ETV Bharat / entertainment

Jaane Jaan: କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

author img

By ETV Bharat Odisha Team

Published : Sep 12, 2023, 6:39 AM IST

କରୀନା କପୁରଙ୍କ ଫିଲ୍ମ ଜାନେ ଜାନର ଟାଇଟଲ୍ ଟ୍ରାକ୍ ରିଲିଜ୍ ହୋଇଛି । ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର 21ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ କରୀନା କପୁର ଏବଂ ବିଜୟ ବର୍ମା ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଅଧିକ ପଢନ୍ତୁ

କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'
କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ସୁଜୟ ଘୋଷ ତାଙ୍କ ଫିଲ୍ମ "ଜାନେ ଜାନ" ରିଲିଜ ପାଇଁ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟାଇଟଲ ଟ୍ରାକ୍ ରିଲିଜ କରିଛନ୍ତି। ସୋସିଆଲ ମିଡିଆରେ ଗୀତ ରିଲିଜ ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

  • " class="align-text-top noRightClick twitterSection" data="">

ଫିଲ୍ମ "ଜାନେ ଜାନ"ର ଟାଇଟଲ ଟ୍ରାକ ଗୀତରେ କରୀନା କପୁର ଏବଂ ବିଜୟ ବର୍ମା ଏକାଠି ନଜର ଆସିଛନ୍ତି । ନେହା କକ୍କର ଏହି ଗୀତର କଣ୍ଠଦାନ କରିଛନ୍ତି । ଏହି ଗୀତଟି 1969 ଚଳଚ୍ଚିତ୍ର 'ଇନ୍ତେକାମ'ର "ଜାନେ ଜାନ" ଗୀତର ରିମେକ୍ ଅଟେ । ଯାହା ସ୍ବର୍ଗତ ଲତା ମଙ୍ଗେଶକର ଗାଇଥିଲେ । ଗୀତ 'ଜାନେ ଜାନ'କୁ ଲକ୍ଷ୍ମୀକାନ୍ତ ପ୍ୟାରେ ଲାଲ ଲେଖିଛନ୍ତି ଏବଂ ରାଜେନ୍ଦ୍ର କୃଷ୍ଣ ରଚନା କରିଛନ୍ତି । କରୀନା କପୁରଙ୍କ ଫିଲ୍ମ ପାଇଁ ସଚିନ୍-ଜିଗର ଏହାକୁ ରିମେକ୍ କରିଛନ୍ତି ଏବଂ ଯାହାକୁ ନେହା କକ୍କର ଗାଇଛନ୍ତି । ସେୟାର ହୋଇଥିବା ଗୀତର ବିଷୟବସ୍ତୁକୁ ଡିସ୍କୋ ସହ ସମାନ ରଖାଯାଇଛି । ଏଥିସହ ଫିଲ୍ମର କିଛି ସିନ୍ ମଧ୍ୟ ଏଥିରେ ଦେଖିବାକୁ ମିଳୁଛି ।

ଫିଲ୍ମ 'ଜାନେ ଜାନ୍‌'କୁ ସୁଜୟ ଘୋଷ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଶୋଭା କପୁର । ଏହି ଫିଲ୍ମ 21 ସେପ୍ଟେମ୍ବରରେ କରୀନା କପୁର ଖାନଙ୍କ ଜନ୍ମଦିନରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ । ଏହି ଫିଲ୍ମ ସହ ଓଟିଟିରେ ଏଣ୍ଟ୍ରି କରିବେ ବେବୋ । ଏହି ଚଳଚ୍ଚିତ୍ରରେ କରୀନା ଖାନଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲବତ ପ୍ରଥମ ଥର ପାଇଂ ସ୍କ୍ରିନ୍‌ ସେୟାର କରିବେ । ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ଟିଜର, ଟ୍ରେଲର ରିଲିଜ ହୋଇଛି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥବା ବେଳେ ସିରିଜକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଜାନେ ଜାନ' ପାଇଁ କରୀନାଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ସୈଫ, କହିଥିଲେ ଏମିତି କଥା...

ଜାନେ ଜାନର କାହାଣୀ କହିବାକୁ ଗଲେ, ଏହା ଏକ ମର୍ଡର ମିଷ୍ଟ୍ରି ଫିଲ୍ମ ଅଟେ । ଯେଉଁଥିରେ କରୀନା କପୁର ଖାନ୍‌ ସିଙ୍ଗଲ ମଦର ଭୂମିକାରେ ନଜର ଆସିଛନ୍ତି । ଏବଂ ଏକ ହତ୍ୟା ମାମଲାରେ ତାଙ୍କୁ ନେଇ ସନ୍ଦେହ କରାଯାଉଛି । ଫିଲ୍ମରେ ଜୟଦୀପ ଅହଲବତ ଜଣେ ଶିକ୍ଷକ ଭୂମିକାରେ ଏବଂ ବିଜୟ ବର୍ମା ଧର୍ମେନ୍ଦ୍ରଙ୍କ ଚରିତ୍ର ସହ ଏକ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ । ତେବେ କରୀନାଙ୍କ ରହସ୍ୟର ପର୍ଦ୍ଦାଫାସ ହେଉଛି କି ନାହିଁ ତାହା କେବଳ ଫିଲ୍ମ ଦେଖିବା ପରେ ଜଣାପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.