ETV Bharat / entertainment

Most Stylish Awards 2022: ବଲିଉଡର ଷ୍ଟାଇଲିସ୍ କପଲ୍‌ ହେଲେ ଅର୍ଜୁନ କପୁର-ମଲାଇକା ଆରୋରା

author img

By

Published : Jul 16, 2022, 7:47 PM IST

ବଲିଉଡର ଷ୍ଟାଇଲିସ୍ କପଲ୍‌ ହେଲେ ଅର୍ଜୁନ କପୁର-ମଲାଇକା ଆରୋରା
ବଲିଉଡର ଷ୍ଟାଇଲିସ୍ କପଲ୍‌ ହେଲେ ଅର୍ଜୁନ କପୁର-ମଲାଇକା ଆରୋରା

ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁରଙ୍କ ସହ ସୁନ୍ଦର ଫଟୋ ସେୟାର କରିଛନ୍ତି । ଗତକାଲି ରାତିରେ ଏକ ଇଭେଣ୍ଟରେ ଏହି ଦମ୍ପତିଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗତ କିଛି ଦିନ ହେବ ବଲିଉଡରେ ସମ୍ପର୍କର ଖୁସିର ଲହରି ଚାଲିଛି । ସେଲିବ୍ରିଟିମାନ ସେମାନଙ୍କ ଚଳଚ୍ଚିତ୍ର ଅପେକ୍ଷା ରିଲେସନସିପ୍‌, ଆଫାୟର୍ସ, ମ୍ୟାରେଜ୍‌ ଏବଂ ପରେ ପ୍ରେଗ୍ନେସିକୁ ନେଇ ଅଧିକ ଚର୍ଚ୍ଚାରେ ଆସୁଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ବିବାହକୁ । କାରଣ ଏହି ଦମ୍ପତି ବର୍ତ୍ତମାନ ଖୋଲାଖୋଲି ଭାବେ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଗତକାଲି ରାତିରେ ଏହି ଦମ୍ପତିଙ୍କୁ Most Stylish Awards 2022 ଇଭେଣ୍ଟରେ ଦେଖିବାକୁ ମିଳିଥିଲା ​​ଯେଉଁଠାରେ ସେମାନେ ଏକାଠି ଫଟୋସୁଟ୍‌ କରୁଥିବା ଦେଖାଯାଇଥିଲା ।

ଏହି ଇଭେଣ୍ଟରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କୁ ସି-ଗ୍ରୀନ୍‌ ରଙ୍ଗର ମ୍ୟାଚିଂ ପୋଷାକ ପିନ୍ଧିଥିଲେ, ଯେଉଁଥିରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ମଲାଇକା ଏହି ଇଭେଣ୍ଟର କିଛି ଝଲକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଦମ୍ପତିଙ୍କ କେମେଷ୍ଟ୍ରି ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋ ସହିତ ମଲାଇକା ଆରୋରା ଫାୟାର ଇମୋଜି ସେୟାର କରିଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ପ୍ରଶଂସକମାନେ ଏହି ଫଟୋଗୁଡ଼ିକରେ ପ୍ରେମ ବର୍ଷା କରୁଛନ୍ତି ।

ଅର୍ଜୁନ କପୁର-ମଲାଇକା ଆରୋରା
ଅର୍ଜୁନ କପୁର-ମଲାଇକା ଆରୋରା

ଏହାପୂର୍ବରୁ ପ୍ୟାରିସରେ ଦମ୍ପତିଙ୍କ ଜନ୍ମଦିନ ଉତ୍ସବର ଫଟୋ ସାମ୍ନାକୁ ଆସିଥିଲା । ଏଠାରେ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁରଙ୍କ ଜନ୍ମଦିନରେ ଧୁମ୍‌ ମସ୍ତି କରିଥିବା ଦେଖିବାକୁ ମିଳିଥିଲା । ଅର୍ଜୁନ ଏବଂ ମଲାଇକା ଇନଷ୍ଟାଗ୍ରାମରେ ସେମାନଙ୍କ ରୋମାଣ୍ଟିକ ଏବଂ ଖାଇବା ପିଇବା, ବୁଲିବା ଏବଂ ଭ୍ରମଣର ଅନେକ ଫଟୋ ସେୟାର କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବେ, କିନ୍ତୁ ଏହି ଖବର ଉପରେ ଦମ୍ପତିଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.