ETV Bharat / entertainment

Oppenheimer Collection: ଭାରତରେ ଓପେନହାଇମର କ୍ରେଜ, 3 ଦିନରେ ଆୟ କଲା 49 କୋଟି

author img

By

Published : Jul 24, 2023, 10:08 AM IST

Updated : Jul 24, 2023, 10:23 AM IST

ଖ୍ରୀଷ୍ଟଫର ନୋଲନଙ୍କ ନିର୍ଦ୍ଦେଶିତ ଓପେନହାଇମର ବର୍ତ୍ତମାନ ଆଡଭାନ୍ସ ବୁକିଂ ପରେ ଭାରତରେ ଦମଦାର ବ୍ୟବସାୟ କରିଛି । ଏହି ଫିଲ୍ମଟି ଭାରତ ସମେତ ସାରା ବିଶ୍ବରେ ଭଲ ପ୍ରଦର୍ଶନ କରୁଛି । ଭାରତରେ ପାଖାପାଖି 50 କୋଟି ଆୟ କରିସାରିଲାଣି ଫିଲ୍ମ । ଅଧିକ ପଢନ୍ତୁ

ଫିଲ୍ମ ପାଇଁ ବଢୁଛି କ୍ରେଜ, 3ଦିନ ମଧ୍ୟରେ ଭାରତରେ 50 କୋଟି ପାଖାପାଖି କଲାଣି ଆୟ
ଫିଲ୍ମ ପାଇଁ ବଢୁଛି କ୍ରେଜ, 3ଦିନ ମଧ୍ୟରେ ଭାରତରେ 50 କୋଟି ପାଖାପାଖି କଲାଣି ଆୟ

ହାଇଦ୍ରାବାଦ: ବର୍ତ୍ତମାନ ଭାରତରେ ହଲିଉଡ ଫିଲ୍ମର କ୍ରେଜ ବଢିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିବା ମିଶନ ଇମ୍ପୋପସିବଲ ପରେ ଏବେ ଓପେନହାଇମର ଏବଂ ବାର୍ବୀ ବକ୍ସ ଅଫିସରେ ଧମାକା କରୁଛି । ସିଲିୟନ୍ ମର୍ଫି ଏବଂ ରୋବର୍ଟ ଡାଉନିଙ୍କ ଜୋ ରୋବର୍ଟ ଓପେନହାଇମର ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ଭାରତରେ ଆଡଭାନ୍ସ ବୁକିଂ ଦମଦାର ଥିଲା । କେବଳ ଏତିକି ନୁହେଁ, ଶୁକ୍ରବାର ଦିନ ବଡ ଓପନିଂ ସହ ଆରମ୍ଭ ହୋଇଥିବା ଏହି ଫିଲ୍ମର ସପ୍ତାହ ଶେଷ ମଧ୍ୟ ବହୁତ ଭଲ ରହିଛି । ଫିଲ୍ମ ପ୍ରଥମ ସପ୍ତାହରେ ପାଖାପାଖି 50 କୋଟି ଆୟ କରିସାରିଲାଣି ।

ଖ୍ରୀଷ୍ଟଫର ନୋଲନଙ୍କ ଫିଲ୍ମ 'ଓପେନହାଇମର' ଦୁଇଟି ଭାଷାରେ ଭାରତରେ ରିଲିଜ କରିଥିଲା । ଏହି ଚଳଚ୍ଚିତ୍ରର ବ୍ୟବସାୟ ହିନ୍ଦୀରେ ଭଲ ଥିବାବେଳେ ଇଂରାଜୀରେ ଏହି ଚଳଚ୍ଚିତ୍ରଟି ସପ୍ତାହକ ମଧ୍ୟରେ ଧମାକା କରିଛି । ହିନ୍ଦୀରେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର ଦିନ 1.75 କୋଟି ବ୍ୟବସାୟ କରିଥିଲା । ସେହିପରି ଫିଲ୍ମ 2ୟ ଦିନରେ ଅର୍ଥାତ ଶନିବାର ଦିନ 2.2 କୋଟି ଏବଂ 3ୟ ଦିନରେ ଅର୍ଥାତ ରବିବାର ଦିନ 2.71 କୋଟି ରୋଜଗାର କରିଛି । ଏପର୍ଯ୍ୟନ୍ତ ହିନ୍ଦୀ ଭାଷାରେ 'ଓପେନହାଇମର'ର ମୋଟ ସଂଗ୍ରହ 6.66 କୋଟି କରିଛି।

ସେପଟେ ଇଂରାଜୀ ଭାଷାରେ ଫିଲ୍ମ ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର ଦିନ 13.50 କୋଟିରୁ ଆରମ୍ଭ ହୋଇଛି । ସେହିପରି 2ୟ ଦିନରେ ଅର୍ଥାତ ଶନିବାର ଦିନ 17କୋଟି ଏବଂ 3ୟ ଦିନରେ ଅର୍ଥାତ ରବିବାର ଦିନ 17.25 କୋଟି ବ୍ୟବସାୟ କରିଛି । ଫିଲ୍ମ ମୋଟ 49 କୋଟି ଆୟ କରି ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ରଟି ମାତ୍ର ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ମୋଟ 800 କୋଟି ରୋଜଗାର କରିଛି । ଖୁବଶୀଘ୍ର ସାରା ବିଶ୍ବ ବକ୍ସ ଅଫିସରେ ଏହା 1000କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ଇଣ୍ଟିମେଟ୍‌ ସିନ ବେଳେ ଭଗବଦ୍ ଗୀତା ପଢିବାକୁ ବିରୋଧ, ଉଠିଲା ବୟକଟ ଦାବି

ସୂଚନା ଥାଉ କି, ଓପେନହାଇମର ଫିଲ୍ମଟି 21 ଜୁଲାଇରେ ଭାରତରେ ରିଲିଜ ହୋଇଛି । ଜୋ ରୋବର୍ଟ ଓପେନହାଇମରଙ୍କ ବାୟୋପିକରେ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ଲୋକଙ୍କ କ୍ରେଜ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଫିଲ୍ମରେ ସିଲିୟନ ମର୍ଫି ଓପେନହାଇମରଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ବଜେଟ ହେଉଛି 10କୋଟି ଆମେରିକୀୟ ଡଲାର । ତେବେ ଫିଲ୍ମଟି ତାର ବଜେଟ ମୂଲ୍ୟ ବାହାର କରିବାରେ ସଫଳ ହୋଇଥିବା ବେଳେ ଏବେ ତାର ଲାଭ ମୂଲ୍ୟ ବାହାର କରିବାକୁ ଯାଉଛି ।

Last Updated :Jul 24, 2023, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.