ETV Bharat / entertainment

Morocco Earthquake: ଦୁଃଖ ପ୍ରକାଶ କଲେ ନୋରା, ସହଯୋଗ ପାଇଁ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

author img

By ETV Bharat Odisha Team

Published : Sep 10, 2023, 6:23 PM IST

ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ନିଜ ସହର ମରକ୍କୋରେ ହୋଇଥିବା ଭୂକମ୍ପ ପରେ କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମରକ୍କୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଯୋଗର ହାତ ବଢାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ଅଧିକ ପଢନ୍ତୁ,

ହୋମ୍ ଟାଉନରେ ଭୂକମ୍ପ ନେଇ ଦୁଃଖ ପ୍ରକାଶ କଲେ ନୋରା, ସହଯୋଗ ପାଇଁ ମୋଦୀଙ୍କୁ ଜଣାଇଲେ ଧନ୍ୟବାଦ
ହୋମ୍ ଟାଉନରେ ଭୂକମ୍ପ ନେଇ ଦୁଃଖ ପ୍ରକାଶ କଲେ ନୋରା, ସହଯୋଗ ପାଇଁ ମୋଦୀଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଲୋକପ୍ରିୟ ଡ୍ୟାନ୍ସର ନୋରା ଫତେହି ତାଙ୍କ ହୋମ୍‌ ଟାଉନ ମରକ୍କୋରେ ହୋଇଥିବା ଭୂକମ୍ପ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତା ସହିତ ଏଭଳି ଅସମୟରେ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୋରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପିଏଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମରକ୍କୋବାସୀଙ୍କୁ ସହଯୋଗ ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା
ମରକ୍କୋବାସୀଙ୍କୁ ସହଯୋଗ ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା

ନୋରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ମରକ୍କୋବାସୀଙ୍କ ପାଇଁ ପ୍ରାର୍ଥନା କରୁଥିବା ଲେଖିଛନ୍ତି । ଏହା ପରେ ନୋରା ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ପିଏମ୍‌ ମୋଦିଙ୍କ ଟ୍ୱିଟରର୍‌ ଏକ ଫଟୋ ସେୟାର କରି ଲେଖିଛନ୍ତି, "ଏହି ବଡ଼ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ସଚେତନତା ସୃଷ୍ଟି କରିବା ଏବଂ ଏକ ସାହାଯ୍ୟର ହାତ ବଢାଇଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି ଭାରତ, ମରକ୍କୋବାସୀ ଆପଣଙ୍କ ସହଯୋଗ ପାଇଁ କୃତଜ୍ଞ । ଜୟ ହିନ୍ଦ ।"

  • Extremely pained by the loss of lives due to an earthquake in Morocco. In this tragic hour, my thoughts are with the people of Morocco. Condolences to those who have lost their loved ones. May the injured recover at the earliest. India is ready to offer all possible assistance to…

    — Narendra Modi (@narendramodi) September 9, 2023 " class="align-text-top noRightClick twitterSection" data=" ">

ସେ ଆହୁରି ଲେଖିଛନ୍ତି, 'ମରକ୍କୋରେ ହୋଇଥିବା ଭୂକମ୍ପ ଅତ୍ୟନ୍ତ ଭୟଙ୍କର । ଅନେକ ଜଣ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ମୁଁ ବର୍ତ୍ତମାନ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି, ଏହା ଅତ୍ୟନ୍ତ ଭୟାନକ ଅଟେ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ, ମୋର ବନ୍ଧୁ ଏବଂ ପରିବାର ସୁରକ୍ଷିତ ଅଛନ୍ତି । ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସୋମାନଙ୍କୁ ହୃଦୟରୁ ସମବେଦନା ଜଣାଉଛି । ସୂଚନା ଥାଉ କି, ଗତକାଲି(ଶନିବାର) ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରକ୍କୋ ଭୂମିକମ୍ପରେ ଦୁଃଖ ପ୍ରକାଶ କରିବା ସହ ପୀଡ଼ିତଙ୍କ ପ୍ରତି ଗଭରୀ ସମବେଦନା ପ୍ରକାଶ କରିଛନ୍ତି । ଏଥିସହ ଭାରତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚାଲିଛି ଜବାନ କ୍ରେଜ, ସୁପରସଣ୍ଡେରେ ଆଡଭାନ୍ସ ବୁକିଂରେ ଫିଲ୍ମ କଲା ଏତିକି କଲେକ୍ସନ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ 18.5 କିଲୋମିଟର ଗଭୀରତାରେ ମରକ୍କୋରେ ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ 2,000 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏବଂ 2,059 ଜଣ ଆହତ ହୋଇଛନ୍ତି ଏବଂ ଅନେକ ବାସହରା ହୋଇପଡିଛନ୍ତି । ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶନିବାର ଦିନ କର୍ତ୍ତୃପକ୍ଷ ଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି । ମୋରୋକା ଭୂକମ୍ପରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଦେଶର ବିଭିନ୍ନ ରାଷ୍ଟ୍ର ସମେତ ଅଭିନେତ୍ରୀ ନୋରା ମଧ୍ୟ ସମବେଦନା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.