ETV Bharat / entertainment

Zwigato: ଓସ୍କାର ଲାଇବ୍ରେରୀରେ ଜ୍ୱିଗାଟୋ

author img

By

Published : Jul 12, 2023, 4:54 PM IST

Zwigato
Zwigato

କମେଡି କିଙ୍ଗ କପିଲ ଶର୍ମାଙ୍କ ଫିଲ୍ମ ଜ୍ବିଗାଟୋ ଓସ୍କାର ଲାଇବ୍ରେରୀରେ ଏହାର ସ୍ଥାନ ନିଶ୍ଚିତ କରିଛି। ଜ୍ବିଗଟୋଙ୍କ ଏହି ସଫଳତା ନେଇ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ସୋସିଆଲ ମିଡିଆରେ ଏହି ସୂଚନା ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଛି ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଫିଲ୍ମ ଜ୍ବିଗାଟୋ । ଫିଲ୍ମରେ କପିଲଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ ଜ୍ବିଗାଟୋ ବର୍ତ୍ତମାନ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର ସ୍ୱତନ୍ତ୍ର କଲେକ୍ସନ୍ ଲାଇବ୍ରେରୀରେ ସ୍ଥାନ ପାଇଛି । ଫିଲ୍ମର ନିର୍ଦ୍ଦେଶକ ତଥା ସହ-ଲେଖକ ନନ୍ଦିତା ଦାସ ସୋସିଆଲ ମିଡିଆରେ ଏହି ଖୁସି ଖବରର ସୂଚନା ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଜ୍ୱିଗାଟୋ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇବା ପରେ ନନ୍ଦିତା ଦାସ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ନନ୍ଦିତା ଲେଖିଛନ୍ତି- ''ଯେତେବେଳେ ମୁଁ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ (ଓସ୍କାର)ରୁ ଏକ ଇ-ମେଲ୍ ପାଇଥିଲି, ସେତେବେଳେ ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ଖୁସି ଥିଲି ଯେ ସେମାନେ ଜ୍ବିଗାଟୋକୁ ସେମାନଙ୍କର ଲାଇବ୍ରେରୀରେ ସ୍ଥାନ ଦେଉଛନ୍ତି । ଏହା ଏକ ଖୁସିର ସ୍ମାରକ ଅଟେ ଏବଂ ଆମେ ଏହାକୁ ପ୍ରସ୍ତୁତ କରି ଖୁସି ।''

ନନ୍ଦିତା ଆହୁରି ମଧ୍ୟ କହିଛନ୍ତି, 'ମୁଁ ବିଶ୍ୱାସ କରେ ଯେ ଯେତେବେଳେ କାହାଣୀ ବାସ୍ତବ ଏବଂ ପ୍ରସଙ୍ଗ ସହ ଜଡିତ ହୁଏ ତାହା ବିଶ୍ୱ ସିନେମାର ଏକ ଅଂଶ ହୁଏ । ମୁଁ କୃତଜ୍ଞ ଯେ ଏହା ଛାତ୍ର, ଚଳଚ୍ଚିତ୍ର ନିର୍ମାତା ଏବଂ ରାଇଟର୍ସଙ୍କ ପାଇଁ ଲାଇବ୍ରେରୀରେ ଉପଲବ୍ଧ ହେବ । 'ଏହି ସମ୍ମାନ ପାଇଁ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀକୁ ଧନ୍ୟବାଦ ।' 'ନନ୍ଦିତା ଦାସ ଆହୁରି ଲେଖିଛନ୍ତି-'ଆଶା କରେ OTT ପ୍ଲାଟଫର୍ମ ଗୁଡିକ ଆପଣ ନିଶ୍ଚିତ ଭାବରେ ଏହାକୁ ପଢୁଥିବେ । ମୁଁ ଭାବୁଛି ବର୍ତ୍ତମାନ ଦର୍ଶକଙ୍କୁ ଜ୍ବିଗାଟୋ ଦେଖିବାର ସୁଯୋଗ ଦିଆଯିବା ଉଚିତ୍ ।

ସୂଚନା ଥାଉ କି, ନନ୍ଦିତା ଦାସ ଫିଲ୍ମ ଜ୍ବିଗାଟୋର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ସମୀର ପାଟିଲ । ଫିଲ୍ମଟି ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା । ଜ୍ୱିଗାଟୋ ପ୍ରେକ୍ଷାଳୟରେ ରିଲିଜ୍ ହେବାର ଅନେକ ମାସ ବିତିଗଲା, କିନ୍ତୁ ଫିଲ୍ମଟି OTTରେ ରିଲିଜ୍ ହୋଇପାରିଲା ନାହିଁ । ଜ୍ବିଗାଟୋ କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଏକ ବାସ୍ତବ କାହାଣୀ ଉପରେ ଆଧାରିତ । ଏହି କାହାଣୀ ଝାଡଖଣ୍ଡର ଧନବାଦରେ ରହୁଥିବା ଏକ ପରିବାରର କାହାଣୀ, ଯେଉଁମାନେ ଜୀବିକା ଅନ୍ୱେଷଣରେ ଭୁବନେଶ୍ୱରକୁ ଯାଇଥାନ୍ତି । କିନ୍ତୁ କୋରୋନା କାରଣରୁ କାରଖାନା ବନ୍ଦ ହୋଇପଡେ । ତା’ପରେ ନିଜ ପରିବାରକୁ ଚଳାଇବା ପାଇଁ ଡେଲିଭରି ବୟ ଭାବେ କାର୍ଯ୍ୟ କରିବାକୁ ପଡେ ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଜ୍ୱିଗାଟୋ, ଡେଲିଭରି ବୟ ଭୂମିକାରେ କମେଡି କିଙ୍ଗ୍‌ କପିଲ

ଫିଲ୍ମରେ କପିଲ ଶର୍ମା ଫୁଡ ଡେଲିଭରି ବୟ ଭୂମିକା ନିଭାଇଛନ୍ତି । ଏଥିରେ ଜଣେ ଫୁଡ ଡେଲିଭରି ବୟର ଖାଦ୍ୟ ଡେଲିଭରି ସମୟର ସଂଘର୍ଷ ଓ ଲୋକମାନଙ୍କ ତାଙ୍କ ପ୍ରତି ଥିବା ମାନସିକତା କଥା ଦର୍ଶାଯାଇଛି । ଫିଲ୍ମର ଅଧିକାଂଶ ସୁଟିଂ ଓଡିଶାରେ ହୋଇଥିଲା । ଏଥିରେ ଓଡିଆ ଝିଅ ୟୁବିକା ଏବଂ ଓଡିଆ ପୁଅ ପ୍ରଜ୍ବଳ ମଧ୍ୟ ଅଭିନୟ କରିଥିଲେ । ଏଥିସହ କପିଲଙ୍କ ବିପକ୍ଷରେ ଅଭିନେତ୍ରୀ ଶହାନା ଗୋସ୍ବାମୀ ମଧ୍ୟ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.