ETV Bharat / entertainment

Koffee With Karan 8 Latest Promo: ଅନନ୍ୟା-ଆଦିତ୍ୟଙ୍କ ସମ୍ପର୍କ ନେଇ ଖୁଲାସା କଲେ ସାରା

author img

By ETV Bharat Odisha Team

Published : Nov 6, 2023, 3:09 PM IST

କରଣଙ୍କ ଶୋ' କଫି ୱିଥ୍ କରଣ ସିଜନ ୮ରେ ବର୍ତ୍ତମାନ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ରିଲିଜ ନୂଆ ପ୍ରୋମୋରେ ଉଭୟ ନିଜ ରୁମର ବୟଫ୍ରେଣ୍ଡ ଉପରେ କଥାବାର୍ତ୍ତା କରିଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଅନନ୍ୟା-ଆଦିତ୍ୟଙ୍କ ସମ୍ପର୍କ ନେଇ ଖୁଲାସା କଲେ ସାରା
ଅନନ୍ୟା-ଆଦିତ୍ୟଙ୍କ ସମ୍ପର୍କ ନେଇ ଖୁଲାସା କଲେ ସାରା

ହାଇଦ୍ରାବାଦ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ 'କଫି ୱିଥ୍ କରଣ 8' ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ସୋମବାର ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆରେ ତାଙ୍କ ଶୋ'ର ଲାଟେଷ୍ଟ ପ୍ରୋମୋ ରିଲିଜ କରିଛନ୍ତି । ଲାଟେଷ୍ଟ ପ୍ରୋମୋରୁ ଜଣାପଡିଛି ଯେ ବଲିଉଡର ଦୁଇ ସାଙ୍ଗ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେଙ୍କୁ ତାଙ୍କ ପରବର୍ତ୍ତୀ ଏପିସୋଡରେ ଦେଖିବାକୁ ମିଳିବ । ଏହି ସମୟରେ ସାରା ଏବଂ ଅନନ୍ୟା ନିଜ ରୁମର ଲଭଲାଇଫ ଶୁଭମନ ଗିଲ ଏବଂ ଆଦିତ୍ୟ ରୟ କପୁରଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି ।

କରଣ ଜୋହର ଆଜି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ 'କଫି ୱିଥ୍ କରଣ 8'ର ଲାଟେଷ୍ଟ ପ୍ରୋମୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି,' ପରବର୍ତ୍ତୀ ଏପିସୋଡରେ ଏହି ଦୁଇ ସୁନ୍ଦରୀଙ୍କ ସହ ବନ୍ଧୁତା, ପ୍ରେମ ଏବଂ ଫିଲ୍ମ ବିଷୟକୁ ନେଇ ଚର୍ଚ୍ଚା । ଏହି ପ୍ରୋମୋ କରଣ ଜୋହରଙ୍କ ଠାରୁ ଆରମ୍ଭ ହୋଇଛି, ଯେଉଁଥିରେ ସେ ଦୁଇ ବଲିଉଡ ଷ୍ଟାର କିଡ୍ସ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେଙ୍କ ପରିଚୟ ଦେଉଥିବାର ନଜର ଆସିଛନ୍ତି । ସାରାଙ୍କୁ ଲାଲ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିବାବେଳେ ଅନନ୍ୟା ପାଣ୍ଡେଙ୍କୁ ବ୍ଲାକ ରଙ୍ଗର କଟଆଉଟ୍ ଡ୍ରେସରେ ଦେଖିବାକୁ ମିଳିଛି । ତେବେ 'କଫି ୱିଥ୍ କରଣ 8'ର ଏହି ଏପିସୋଡ୍ ଗୁରୁବାର ଦିନ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହେବ ।

ପ୍ରୋମୋରେ କରଣ ଉଭୟ ଷ୍ଟାର କିଡ୍ସମାନଙ୍କୁ ସେମାନଙ୍କର ପ୍ରେମିକମାନଙ୍କ ବିଷୟରେ ପଚରାଉଚରା କରୁଥିବା ଦେଖିବାକୁ ମିଳିଛି । ଏହା ଉପରେ ସାରା କହିଛନ୍ତି ଯେ ଏକ ଭଲ ପ୍ରଶ୍ନ ସହ ଶୋ' ଆରମ୍ଭ ହୋଇଛି । କରଣ ସାରାଙ୍କୁ ତାଙ୍କ ଏବଂ ଭାରତ କ୍ରିକେଟର ଶୁଭମନ ଗିଲଙ୍କ ମଧ୍ୟରେ ଡେଟିଂ ରୁମର ବିଷୟରେ ପଚାରିଛନ୍ତି । ଏହାର ଉତ୍ତରରେ ସାରା କୁହନ୍ତି, ପୁରା ଦୁନିଆ ଭୁଲ ଅଟେ, ସାରାଙ୍କ ପଛରେ ପଡିଛନ୍ତି ।

ଏହା ପରେ ଉଭୟ ଅଭିନେତ୍ରୀ ମଜା କରୁଥିବା ନଜର ଆସିଛନ୍ତି । ଏହି ସମୟରେ କରଣ ସାରାଙ୍କୁ ପଚାରନ୍ତି, 'ଅନନ୍ୟାଙ୍କର ଏପରି ଗୋଟିଏ ଜିନିଷ ଅଛି ଏବଂ ଯାହା ତୁମ ପାଖରେ ନାହିଁ।' ଏହା ଉପରେ ସାରା କୁହନ୍ତି, 'ଦ ନାଇଟ୍ ମ୍ୟାନେଜର' । ଏହା ପରେ ଅନନ୍ୟା ସ୍ମାଇଲ କରୁଥିବା ନଜର ଆସନ୍ତି । ସୂଚନା ଥାଉ କି, ଦ ନାଇଟ୍ ମ୍ୟାନେଜରରେ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ରୟ କପୁର, ଅନନ୍ୟା ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି । ଏହି କପଲଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ୮୭ ବର୍ଷରେ ଧର୍ମେନ୍ଦ୍ରଙ୍କ କିସ୍ ସିନ ଉପରେ ଏମିତି ପ୍ରତିକ୍ରିୟା ଦେଲେ ଦେଓଲ ବଦର୍ସ

ପ୍ରକାଶ ଥାଉ କି, ଅନେକ ଦିନ ପୂର୍ବରୁ ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ସାରା ଅଲି ଖାନଙ୍କ ଡେଟିଂ ବିଷୟରେ ରୁମର ଖବର ଶୁଣିବାକୁ ମିଳିଥିଲା । ହେଲେ ଏନେଇ ଉଭୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହା ପରେ ସାରା ତେନ୍ଦୁଲକରଙ୍କ ସହ ଶୁଭମନ ଅନେକ ଥର ନଜର ଆସିଥିଲେ । ବର୍ତ୍ତମାନ ଶୁଭମନଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଯୋଡା ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.