରାଯାଇଛି ତାହା ଆପତ୍ତିଜନକ ଅଟେ ।

ଏହା ବି ପଢନ୍ତୁ: Upasana Kamineni Pregnant: ମହିଳାଙ୍କଠୁ ଆଶୀର୍ବାଦ ନେଲେ ଉପସାନା, ପୋଷ୍ଟରେ ମନେ ପକାଇଲେ ଶାଶୁଙ୍କୁ

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଅର୍ଥାତ୍ ଗୁରୁବାର ଦିନ ଅଯୋଧ୍ୟାର ମହନ୍ତ ରାଜୁ ଦାସ ମଧ୍ୟ ଏହି ଚଳଚ୍ଚିତ୍ରର ଗୀତକୁ ବିରୋଧ କରିଥିଲେ । ସେ କହିଥିଲେ ଯେ ଯଦି ଫିଲ୍ମର ଦୃଶ୍ୟ କଟା ନଯାଏ , ତେବେ ଏଠାରେ ମୁକ୍ତିଲାଭ କରିବାକୁ ଦିଆଯିବ ନାହିଁ ଏବଂ ଯଦି ଫିଲ୍ମଟି କୌଣସି ଥିଏଟରରେ ପ୍ରଦର୍ଶିତ ହୁଏ ତେବେ ସେହି ଥିଏଟର ପୋଡି ଦିଆଯିବ । ଗତ କିଛି ଦିନ ଧରି ଏହି ଗୀତକୁ ନେଇ ବିବାଦ କ୍ରମାଗତ ଭାବରେ ବଢିବାରେ ଲାଗିଛି । ଯାହା ଲାଗୁଛି ଏହି ବିବାଦ ଏତେ ଶୀଘ୍ର ଥମିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.