ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ, ଡ଼ବିଙ୍ଗ ପାଇଁ ମୁମ୍ବାଇ ଗଲେ ବାବୁସାନ

author img

By

Published : Nov 16, 2022, 7:08 PM IST

ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ, ଡ଼ବିଙ୍ଗ ପାଇଁ ମୁମ୍ବାଇ ଗଲେ ବାବୁସାନ

ହିନ୍ଦୀ ଭାଷାରେ ରିଲିଜ୍ ହେବ ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ । ଫିଲ୍ମର ହିନ୍ଦୀ ଡ଼ବିଙ୍ଗ ପାଇଁ ମୁମ୍ବାଇ ଯାତ୍ରା କରିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ । ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ‘ଦମନ’ ଏବେ ହିନ୍ଦୀ ଭାଷାରେ ହେବ ରିଲିଜ୍ । ଏବେ ସବ-ଟାଇଟଲ୍ ଥାଇ ଭାରତର ବିଭିନ୍ନ ସହରରେ ଓଡ଼ିଆରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ହିନ୍ଦୀ ଭାଷାରେ ଖୁବଶୀଘ୍ର ରିଲିଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ । କେବଳ ସେତିକି ନୁହେଁ, ବର୍ତ୍ତମାନ ଦମନ ଓଡ଼ିଆ ଶିଳ୍ପ ପାଇଁ ସଂଜୀବନୀ ସାଜିବ ବୋଲି କୁହାଯାଉଛି ।

ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ

ଆଜି ଏହାର ହିନ୍ଦୀ ଡବିଙ୍ଗ ପାଇଁ ମୁମ୍ବାଇ ଯାଇଛନ୍ତି ବାବୁସାନ । ସାଙ୍ଗରେ ପତ୍ନୀ ତୃପ୍ତି ଥିବା ଏକ ସୋସିଆଲ ମିଡ଼ିଆର ପୋଷ୍ଟରୁ ଦେଖିବାକୁ ମିଳିଛି । ସତ କାହାଣୀ ଉପରେ ଆଧାରିତ ଚଳଚିତ୍ରକୁ ଦମନଙ୍କୁ ଓଡ଼ିଶାରେ ବେଶ ଭଲ ପାଇବ ମିଳିଥିବା ବେଳେ ଏହା ଏବେ ହିନ୍ଦୀରେ ରିଲିଜ ହେବ । କାରଣ ଦମନର ପୁରା ଟିମ ଲାଗିଛନ୍ତି ଓଡ଼ିଆ ସିନେମା ଶିଳ୍ପର ବିକାଶ ଓ ପରିବର୍ତନ ପାଇଁ । ଏହା ଦମନ ଭଳି ଏକ ମୋୖଳିକ କାହାଣୀରୁ ହିଁ ଆରମ୍ଭ ହୋଇଛି । ପୂର୍ବରୁ ଦମନକୁ ଦର୍ଶକଙ୍କ ଭଲପାଇବା, ଆଶୀର୍ବାଦ ଓ ସମର୍ଥନ ମିଳଥିବାରୁ ସେ ଆଜି ଏକ ଜାତୀୟ ସ୍ତରର ମାଇଲ ଖୁଣ୍ଟ ଅତିକ୍ରମ କରିପାରିଛି ବୋଲି କହିଛନ୍ତି ନିର୍ଦ୍ଦେଶକ । ତେଣୁ ସବୁ ଦର୍ଶକଙ୍କଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । କାରଣ ଓଡ଼ିଆ ସିନେପ୍ରେମୀଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ଆଉ ବହୁ ଦିନ ପରେ ଏକ ଓଡ଼ିଆ ସିନେମା ଏକ ଭଲ ମତାମତ ସହ ଆଗକୁ ବଢିଚାଲିଛି । ତେଣୁ ଏହା ଓଡ଼ିଆ ସିନେମା ଶିଳ୍ପ ଅଭ୍ୟୁଥାନର ଏକ ସୋପାନ ।

ଅନ୍ୟପଟେ ଏକ ବାୟୋପିକ ଚଳଚ୍ଚିତ୍ର ନୁହେଁ ବରଂ ଏକ ଅପହଞ୍ଚ ଅଂଚଳର ସ୍ୱାସ୍ଥ୍ୟ ସେବାର କାହାଣୀ ଏକ ଡାକ୍ତରଙ୍କ ଦମନର କାହାଣୀ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ । ତେଣୁ ଏହା ନିଶ୍ଚୟ ଓଡ଼ିଆ ସିନେପ୍ରେମୀଙ୍କ ସମେତ ଭାରତର ଅନ୍ୟ ଭାଷାଭାଷୀ ଓ ଅଂଚଳର ସିନେପ୍ରେମୀଙ୍କୁ ବେଶ ଭଲ ଲାଗିବ । ଆଉ ଲୋକଙ୍କ ମାନଙ୍କୁ ଛୁଇଁବା ବୋଲି ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ କହିଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଅହମଦାବାଦ, କୋଲକତା, ରାୟପୁର ଭଳି ସହରର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.