ETV Bharat / entertainment

ବୟସ ବ୍ୟବଧାନକୁ ନେଇ ଟ୍ରୋଲରଙ୍କୁ କରୀନାଙ୍କ ଜବାବ୍‌, କହିଲେ- ସୈଫ୍‌ ପୂର୍ବ ଅପେକ୍ଷା ହଟ୍‌ ଦେଖାଯାଉଛନ୍ତି

author img

By ETV Bharat Odisha Team

Published : Sep 12, 2023, 11:56 AM IST

କରୀନା ଏବଂ ସୈଫ୍‌
କରୀନା ଏବଂ ସୈଫ୍‌

ଯେଉଁମାନେ ସୈଫ ଅଲି ଖାନ ଏବଂ କରୀନାଙ୍କ ମଧ୍ୟରେ ବୟସ ବ୍ୟବଧାନକୁ ଟ୍ରୋଲ କରୁଥିଲେ ୟୁଜର୍ସ, ସେମାନଙ୍କୁ ଉପଯୁକ୍ତ ଜବାବ ଦେଲେ ଅଭିନେତ୍ରୀ । କରୀନା କହିଛନ୍ତି ଯେ, ବିବାହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମ୍ମାନ ଏବଂ ପରଷ୍ପରକୁ ଭଲ ପାଇବା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଜିକାଲି କରୀନା କପୁର ଓଟିଟିରେ ତାଙ୍କ ଫିଲ୍ମ 'ଜାନେ ଜାନ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହା ହେଉଛି କରୀନାଙ୍କ ଓଟିଟି ଡେବ୍ୟୁ ଚଳଚ୍ଚିତ୍ର, ଯାହାକୁ ସେ ଜୋରଦାର ପ୍ରମୋସନ କରୁଛନ୍ତି । ନିକଟରେ ଅଭିନେତ୍ରୀ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଯେଉଁଠାରେ ସେ ତାଙ୍କ କ୍ୟାରିୟର, ବିବାହ ଏବଂ ତାଙ୍କ ପୁଅ ତୈମୁରଙ୍କ ନାମକୁ ନେଇ ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଥିଲେ । କରୀନା କପୁର ସୈଫ ଅଲି ଖାନଙ୍କ ସହ ତାଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

କରୀନା କପୁର ସୈଫ ଅଲି ଖାନଙ୍କ ସହ ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ବୟସ ବ୍ୟବଧାନରେ କୌଣସି ଅସୁବିଧା ନାହିଁ କି ଭିନ୍ନଭିନ୍ନ ଧର୍ମର ହୋଇଥିବାରୁ ତାଙ୍କର କୌଣସି ଆପତ୍ତି ନାହିଁ । କରୀନା କହିଛନ୍ତି ଯେ ଲୋକମାନେ ଇଣ୍ଟରକାଷ୍ଟ୍‌ ମ୍ୟାରେଜକୁ ନେଇ ଅଧିକ ଚିନ୍ତା କରନ୍ତି ଏବଂ ସେମାନଙ୍କୁ ଏ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ ।

କରୀନା ସୈଫଙ୍କଠାରୁ 10 ବର୍ଷ ସାନ

ଯେତେବେଳେ ଏକ ସାକ୍ଷାତକାରରେ କରୀନାଙ୍କୁ ପଚରାଯାଇଥିଲା ଯେ, ସୈଫଙ୍କ ସହ ବୟସ ଭିନ୍ନତା ହେତୁ ସେ ପ୍ରାୟତଃ ଟ୍ରୋଲର ଶିକାର ହୁଅନ୍ତି । ଏନେଇ କରୀନା କହିଛନ୍ତି ଯେ, ବୟସକୁ ନେଇ କେବେ କିଛି ଚିନ୍ତା କରାଯାଇନାହିଁ । ବରଂ ସୈଫ ପୂର୍ବ ଅପେକ୍ଷା ଅଧିକ ହଟ୍‌ ହେବାକୁ ଲାଗିଛନ୍ତି। ମୁଁ ଖୁସି ଯେ, ମୁଁ ତାଙ୍କଠାରୁ ଦଶ ବର୍ଷ ସାନ, ତାଙ୍କୁ ଏ ବିଷୟରେ ଚିନ୍ତା କରିବା ଉଚିତ୍ । ତାଙ୍କୁ 53 ବର୍ଷ ବୟସ ବୋଲି କେହି କହିପାରିବେ ନାହିଁ। ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ସମ୍ମାନ, ଭଲପାଇବା ଏବଂ ଆମେ ପରସ୍ପର ସହିତ କ୍ବାଲିଟି ଟାଇମ୍‌ ବିତାଇଥାଉ । ଆମେ ଇଣ୍ଟରକାଷ୍ଟ ରିଲେସନସିପ୍‌କୁ ବହୁତ ଅଧିକା ଚିନ୍ତା କରୁ । ଅନେକ ଭାବନ୍ତି ଯେ ସେମାନଙ୍କ ମଧ୍ୟରେ 10 ବର୍ଷର ବୟସ ବ୍ୟବଧାନ ଅଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କି ସୈଫ ଏବଂ ମୁଁ ପରସ୍ପର ସହ ଖୁସିରେ ଅଛୁ । ଏଥିରେ କୌଣସି ଫରକ ପଡେ ନାହିଁ କି ସେ କେଉଁ ଧର୍ମ ଅନୁସରଣ କରନ୍ତି ଏବଂ ମୁଁ କେଉଁ ଧର୍ମ ଅନୁସରଣ କରେ । ଏହି ସମସ୍ତ ଜିନିଷ ଏବଂ ବୟସ ବ୍ୟବଧାନ ଆମ ମଧ୍ୟରେ କେବେ ବି ସମସ୍ୟା ହୋଇ ଠିଆ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: Jaane Jaan: କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

2012ରେ ହୋଇଥିଲା ବାହାଘର

କରୀନା ଆହୁରି କହିଛନ୍ତି ଯେ, ପ୍ରାରମ୍ଭରେ ସୈଫ ଚିନ୍ତା କରୁଥିଲେ ଯେ, ସେ ମୋର ଏନର୍ଜି ସହିତ ମ୍ୟାଚ୍‌ କରିପାରିବେ କି ନାହିଁ । ସେ ତାଙ୍କୁ ପଚାରିଥିଲେ ଯେ ସେ ରାତି 3ଟା ପର୍ଯ୍ୟନ୍ତ ପାର୍ଟି କରନ୍ତି କି ? ଅବଶ୍ୟ, ସମୟ ସହିତ ଉଭୟଙ୍କର ତାଳମେଳ ଠିକ୍‌ ହୋଇଗଲା ଏବଂ ବର୍ତ୍ତମାନ କରୀନା ରାତି 11.30 ପରେ ଉଠନ୍ତି ନାହିଁ । ଉଲ୍ଲେଖନୀୟ ଯେ, ଉଭୟ 2012ରେ ବିବାହ କରିଥିଲେ । ଏହା ପରେ ଦୁହେଁ ଦୁଇ ପୁଅ ତୈମୁର ଏବଂ ଜେନ୍‌ଙ୍କ ପିତାମାତା ହେଲେ । କରୀନା ହେଉଛନ୍ତି ସୈଫଙ୍କ ଦ୍ୱିତୀୟ ପତ୍ନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.