ETV Bharat / entertainment

Leo: ୧୯ରେ ପରଦାକୁ ଆସିବ ଫିଲ୍ମ, ସଫଳତା ପାଇଁ ଥାଲାପତି ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ରଜନୀକାନ୍ତ

author img

By ETV Bharat Odisha Team

Published : Oct 16, 2023, 8:14 PM IST

ସାଉଥ ସୁପରଷ୍ଟାର ବିଜୟ ଥାଲାପତିଙ୍କ ଫିଲ୍ମ 'ଲିଓ' ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାପୂର୍ବରୁ ମେଗାଷ୍ଟାର ରଜନୀକାନ୍ତ ବିଜୟଙ୍କୁ 'ଲିଓ'ର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

୧୯ ରେ ପରଦାକୁ ଆସିବ ଫିଲ୍ମ, ସଫଳତା ପାଇଁ ଥାଲାପତି ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ରଜନୀକାନ୍ତ

ହାଇଦ୍ରାବାଦ: ଦଶହରାରେ ଫିଲ୍ମ ଲିଓ ସହ ସ୍କ୍ରିନରେ ଜଲୱା ଦେଖାଇବେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ଏହି ଫିଲ୍ମ ଅକ୍ଟୋବର 19ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାରି ମଧ୍ୟରେ ବର୍ତ୍ତମାନ ମେଗାଷ୍ଟାର ରଜନୀକାନ୍ତ ଥାଲାପତି ବିଜୟଙ୍କୁ 'ଲିଓ' ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ରଜନୀକାନ୍ତ କହିଛନ୍ତି, ଫିଲ୍ମ ସଫଳତା ପାଇଁ ସେ ଭଗବାନ ନିକଟରେ ପ୍ରାର୍ଥନା କରିବେ । ଯେପରି ଫିଲ୍ମଟି ବ୍ଲକବ୍ଲାଷ୍ଟର ହେବ ।

ଏକ ସାକ୍ଷାତକାରରେ ଯେତେବେଳେ ରଜନୀକାନ୍ତଙ୍କୁ ବିଜୟଙ୍କ ଫିଲ୍ମ 'ଲିଓ' ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ, ମୁଁ ଚାହେଁ ଏହି ଚଳଚ୍ଚିତ୍ରଟି ବଡ଼ ସଫଳତା ହାସଲ କରୁ ଏବଂ ମୁଁ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବି ଯେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବଡ଼ ସଫଳତା ଆଣିବା ସହ ବ୍ଲକବଷ୍ଟର ହେଉ । ସୂଚନା ଥାଉ କି, ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'ଲିଓ' ଅନ୍ୟତମ । ଅକ୍ଟୋବର 19ରେ ଫିଲ୍ମଟି ବଡ ପରଦାରେ ରିଲିଜ ହେବାକୁ ଯାଉଥିବାରୁ ଫିଲ୍ମ ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି ।

ଲିଓ ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓର ଏସ୍ ଲଲିତ କୁମାର ଏବଂ ଜଗଦୀଶ ପଲାନିସ୍ୱାମୀଙ୍କ ଦ୍ୱାରା ନିର୍ମିତ । ଲୋକେଶ କାନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ମାଷ୍ଟର ପରେ ଲିଓ ବିଜୟଙ୍କ ସହ ଲୋକେଶଙ୍କ ଏହା ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅନିରୁଦ୍ଧ ରବିଚାନ୍ଦ । ଥାଲାପତି ବିଜୟଙ୍କ ସହ ଏହି ଚଳଚ୍ଚିତ୍ରରେ ତ୍ରିଶା କୃଷ୍ଣନ୍, ସଞ୍ଜୟ ଦତ୍ତ, ଅର୍ଜୁନ ସରଜା, ଗୌତମ ଭାସୁଦେବ ମେନନ୍, ମିସ୍କିନ୍, ମାଥ୍ୟୁ ଥୋମାସ୍, ପ୍ରିୟା ଆନନ୍ଦ ଏବଂ ଅନ୍ୟାନ୍ୟ କଳାକାର ନଜର ଆସିବେ । 15 ବର୍ଷ ପରେ ପରଦାରେ ବିଜୟ ଏବଂ ତ୍ରିଶାଙ୍କୁ ଏକାଠି ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ 171ତମ ଫିଲ୍ମର ଘୋଷଣା, ଲୋକେଶ କନଗରାଜଙ୍କ ସହ କରିବେ କାମ

ସୂଚନା ଥାଉ କି, ଲିଓ ପରେ ରଜନୀକାନ୍ତଙ୍କ ସହ କାନଗରାଜଙ୍କ ରହ କାମ କରିବେ । 'ଲିଓ' ପରେ ନିର୍ଦ୍ଦେଶକ ଲୋକେଶ କାନାଗରାଜ 'ରଜୀକାନ୍ତଙ୍କ ସହ' ଥାଲାଇୱର୍ 171' ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ରଜନୀକାନ୍ତ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି, ଯାହାର ନାମ ହେଉଛି 'ଥାଲାଇୱର୍ 170' । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି 'ଜୟ ଭୀମ'ର ଟିଜେ ଜ୍ଞାନୱେଲ । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଫାହାଦ୍ ଫସିଲ, ମଞ୍ଜୁ ୱାରିଅର୍, ରାଣା ଡଗଗୁବତୀ, ଦୁଶାରା ବିଜୟ ଏବଂ ରିତିକା ସିଂଙ୍କ ପରି ଭେଟେରାନ୍ ଅଭିନେତା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.