'ଲିଓ' ରିଲିଜ ପୂର୍ବରୁ ରାମେଶ୍ବରମଙ୍କ ଶରଣରେ ଲୋକେଶ କନଗରାଜ

By ETV Bharat Odisha Team

Published : Oct 17, 2023, 8:12 PM IST

thumbnail

ଚେନ୍ନାଇ: ଆଗାମୀ ଅକ୍ଟୋବର ୧୯ରେ ରିଲିଜ ହେବ ସାଉଥ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲିଓ । ଫିଲ୍ମ ରିଲିଜ ପୂର୍ବରୁ ମନ୍ଦିର ପରିଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି ନିର୍ଦ୍ଦେଶକ । ନିକଟରେ ଲୋକେଶ ତିରୁପତି ତିରୁମାଲା ବାଲାଜୀଭଙ୍କ  ଦର୍ଶନ କରିଥିବା ବେଳେ ବର୍ତ୍ତମାନ ନିର୍ଦ୍ଦେଶକ ତାମିଲନାଡୁ ରାମେଶ୍ବରମ ସ୍ଥିତ ରାମନାଥସ୍ବାମୀଙ୍କ ଦର୍ଶନ କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବ ଫିଲ୍ମ ବିକ୍ରମ ପାଇଁ ମଧ୍ୟ ଲୋକେଶ ତିରୁପତି ଏବଂ ରାମେଶ୍ବରଙ୍କ ମନ୍ଦିର ଦର୍ଶନ କରିଛନ୍ତି । ଏହି ଫିଲ୍ମ ଦଶହରା ଅବସରରେ ରିଲିଜ ହୋବାକୁ ଥିବା ବେଳେ ବେଶ ଧମାକା କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ସାଉଥ ଲୋକପ୍ରିୟ ତାରକା ଥାଲାପତି ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍, ବଲିଉଡ ଅଭିନେତା ସଞ୍ଜୟ ଦତ୍ତ, ଅର୍ଜୁନ ସରଜା, ଗୌତମ ଭାସୁଦେବ ମେନନ୍, ମିସ୍କିନ୍, ମାଥ୍ୟୁ ଥୋମାସ୍, ପ୍ରିୟା ଆନନ୍ଦ ଏବଂ ଅନ୍ୟାନ୍ୟ କଳାକାର ନଜର ଆସିବେ । ଲୋକେଶ କାନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ମାଷ୍ଟର ପରେ ଲିଓ ବିଜୟଙ୍କ ସହ ଲୋକେଶଙ୍କ ଏହା ଦ୍ୱିତୀୟ ଚଳଚ୍ଚିତ୍ର ।

ଏହା ମଧ୍ୟ ପଢନ୍ତୁ: ୧୯ରେ ପରଦାକୁ ଆସିବ ଫିଲ୍ମ, ସଫଳତା ପାଇଁ ଥାଲାପତି ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ରଜନୀକାନ୍ତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.