ETV Bharat / entertainment

ଓପେନହାଇମରରୁ ହଟିବ ବିବାଦୀୟ ଦୃଶ୍ୟ, ସେନ୍ସର ବୋର୍ଡ ଉପରେ ବର୍ଷିଲେ ଅନୁରାଗ ଠାକୁର

author img

By

Published : Jul 24, 2023, 3:53 PM IST

ଓପେନହାଇମରରୁ ହଟିବ ଇଣ୍ଟିମେଟ ସିନ ବେଳର ଗୀତା ପଢିବା ଦୃଶ୍ୟ, ସେନ୍ସର ବୋର୍ଡ ଉପରେ ବର୍ଷିଲେ ଅନୁରାଗ ଠାକୁର
ଓପେନହାଇମରରୁ ହଟିବ ଇଣ୍ଟିମେଟ ସିନ ବେଳର ଗୀତା ପଢିବା ଦୃଶ୍ୟ, ସେନ୍ସର ବୋର୍ଡ ଉପରେ ବର୍ଷିଲେ ଅନୁରାଗ ଠାକୁର

ଓପେନହାଇମର ଫିଲ୍ମରେ ଗୀତା ପଢିବା ଦୃଶ୍ୟକୁ ନେଇ ବିବାଦ ବଢିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସିନ କିପରି ପାରିତ ହୋଇଛି ସେନେଇ ସେ ସିବିଏଫସି ଉପରେ ପ୍ରଶ୍ନ କରିଛନ୍ତି। ଏଥିସହ ସିନକୁ ଫିଲ୍ମରୁ ଡିଲିଟ କରିବାକୁ କହିଛନ୍ତି। ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିକଟରେ ରିଲିଜ ହୋଇଛି ହଲିଉଡ ଫିଲ୍ମ ଓପେନହାଇମର । ଗୋଟିଏ ପଟେ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରୁଥିବା ବେଳେ ଅନ୍ୟ ପଟେ ଫିଲ୍ମର ଏକ ସିନକୁ ନେଇ ବିବାଦ ବଢିବାରେ ଲାଗିଛି । ଏନେଇ ଅନେକ ଫିଲ୍ମକୁ ବୟକଟ କରିବାକୁ ଦାବି ଉଠିବାରେ ଲାଗିଛି । ବର୍ତ୍ତମାନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଫିଲ୍ମରେ ଥିବା ସିନ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏନେଇ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସେନ୍ସର ବୋର୍ଡ) ଉପରେ ବର୍ଷିଛନ୍ତି ।

ରିପୋର୍ଟ ଅନୁଯାୟୀ, ଅନୁରାଗ ଠାକୁର ସେନ୍ସର ବୋର୍ଡକୁ ପଚାରିଛନ୍ତି ଯେ, ଏହି ସିନ୍‌ କିପରି ସେ ପାରିତ କରିଛନ୍ତି ? ଓପେନହାଇମର ଏହି ସିନ କାହିଁକି ଫିଲ୍ଟର ହୋଇନାହିଁ ? କେବଳ ଏତିକି ନୁହେଁ, ଏହି ସିନ୍‌ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ଏହାକୁ ଫିଲ୍ମରୁ ହଟାଇବାକୁ କହିଛନ୍ତି । ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ମଧ୍ୟ କହିଛନ୍ତି ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ରଟି ପ୍ରଥମ ପରମାଣୁ ବୋମା ତିଆରି କରିଥିବା ବୈଜ୍ଞାନିକ ଜେ. ରୋବର୍ଟ ଓପେନହାଇମରଙ୍କ ଜୀବନୀ ଉପରେ ଆଧାରିତ । ଜେ ରୋବର୍ଟ ଓପେନହାଇମର ଭଗ୍‌ବତ୍‌ ଗୀତା ପଢୁଥିଲେ, ଫିଲ୍ମରେ ଓପେନହାଇମର ଇଣ୍ଟିମେଟ୍‌ ସିନ ସମୟରେ ଭଗବତ୍‌ ଗୀତା ପଢୁଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ଏହା ଦର୍ଶାଯାଇଛି ଯେ ଓପେନହାଇମର ଭୂମିକାରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସିଲିୟାନ୍ ମର୍ଫି ତାଙ୍କ ପ୍ରେମିକାଙ୍କ ସହ ଇଣ୍ଟିମେଟ ସିନ ସମୟରେ ଭଗବତ୍‌ ଗୀତା ପଢୁଛନ୍ତି । ଚଳଚ୍ଚିତ୍ରରେ ହିନ୍ଦୁ ଶାସ୍ତ୍ର ଭଗବତ୍‌ ଗୀତା ପାଠ କରୁଥିବାବେଳେ ଇଣ୍ଟିମେଟ୍‌ ସିନ୍‌ ପାଇଁ ଲୋକମାନେ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ନୋଲାନଙ୍କୁ ଟ୍ରୋଲ୍‌ କରୁଛନ୍ତି । ଅନେକ ଲୋକ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ଏହି ସିନ୍‌କୁ ନହଟାଇ ଭାରତରେ ରିଲିଜ କରିଥିବାରୁ ସମାଲୋଚନା କରିବା ସହ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାରତରେ ଓପେନହାଇମର କ୍ରେଜ, 3 ଦିନରେ ଆୟ କଲା 49 କୋଟି

ଖ୍ରୀଷ୍ଟଫର ନୋଲନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ବୈଜ୍ଞାନିକ ରବର୍ଟ ଜେ ଓପେନହାଇମରଙ୍କ ବାୟୋପିକ ଅଟେ । ଓପେନହାଇମର ହେଉଛନ୍ତି ସେହି ବ୍ୟକ୍ତି ଯିଏ ବିଶ୍ୱର ପ୍ରଥମ ଆଣବିକ ବୋମା ପ୍ରସ୍ତୁତ କରିଥିଲେ। ଆମେରିକା ଏବଂ ଜାପାନ ଯୁଦ୍ଧ ସମୟରେ ତାଙ୍କର ଏହି ପରମାଣୁ ବୋମା ପ୍ରସ୍ତୁତ ହୋଇଥିଲା । ଏହି ବୋମା ଜାପାନର ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିଲା । ପରେ ଜାପାନ ଆତ୍ମସମର୍ପଣ କରିଥିଲା। ଏବଂ ଏହା ଦ୍ବାରା ଜାପାନକୁ ବହୁ କ୍ଷତି ସହିବା ସହ ସ୍ଥିତାବସ୍ତାକୁ ଫେରିବାକୁ ଦୀର୍ଘ ଦିନ ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.