ETV Bharat / entertainment

Oscars Ticket Price: ଓସ୍କାର ଆଓ୍ବାର୍ଡ ପାଇଁ ଏତିକି ଟଙ୍କାରେ ଟିକେଟ୍‌ କିଣିଥିଲେ RRR ଟିମ

author img

By

Published : Mar 19, 2023, 1:41 PM IST

Oscars Ticket Price
Oscars Ticket Price

ଓସ୍କାର ରେଡ କାର୍ପେଟରେ ସାମିଲ ହେବାପାଇଁ ଆରଆରଆର ଟିମକୁ ମିଳିନଥିଲା ପାସ୍ । ଟିକେଟ କିଣି ହୋଇଥିଲେ ସାମିଲ । ଜାଣନ୍ତୁ କିଏ ଟିକେଟ କିଣିଥିଲା ଏବଂ ସମୁଦାୟ କେତେ ଖର୍ଚ୍ଚ ହୋଇଥିଲା ।

ହାଇଦ୍ରାବାଦ: ଦକ୍ଷିଣ ସିନେମା RRRର ନାଟୁ ନାଟୁ ଗୀତକୁ ମିଳିଛି ୯୫ତମ ଏକାଡେମୀ ଆୱାର୍ଡ ଓସ୍କାର । ଏସ୍.ଏସ୍‌ ରାଜାମୌଲିଙ୍କ ଫିଲ୍ମ RRRର ନାଟୁ ନାଟୁ ଗୀତ ଓସ୍କାର ଆୱାର୍ଡ ହାତେଇଛି । ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଛି ଏହି ପୁରସ୍କାର । ତେବେ ଏହି ଚଳଚ୍ଚିତ୍ରକୁ ବିଶ୍ବବ୍ୟପୀ ପ୍ରଶଂସା କରାଯାଇଛି । ତେବେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଚଳଚ୍ଚିତ୍ର ନିର୍ମାତା ଏସ୍.ଏସ୍‌ ରାଜାମୌଲି ଏବଂ ପୁରା ଟିମକୁ ବିତରଣ ଉତ୍ସବରେ ଯୋଗଦେବା ପାଇଁ ପାସ ବ୍ୟବସ୍ଥା କରାଯାଉନଥିଲା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।

କେବଳ ଏମ.ଏମ କିରାବାନୀ ଏବଂ ଗୀତିକାର ଚନ୍ଦ୍ର ବୋଷଙ୍କୁ ମାଗଣା ପାସ ବ୍ୟବସ୍ଥା ରହିଥିଲା । ତେବେ ଲାଇଭ ଇଭେଣ୍ଟ ଦେଖିବା ପାଇଁ ରାଜମୈଲି, ଜୁନିୟର ଏନଟିଆର, ରାମଚରଣ ଏବଂ ପୁରା ଟିମକୁ ଟିକେଟ କିଣିବାକୁ ପଡିଥିଲା ବୋଲି ଦାବି କରାଯାଇଛି । ଓସ୍କାର ରେଡ କାର୍ପେଟରେ ଦେଖାଯାଇଥିବା ଆରଆରଆରର ପୁରା ଟିମ ପାଇଁ ରାଜମୌଲି ବହୁତ ଟଙ୍କା ଖର୍ଚ୍ଚ କରିଥିଲେ । ପତ୍ନୀ, ପୁଅ ସହ ପୁରା ଆଇଆରଆର ଟିମ ପାଇଁ ଟିକେଟ କିଣିଥିଲେ ରାଜମୌଲି ।

ଏତିକି ଟଙ୍କାରେ ଟିକେଟ କିଣିଥିଲେ: ମିଡିଆ ରିପୋର୍ଟ ଅନୁସାରେ, ଓସ୍କାର ଆଓ୍ବାର୍ଡ ୨୦୨୩ ପାଇଁ ଟିକେଟର ମୂଲ୍ୟ ୨୫ ହଜାର ଡଲାର ରହିଛି । ଯାହାକି ଭାରତର ଟଙ୍କା ସହ ୨୦.୬ ଲକ୍ଷ ଟଙ୍କା ସହ ସମାନ । ଏନେଇ ଏକାଡେମୀ ପୁରସ୍କାର ବିଜେତା ଟିମ କହିଛନ୍ତି, " କେବଳ ପୁରସ୍କାର ବିଜେତା ଏବଂ ସେମାନଙ୍କ ପରିବାର ସଦସ୍ୟ ମାଗଣା ପାସ୍ ପାଇଛନ୍ତି । ଏହି ଆଓ୍ବାର୍ଡ କାର୍ଯ୍ୟକ୍ରମକୁ ଦେଖିବା ଲାଇଭ ଦେଖିବା ପାଇଁ ସମସ୍ତଙ୍କୁ ଟିକେଟ କିଣିବାକୁ ପଡିଛି ।" ଏସ୍.ଏସ୍‌ ରାଜମୌଲି ନିଜ ଟିମକୁ ଓସ୍କାର ମଞ୍ଚରେ ପ୍ରଦର୍ଶିତ କରିବା ପାଇଁ ପ୍ରାୟ ୧.୪୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରକାଶଥାଉକି, ଓସ୍କାର ଆଓ୍ବାର୍ଡ ପରେ ଭାରତ ଫେରିବା ବେଳେ ନୂଆଦିଲ୍ଲୀ ବିମାନ ବନ୍ଦରରେ ରାମଚରଣ ଏବଂ ତାଙ୍କ ପତ୍ନୀ ନଜର ଆସିଥିଲେ । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ଏହା ଆଉ ଗୀତ ହୋଇ ରହିନାହିଁ । ବର୍ତ୍ତମାନ ଏହା ରାଷ୍ଟ୍ରୀୟ ଗୀତ ହୋଇ ସାରିଛି । ଦେଶବାସୀଙ୍କ ଭଲପାଇବା ଆମକୁ ଓସ୍କାର ଜିତିବାରେ ସହଯୋଗ କରିଛି ।"

ଓସ୍କାର ମଞ୍ଚରେ ଯେତେବେଳେ ନାଟୁନାଟୁର ବିଜୟ ଘୋଷଣା ହେଲା, ସେତେବେଳେ ଏହି ଐତିହାସିକ ବିଜୟ ନେଇ ସମାରୋହରେ ଉପସ୍ଥିତ ରାଜାମୌଲି ତାଙ୍କ ପତ୍ନୀଙ୍କ ସହ ବେଶ ଖୁସି ହେବା ଦେଖିବାକୁ ମିଳିଥିଲା । ରାମ ଚରଣ ଏବଂ ଜୁନିଅର ଏନଟିଆର ମଧ୍ୟ ପରସ୍ପରକୁ ଆଲିଙ୍ଗନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.