ETV Bharat / entertainment

ଝିଅ ମାଲତୀ ସହ ଫଟୋ ସେୟାର କଲେ ଦେଶୀଗର୍ଲ, ଫ୍ୟାନ୍ସ କହିଲେ ସବୁଠୁ ସୁନ୍ଦର ମା’

author img

By

Published : Feb 19, 2023, 3:54 PM IST

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କିଛି ଦିନ ହେଲା ଝିଅ ମାଲତୀ ମେରୀ ଚୋପ୍ରା ଜୋନ୍ସଙ୍କ ସହ କ୍ବାଲିଟି ଟାଇମ୍ ବିତାଉଛନ୍ତି । ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

Priyanka Chopra'S Daughters photos
Priyanka Chopra'S Daughters photos

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛି ଦିନ ପୂର୍ବେ ନିଜ ଝିଅ ମାଲତୀ ମେରୀ ଚୋପ୍ରା ଜୋନ୍ସଙ୍କ ଫଟୋକୁ ଛାଡିଥିଲେ । ଯାହା ପରେ ଖବରକାଗଜ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ସବୁଥିରେ ମାଲତୀଙ୍କ ଫଟୋ ଭାଇରାଲ ହୋଇଛି । ଏବେ ପୁଣି ପ୍ରିୟଙ୍କା ଚୋପ୍ରା ନିଜ ରାଜକୁମାରୀ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଶୀ ଗାର୍ଲଙ୍କ ଏହି ଫଟୋ ଉପରେ ତାଙ୍କ ପ୍ରଶଂସକମାନେ ବହୁତ ଭଲପାଇବା ଦେଇଛନ୍ତି ।

ପ୍ରିୟଙ୍କା ଚୋପ୍ରା ଏବେ କିଛି ଦିନ ହେଲା ନିଜ ପରୀ ସହ କ୍ବାଲିଟି ଟାଇମ୍ ବିତାଉଛନ୍ତି । ଯାହାର ଫଟୋ ସବୁ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ରବିବାର ଦିନ ସକାଳୁ ସକାଳୁ ପ୍ରିୟଙ୍କା ନିଜ ଝିଅ ମାଲତୀ ଚୋପ୍ରା ଜୋନ୍ସ ସହ ୨ଟି ସେଲ୍ଫି ଉଠାଇ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ''ଇସ୍ ତରହାକା ଦିନ'' ଅର୍ଥ ''ଏହି ଭଳି ଦିନ'' । ଏଭଳି କ୍ୟାପସନ ସହ ଅଭିନେତ୍ରୀ ହାର୍ଟ ଇମୋଜି ସେୟାର କରିଛନ୍ତି । ଏହି ପୋଷ୍ଟ ଉପରେ ଜଣେ ପ୍ରଶଂସକ ଲେଖିଛନ୍ତି, ''ସେ ସବୁଠୁ ସୁନ୍ଦର ମା’ ଅଟନ୍ତି'' ।

ସୂଚନା ଅନୁସାରେ, ପ୍ରଥମ ସେଲ୍ଫିରେ ଅଭିନେତ୍ରୀ ଧଳା ରଙ୍ଗର ସାର୍ଟ, ଜିନ୍ସ ପ୍ୟାଣ୍ଟ ସହ ମାଟିଆ ରଙ୍ଗର ଲେଦର ଜ୍ୟାକେଟରେ ବହୁ ସୁନ୍ଦର ଦେଖାଯାଉଛନ୍ତି । ଏହି ଆଉଟଫିଟରେ ପ୍ରିୟଙ୍କା ଲାଇଟ ମେକଅପ ନେଇଛନ୍ତି । ପ୍ରିୟଙ୍କାଙ୍କ ବାମ ହାତରେ ଝିଅ ମାଲତୀ ବେବି-ପିଙ୍କ ରଙ୍ଗର ଡ୍ରେସ ସହ ଧଳା ରଙ୍ଗର ହେଡବ୍ୟାଣ୍ଡ ସହ ବହୁତ କ୍ୟୁଟ୍‌ ଲାଗୁଛନ୍ତି । ଦ୍ବିତୀୟ ଫଟୋଟି ପ୍ରିୟଙ୍କା ବେଡ୍ ଉପରେ ଉଠାଇଛନ୍ତି । ସେଥିରେ ସେ ମାଲତୀଙ୍କୁ ନିଜ ପାଖରେ ରଖିଥିବା ନଜର ଆସିଛି । ଏହାସହ ଫଟୋରେ ନିକ୍ ଜୋନ୍ସଙ୍କ ଟାଟୁ ଥିବା ହାତ ମଧ୍ୟ ନଜର ଆସିଛି ।

ସୂଚନା ଥାଉ କି, ପ୍ରିୟଙ୍କାଙ୍କ ୱର୍କ ଫ୍ରଣ୍ଟ କଥା କହିବାକୁ ଗଲେ ପ୍ରିୟଙ୍କା ଶୀଘ୍ର 'ଲଭ୍ ଏଗନ୍' ରେ ନଜର ଆସିବାକୁ ଯାଉଛନ୍ତି । ରୋମାଣ୍ଟିକ କମେଡି 'ଲଭ୍ ଏଗନ୍'ରେ ପ୍ରିୟଙ୍କାଙ୍କ ସହ ସାମ ଝୁଗେନ୍ ଏବଂ ସେଲିନ୍ ଡିୟୋନ୍ ମଧ୍ୟ ନଜର ଆସିବେ । ଜେମ୍ସ ସି. ଷ୍ଟ୍ରୋର୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆମେରିକାରେ ମେ’ ୧୨ ତାରିଖରେ ହଲରେ ରିଲିଜ ହେବ । ଏବଂ ଫିଲ୍ମର ଟ୍ରେଲର ୱେଲଣ୍ଟାଇନ ଡେରେ ସେୟାର କରାଯାଇଥିଲା । ଯାହା ପ୍ରଶଂସକକୁ ବହୁତ ପସନ୍ଦ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.