ETV Bharat / entertainment

Upasana Kamineni Pregnant: ମହିଳାଙ୍କଠୁ ଆଶୀର୍ବାଦ ନେଲେ ଉପସାନା, ପୋଷ୍ଟରେ ମନେ ପକାଇଲେ ଶାଶୁଙ୍କୁ

author img

By

Published : Dec 16, 2022, 12:06 PM IST

ସାଉଥ୍‌ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନା କାମିନେନି ଖୁବ୍‌ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି । ଏନେଇ ଉପସାନା ନିଜ ଇନଷ୍ଟାଗ୍ରାମରେ ମାତୃତ୍ବ(Upasana Kamineni Pregnant)କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ମହିଳାଙ୍କଠୁ ଆଶୀର୍ବାଦ ନେଲେ ଉପସାନା, ପୋଷ୍ଟରେ ମନେ ପକାଇଲେ ଶାଶୂଙ୍କୁ
ମହିଳାଙ୍କଠୁ ଆଶୀର୍ବାଦ ନେଲେ ଉପସାନା, ପୋଷ୍ଟରେ ମନେ ପକାଇଲେ ଶାଶୂଙ୍କୁ

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନା କାମିନେନି ଖୁବ୍‌ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି । ଯେବେଠୁ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି ସମସ୍ତେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ତେବେ ଏହି ଷ୍ଟାର ପତ୍ନୀ ପ୍ରଥମ ଥର ପାଇଁ ମାଆ ହେବା ନେଇ ବହୁତ ଉତ୍ସାହିତ ଅଛନ୍ତି ।

ରାମ ଚରଣଙ୍କ ପତ୍ନୀ ଉପସାନା ନିଜ ଇନଷ୍ଟାଗ୍ରାମରେ ମାତୃତ୍ବକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯେହେତୁ ଉପାସାନା (Upasana Kamineni Pregnant) ନିଜେ ଗର୍ଭବତୀ ଅଛନ୍ତି ଏବଂ ସେଥିପାଇଁ ସେ ସେହି ମହିଳାମାନଙ୍କୁ ମନେ ପକାଇଛନ୍ତି, ଯେଉଁମାନେ ତାଙ୍କ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଷ୍ଟାର୍ ପତ୍ନୀ ଯିଏକି ଜଣେ ଉଦ୍ୟୋଗୀ ମଧ୍ୟ ଅଟନ୍ତି । ଏହି ସମୟରେ ଉପାସନା ତାଙ୍କ ଜୀବନର ପ୍ରମୁଖ ମହିଳାମାନଙ୍କ ଠାରୁ ତଥା ମାଆ ଶୋଭାନା କାମିନେନି, ଜେଜେମା ଏବଂ ମାଉସୀମାନଙ୍କ ଠାରୁ ଆଶୀର୍ବାଦ ଲୋଡିଥିଲେ । ଫଟୋଗୁଡ଼ିକରେ ଆପଣ ସମସ୍ତଙ୍କ ସହିତ ଉପସାନାଙ୍କୁ ଦେଖିପାରିବେ ।

ମହିଳାଙ୍କଠୁ ଆଶୀର୍ବାଦ ନେଲେ ଉପସାନା
ମହିଳାଙ୍କଠୁ ଆଶୀର୍ବାଦ ନେଲେ ଉପସାନା

ଉପସାନା କେବଳ ଗର୍ଭାବସ୍ଥାର ଦିନକୁ ମନେ ରଖି ନାହାଁନ୍ତି ବରଂ ତାଙ୍କ ଶାଶୁ 'ଅଥମା' ସୁରେଖା କୋନିଡେଲା (Ram Charan mother) କୁ ମଧ୍ୟ ମନେ ପକାଇଛନ୍ତି । ଏହି ଫଟୋଗୁଡ଼ିକର କ୍ୟାପସନରେ ରାମ ଚରଣଙ୍କ ପତ୍ନୀ ଲେଖିଛନ୍ତି, 'ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହିଳାଙ୍କ ଆଶୀର୍ବାଦ ସହିତ ମୁଁ ମାତୃତ୍ୱରେ ପ୍ରବେଶ କରୁଛି । ଅଥମାଙ୍କୁ ମିସ୍‌ କରୁଛି ।’ ଫଟୋରେ, ଉପସାନା ନୀଳ ରଙ୍ଗର ଲେହେଙ୍ଗାରେ ସୁନ୍ଦର ଦେଖାଯାଉଛନ୍ତି, ଯାହାକୁ ସେ ହୀରା ପୋଲ୍କି ଅଳଙ୍କାର ସହିତ କ୍ୟାରି କରିଛନ୍ତି ।

ଏହା ବି ପଢନ୍ତୁ: Gandhi Godse Ek Yudh: 9ବର୍ଷ ପରେ ପୁଣି ଫିଲ୍ମ ଦୁନିଆକୁ ଫେରିଲେ ରାଜକୁମାର ସନ୍ତୋଷି

ଯଦି ଆମେ ରାମ ଚରଣ ଏବଂ ଉପାସାନାର ପ୍ରେମ କାହାଣୀ ବିଷୟରେ କହିବା ତ, ତେବେ ଏହି ଦମ୍ପତି ସେମାନଙ୍କ ସ୍କୁଲ ଦିନରୁ ପରଷ୍ପରର ବନ୍ଧୁ । ପରେ ସେମାନଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢିଉଠିଥିଲା । ବର୍ତ୍ତମାନ ସେମାନେ ପିତାମାତା ହେବାକୁ ଯାଉଛନ୍ତି । ଉଭୟ 10 ବର୍ଷ ହେଲା ବିବାହ କରିଛନ୍ତି ।

ଆପଣ ରାମଚରଣଙ୍କ ବିଷୟରେ ତ ଆଗରୁ ଜାଣିଥିବେ, ସେ ଜଣେ ସୁପରଷ୍ଟାର ଏବଂ ବ୍ୟବସାୟୀ ମଧ୍ୟ । ଏବଂ ଯେତେବେଳେ ତାଙ୍କ ପତ୍ନୀଙ୍କ ବୃତ୍ତିଗତ ଜୀବନ କଥା ଆସେ, ଉପସାନା କାମିନେନି ଜଣେ ଲୋକପ୍ରିୟ ବ୍ୟବସାୟୀ ସେ ଆପୋଲୋ ହସ୍ପିଟାଲର ଉପାଧ୍ୟକ୍ଷ ତଥା ପରିବାର ସ୍ୱାସ୍ଥ୍ୟ ଯୋଜନା ବୀମା ଟିପିଏ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.