ETV Bharat / entertainment

Pathaan box office: ପଠାନ କ୍ରେଜ, ଚାରି ଦିନରେ ୪୦୦ କୋଟିରୁ ଅଧିକ ଆୟ

author img

By

Published : Jan 29, 2023, 10:07 PM IST

Pathaan box office collection
Pathaan box office collection

ରିଲିଜ ପରେ କମାଲ କରୁଛି ପଠାନ । ଚାରି ଦିନରେ ୪୦୦ କୋଟିରୁ ଅଧିକ ଆୟ କଲାଣି ଫିଲ୍ମ । ଅଧିକ ପଢନ୍ତୁ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ସୁପରଷ୍ଟାର ଶାହରୁଖ ଖାନଙ୍କ ପଠାନ । ରିଲିଜ୍ ପରେ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ଫିଲ୍ମ । ଗତ ବୁଧବାର ଦିନ ଶାହରୁଖ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ଫିଲ୍ମ ରିଲିଜ ହୋଇଥିବା ବେଳେ ଚାରି ଦିନ ଭିତରେ ଏହା ବିଶ୍ବ ବଜାରରେ ୪୦୦ କୋଟିରୁ ଅଧିକ ଆୟ କରିଛି । ୪ ବର୍ଷର ବ୍ୟବଧାନ ପରେ କିଙ୍ଗ ଖାନଙ୍କ ବଡ ପରଦାରେ ଏଣ୍ଟ୍ରିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ୟସ୍‌ରାଜ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସ୍ପାଏ ଥ୍ରୀଲର ମୁଭି ବକ୍ସ ଅଫିସରେ ୨୧ଟି ରେକର୍ଡ ଭାଙ୍ଗିଛି ।

ୟସ୍‌ରାଜ ପ୍ରଡକ୍ସନ ଅନୁସାରେ, ଶାହରୁଖଙ୍କ ଫିଲ୍ମ ପଠାନ ରିଲିଜର ପ୍ରଥମ ଦିନରେ ଘରୋଇ ବଜାରରେ ୫୩.୨୫ କୋଟି ଆୟ କରିଥିଲା । ଏହାମଧ୍ୟରେ ୨ କୋଟି ଅନ୍ୟ ଭାଷାଭାଷୀରୁ ଥିଲା । ବିଶ୍ବ ବାଜରରେ ପ୍ରଥମ ଦିନର ଆୟ ଥିଲା ୧୦୦ କୋଟି । ଚତୁର୍ଥ ଦିନରେ ଏହା ବିଶ୍ବ ବଜାରରେ ପୁଣିଥରେ ୧୦୦ କୋଟିରୁ ଅଧିକ କଲେକ୍ସନ କରିଛି । ଏହାକୁ ମିଶାଇ ଚାରି ଦିନରେ ପଠାନ ଆୟ ୪୨୯ କୋଟିରେ ପହଞ୍ଚିଛି । ବୁଧବାର ପଠାନ ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହୋଇଥିଲା । ଏହି ଫିଲ୍ମ କେଜିଏଫ-୨, ବାହୁବଳୀ-୨ ଭଳି ଦକ୍ଷିଣ ଭାରତର ବ୍ଲକବାଷ୍ଟର ଫିଲ୍ମଗୁଡିକୁ ପଛରେ ପକାଇଛି ।

ପଠାନ ପ୍ରଥମ ଦିନରେ ବିଶ୍ବ ବଜାରରେ ୧୦୬ କୋଟି ରୋଜଗାର କରିଥିଲା । ଦ୍ବିତୀୟ ଦିନରେ ଆୟ ୧୧୩.୬ କୋଟି(୪୭ କୋଟି ଭାରତରେ+ ୫୨ କୋଟି ବିଦେଶ) ଥିଲା । ତୃତୀୟ ଦିନରେ ୯୦ କୋଟି ଓ ଚତୁର୍ଥ ଦିନରେ ୧୧୬ କୋଟି( ୬୪ କୋଟି ଭାରତ+ ୫୨ ବିଦେଶ) କରିଛି । ଏହାକୁ ମିଶାଇ ସମୁଦାୟ ୪୨୯ କୋଟି କଲେକ୍ସନ କରିଛି ପଠାନ ।

ଏହାମଧ୍ୟ ପଢନ୍ତୁ: ପରଲୋକରେ ରାକ୍ଷୀ ସାଓ୍ବାନ୍ତଙ୍କ ମାଆ, କର୍କଟରେ ଥିଲେ ପୀଡିତ

ଦୀର୍ଘ ୪ ବର୍ଷ ପରେ ବଲିଉଡର ବାଦଶାହ ଶାହରୁଖ ପଠାନ ଫିଲ୍ମ ଜରିଆରେ ବଡ ପରଦାରେ କମ୍‌ବ୍ୟାକ କରିଛନ୍ତି । ୟସ୍‌ରାଜ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହିତ ଜନ ଆବ୍ରାହିମ୍ ଅଭିନୟ କରିଛନ୍ତି । ତେବେ ପଠାନର ଟିଜର ଓ ବେଶରମ୍ ରଙ୍ଗ ଗୀତ ରିଲିଜ ପରେ ଦେଶବ୍ୟାପୀ ବିବାଦ ମୁଣ୍ଡ ଟେକିଥିଲା । ବିଭିନ୍ନ ସ୍ଥାନରେ ଫିଲ୍ମ ବ୍ୟାନ କରିବାକୁ ଦାବି ହୋଇଥିଲା । କିନ୍ତୁ ରିଲିଜ ପରେ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ହାସଲ କରିଚାଲିଛି ପଠାନ । ୨୫୦ କୋଟି ଟଙ୍କା ବଜେଟରେ 'ପଠାନ' ଫିଲ୍ମ ନିର୍ମାଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.