ETV Bharat / entertainment

ନିରାଶ ଫ୍ୟାନ୍ସ, ଆଗକୁ ସିନେମା କରିବେନି Jr NTR !

author img

By

Published : Mar 20, 2023, 4:55 PM IST

Jr NTR
Jr NTR

ଗୌରବମୟ ଓଷ୍କାର ବିଜୟ ପରେ ଅଭିନୟ କରିବା ଛାଡିଦେବେ ଜୁନିୟର୍ ଏନଟିଆର୍ । କାହିଁକି ରଖିଲେ ଏପରି ପ୍ରତିକ୍ରିୟା, ଜାଣନ୍ତୁ...

ହାଇଦ୍ରାବାଦ: ଜୁନିଅର୍ ଏନଟିଆର୍ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର ! ଆଗକୁ ସିନେମା କରିବେନି ଏହି ସୁପରଷ୍ଟାର୍ । ଏନେଇ ନିଜେ ଖୁଲାସା କରିଛନ୍ତି ଏନଟିଆର୍ । ଗୌରବମୟ ଓଷ୍କାର ବିଜୟ ପରେ ତାଙ୍କର ଏପରି ଘୋଷଣା ଫ୍ୟାନ୍ସଙ୍କୁ ଚକିତ କରିଦେଇଛନ୍ତି । 95ତମ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ Jr NTR ଙ୍କ ଅଭିନିତ 'ନାଟୁ ନାଟୁ' ଓସ୍କାର ପାଇବା ପରେ ସେ ଆମେରିକାରୁ ଭାରତ ଫେରିଥିଲେ । ନିକଟରେ ସେ ବିଶ୍ୱକ ସେନଙ୍କ ଚଳଚ୍ଚିତ୍ର 'ଦାସ କା ଧାମକି'ର ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ଅବସରରେ ଫ୍ୟାନ୍ସ ତାଙ୍କ ଆଗାମୀ ପ୍ରୋଜେକ୍ଟ ବାବଦରେ ପଚାରିବାରୁ ସେ ଆଗକୁ ସିନେମା କରିବେ ନାହିଁ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଜୁନିଅର NTR ତାଙ୍କ ଚଳଚ୍ଚିତ୍ର 'NTR 30' ବିଷୟରେ ଆଲୋଚନା କରୁଥିଲେ । ପ୍ରଶଂସକମାନେ କୋରତାଲା ଶିବଙ୍କ ଏହି ଚଳଚ୍ଚିତ୍ର ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ବ୍ୟାକୁଳତାର ସହ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ । ଏଥିରେ ସେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, 'ଯଦି ଲୋକମାନେ ଏହିପରି ପଚାରିବା ଜାରିରଖିବେ ତେବେ ମୁଁ ସିନେମା କରିବା ଛାଡିଦେବେ । ସିନେମା ଜଗତରୁ ଅବସର ନେଇଯିବ ।" ଏହା ମଧ୍ୟ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କୌଣସି ସିନେମା ପାଇଁ ସାଇନ୍(ଦସ୍ତଖତ) କରିନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ:-Oscars Ticket Price: ଓସ୍କାର ଆଓ୍ବାର୍ଡ ପାଇଁ ଏତିକି ଟଙ୍କାରେ ଟିକେଟ୍‌ କିଣିଥିଲେ RRR ଟିମ

ଏହାପରେ ସେ ତୁରନ୍ତ ସ୍ପଷ୍ଟ କରିଛି କହିଛନ୍ତି, ଏପରି କେବଳ ସେ ଥଟ୍ଟାରେ କହିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ କାମ ବନ୍ଦ କରିବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ । ସୂଚନା ଅନୁସାରେ, ଜୁନିୟର୍ ଏନଟିଆରଙ୍କ ଚଳଚ୍ଚିତ୍ର 'NTR 30'ରେ ଜାନଭୀ କପୁର ତାଙ୍କ ବିପକ୍ଷରେ ନଜର୍ ଆସିବେ । ଏହା ଜାହ୍ନବିଙ୍କର ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ ହେବ । ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲରେ ମୁକ୍ତିଲାଭ କରିବ । ତେବେ ବର୍ତ୍ତମାନ ଏନଟିଆରଙ୍କ ଲୋକପ୍ରିୟତା ବହୁଗୁଣିତ ହୋଇଯାଇଛି ।

କାରଣ ତାଙ୍କ ଅଭିନିତ RRRର 'ନାଟୁ ନାଟୁ' ସଂଗୀତ 95ତମ ଏକାଡେମୀ ପୁରସ୍କାରରେ ଓସ୍କାର ଜିତିଛି । ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ସହିତ ରାମଚରନ୍ ମଧ୍ୟ ନୃତ୍ୟ କରିଛନ୍ତି । ମୂଳ ଗୀତ ବର୍ଗରେ ଓଷ୍କାର ଜିଥିଥିବା ଏହି ସଂଗୀତ ବର୍ତ୍ତମାନ ବିଶ୍ବବ୍ୟାପୀ ଲୋକପ୍ରିୟ ହେବାରେ ଲାଗିଛି । କେବଳ ଦେଶରେ କାହିଁକି ବିଦେଶରେ ମଧ୍ୟ ଅନେକ ଲୋକେ ଏହାର ସିଗ୍ନେଚର୍ ଷ୍ଟେପ୍ କରି ପୋଷ୍ଟ କରୁଥିବା ଭିଡିଓ ଭାଇରାଲ୍ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.