ETV Bharat / entertainment

Pathaan Box office day 25: ବାହୁବଳୀ-୨କୁ ପଛରେ ପକାଇଲା ପଠାନ

author img

By

Published : Feb 19, 2023, 7:48 PM IST

Pathaan box office day 25
Pathaan box office day 25

ଲୋକପ୍ରିୟ ଫିଲ୍ମ ବାହୁବଳୀ-୨ର ରେକର୍ଡ ଭାଙ୍ଗିଲା ଶାହାରୁଖଙ୍କ ଅଭିନୀତ ପଠାନ । ରିଲିଜର ୨୫ଦିନ ପରେ ମଧ୍ୟ ଫିଲ୍ମ ବକ୍ସ ଅଫିସରେ ବେଶ ଧମାଲ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବକ୍ସ ଅଫିସରେ ଧମାଲ କରୁଛି ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ପଠାନ । ଏହି ଫିଲ୍ମ ଲୋକପ୍ରିୟ ବାହୁବଳୀ-୨ର ରେକର୍ଡ ମଧ୍ୟ ଭାଙ୍ଗିଛି । ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ହିନ୍ଦୀ ଡବ୍‌ ଫିଲ୍ମ 'ବାହୁବଳୀ ଦି କନକ୍ଲ୍ୟୁଜନ' ୫୧୦.୯୯ କୋଟି ଟଙ୍କା ରୋଜଗାର କରିଥିବା ବେଳେ ପଠାନ ୫୧୧.୨୨ କୋଟି ରୋଜଗାର କରିଛି । ଭାରତୀୟ ହିନ୍ଦୀ ସିନେମାରେ ଅଧିକ ବ୍ୟବସାୟ କରି ପଠାନ ଇତିହାସ ସୃଷ୍ଟି କରିଛି । ଏଥିରେ ଅନ୍ୟ କଳାକାର ଭାବେ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ମଧ୍ୟ ଅଭିନୟ କରିଛନ୍ତି ।

ପଠାନ ଫିଲ୍ମ ରିଲିଜ ୪ର୍ଥ ଶନିବାର ମଧ୍ୟ ଥିଏଟରରେ ଦର୍ଶକଙ୍କ ଭିଡ଼ ଜମିଛି । ଶୁକ୍ରବାର ଓ ଶନିବାର ମେକର୍ସ ଟିକେଟ ମୂଲ୍ୟରେ ହ୍ରାସ କରିଛନ୍ତି । ମେକର୍ସଙ୍କ ଏହି ଷ୍ଟ୍ରାଟେଜି ମଧ୍ୟ ବେଶ ଫଳପ୍ରଦ ହୋଇଛି । ରିଲିଜର ୨୫ ଦିନରେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ପଠାନ ସାରା ବିଶ୍ବରେ ୯୮୮ କୋଟି ଟଙ୍କା ବ୍ୟବସାୟ କରିଛି । ୟଶ ରାଜ ଫିଲ୍ମସ (YRF) ପକ୍ଷରୁ ପଠାନ ବକ୍ସ ଅଫିସ କଲେକ୍ସନ ନେଇ ସୋସିଆଲ ମିଡିଆରେ ରବିବାର ସୂଚନା ଦିଆଯାଇଛି । ବାହୁବଳୀ ଫିଲ୍ମର ମୂଳ ଭାଷା ତେଲୁଗୁ ହୋଇଥିବା ବେଳେ ଏହା ହିନ୍ଦୀ ଭାଷାରେ ମଧ୍ୟ ସାରା ଦେଶରେ ରିଲିଜ ହୋଇଥିଲା । ଏବେ ପଠାନ ଏହି ଫିଲ୍ମର ରେକର୍ଡ ଭାଙ୍ଗିଛି ।

ଏହା ବି ପଢନ୍ତୁ-ଝିଅ ମାଲତୀ ସହ ଫଟୋ ସେୟାର କଲେ ଦେଶୀଗର୍ଲ, ଫ୍ୟାନ୍ସ କହିଲେ ସବୁଠୁ ସୁନ୍ଦର ମା’

କେବଳ ଭାରତରେ ପଠାନ ୫୧୧.୨୨ କୋଟି ଟଙ୍କା ରୋଜଗାର କରିଛି । ସେହିପରି ବିଦେଶରେ ଫିଲ୍ମ ୩୭୨ କୋଟି ଟଙ୍କା ରୋଜଗାର କରିଛି । ଅନ୍ୟପଟେ ବଲିଉଡ ଫିଲ୍ମ ଶେହଜାଦା ଓ ହଲିଉଡ ଫିଲ୍ମ ଆଣ୍ଟ-ମ୍ୟାନ ରିଲିଜ ହୋଇଥିବା ବେଳେ ଏହା ପଠାନ ଫିଲ୍ମର ବ୍ୟବସାୟ ଉପରେ ପ୍ରଭାବ ପକାଇନି । ଦର୍ଶକଙ୍କ ମହଲରେ ପଠାନ ଫିଲ୍ମର ଚାହିଦା ରହିଥିବା ବେଳେ ରିଲିଜର ୨୫ ଦିନରେ ମଧ୍ୟ ଭଲ ବ୍ୟବସାୟ ହେଉଥିବା ଜଣାପଡ଼ିଛି । ଦୀର୍ଘ ୧୦ ବର୍ଷ ପରେ ଶାହାରୁଖଙ୍କ ଫିଲ୍ମ ବକ୍ସ ଅଫିସର ଧମାକା କରିଛି । ଅନେକ ବର୍ଷ ପରେ ଶାହାରୁଖ ନିଜ ପ୍ରଶଂସକଙ୍କୁ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ।

ସୂଚନା ଥାଉକି, ପଠାନ ଫିଲ୍ମର ବେଶରମ୍‌ ରଙ୍ଗ ଗୀତ ରିଲିଜ ହେବା ପରେ ଏହା ବିବାଦ ଘେରକୁ ଆସିଥିଲା । ଫିଲ୍ମର ବେଶରମ ରଙ୍ଗ ଗୀତକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଅନେକ ଏହି ଫିଲ୍ମକୁ ବ୍ୟାନ କରିବା ଲାଗି ମଧ୍ୟ ଦାବି କରିଥିଲେ । ବିବାଦ ପରେ ମଧ୍ୟ ପ୍ରଶଂସକମାନେ ଶାହାରୁଖଙ୍କ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ଶାହାରୁଖଙ୍କ ଆକ୍ସନ ଅବତାରକୁ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି । ପୁଣି ଥିରେ ଶାହାରୁଖ ଓ ଦୀପିକାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିଛନ୍ତି । ଫଳରେ ଫିଲ୍ମ ଏକ ବିରାଟ ସଫଳତା ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.