ବିବାଦରେ ସାଉଥ ଅଭିନେତା ମନସୁର ଅଲ୍ଲୀ, ବୟାନ ପାଇଁ ବିଭିନ୍ନ ମହଲରୁ ନିନ୍ଦା
ବିବାଦରେ ସାଉଥ ଅଭିନେତା ମନସୁର ଅଲ୍ଲୀ, ବୟାନ ପାଇଁ ବିଭିନ୍ନ ମହଲରୁ ନିନ୍ଦା
Mansoor Ali Khan Controversial Speech: ବିବାଦରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମନସୁର ଅଲ୍ଲୀ ଖାନ । ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ବାବଦରେ ବୟାନ ଦେଇ ସେ ବିବାଦ ଘେରକୁ ଆସିଛନ୍ତି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ବିବାଦରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମନସୁର ଅଲ୍ଲୀ ଖାନ । ନିକଟରେ ଥାଲାପଥୀ ବିଜୟଙ୍କ ଫିଲ୍ମ 'ଲିଓ'ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ । ତାଙ୍କର ଏହି ସଫଳତା ପରେ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ଦେଇଥିବା ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି ।
ଫିଲ୍ମରେ ତ୍ରିଶା କ୍ରିଷ୍ଣନଙ୍କ ସହ ଦୁଷ୍କର୍ମ ସିନକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ସମାଲୋଚନା କରାଯାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ମତ ରଖିଛନ୍ତି ଲୋକେଶ କନକରାଜଙ୍କ ସମେତ ଅନ୍ୟାନ୍ୟ ଅଭିନେତା । ତାଙ୍କର ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ଉଲ୍ଲେଖ ରହିଛି ।
-
A recent video has come to my notice where Mr.Mansoor Ali Khan has spoken about me in a vile and disgusting manner.I strongly condemn this and find it sexist,disrespectful,misogynistic,repulsive and in bad taste.He can keep wishing but I am grateful never to have shared screen…
— Trish (@trishtrashers) November 18, 2023
ସୂଚନା ଅନୁସାରେ, ମନସୁର ଅଲ୍ଲୀ ଖାନ ପ୍ରେସମିଟରେ କହିଥିଲେ,"ସେମାନେ ମୋତେ ଚଳଚ୍ଚିତ୍ରରେ ଦୁଷ୍କର୍ମ ସିନ୍ କରିବାକୁ ଦେଲେ ନାହିଁ । ମୁଁ ପୂର୍ବରୁ ସ୍ଥିର କରିଥିଲି ଯେ 'ଲିଓ' ଫିଲ୍ମର ସଫଳତା ପାଇଁ ଆୟୋଜିତ ମିଟ୍ ଇଭେଣ୍ଟରେ ମୁଁ ଏ ବିଷୟରେ କହିବି । କିନ୍ତୁ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଅଭିନେତ୍ରୀ ତ୍ରିଶାଙ୍କ ସହ ବେଡରୁମ ସିନ କରିବାକୁ ମୁଁ ଆଗ୍ରହୀ ଥିଲି । ହେଲେ ନିର୍ଦ୍ଦେଶକ ମତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।"
ତାଙ୍କର ଏହି ବୟାନ ପରେ ବିବାଦ ମୁଣ୍ଡ ଟେକିଛି । ଏହି ଖବର ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଅଭିନେତ୍ରୀ ତ୍ରିଶା ତାଙ୍କ ଏକ୍ସ (ଟ୍ବିଟର) ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ତ୍ରିଶା କହିଛନ୍ତି, "ନିକଟରେ ଏକ ଭିଡିଓ ମୋ ନଜରକୁ ଆସିଛି, ଯେଉଁଥିରେ ମନସୁର ମୋ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି । ମୁଁ ଏଭଳି ଘୃଣ୍ୟ ମନ୍ତବ୍ୟକୁ ଦୃଢ ଭାବରେ ନିନ୍ଦା କରୁଛି । ତାଙ୍କ ପରି ଲୋକ ଚଳଚ୍ଚିତ୍ର ଜଗତ ପାଇଁ କଳଙ୍କ ।"
ସେପଟେ 'ଲିଓ' ଫିଲ୍ମର ନିର୍ଦ୍ଦେଶକ ଲୋକେଶ କନକରାଜ ମଧ୍ୟ ତ୍ରିଶାଙ୍କ ଟ୍ବିଟକୁ ରିଟ୍ବିଟ କରି ଘଟଣାକୁ ନିନ୍ଦା କରିଛନ୍ତି । ସେପଟେ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ମନସୁର ଅଲ୍ଲୀ । ସେ କହିଛନ୍ତି, ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲେ । ଅଜଥାରେ ଏହାକୁ ପ୍ରସଙ୍ଗ କରାଯାଇ ବିବାଦ ସୃଷ୍ଟି କରାଯାଉଛି ।
