ETV Bharat / entertainment

ଆଇକନିକ୍ ପୋଜରେ ଫ୍ୟାନ୍ସଙ୍କୁ ଦିୱାନା କଲେ କିଙ୍ଗ ଖାନ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Sep 18, 2023, 6:38 AM IST

ଭିଡିଓ ଭାଇରାଲ
ଭିଡିଓ ଭାଇରାଲ

ବଲିଉଡର 'କିଙ୍ଗ' ଶାହାରୁଖ ଖାନ ତାଙ୍କ ଫ୍ୟାନ୍ସଙ୍କ ଦେଇଛନ୍ତି ଭେଟି । ନିଜ ଆଇକନିଜ୍ ପୋଜରେ କରିଛନ୍ତି ଫ୍ୟାନ୍ସଙ୍କୁ ଦିୱାନା । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡର ବାଦଶାହା ଶାହାରୁଖ ଖାନ । ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ‘ମନ୍ନତ’ର ବାହାରେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗାଇଥାନ୍ତି । 'ଜବାନ୍'ର ଜବରଦସ୍ତ ସଫଳତା ପରେ କିଙ୍ଗ ଖାନଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ସମୟରେ ବାଦଶାହା ରବିବାର ତାଙ୍କ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଛନ୍ତି । କିଙ୍ଗ ଖାନ ତାଙ୍କ ବାସଭବନ ମନ୍ନତରେ ରହି ନିଜ ଫ୍ୟାନ୍ସମାନଙ୍କୁ ଭେଟିଛନ୍ତି । ଶାହାରୁଖ ନିଜ ଆଇକନିକ୍ DDLJ ପୋଜ୍‌ରେ ଫ୍ୟାନ୍ସମାନଙ୍କୁ ଦେଖା ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବା ସହ ପସନ୍ଦ ମଧ୍ୟ କରାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଶାହାରୁଖ ଖାନ ନିଜ ଫ୍ୟାନ୍ସଙ୍କ ଆଡକୁ ଦେଖି ହାତ ହଲାଇ ସମ୍ବୋଧିତ କରିଥିଲେ । ଏହା ସହିତ ସେ ନିଜ ଆଇକନିକ୍ DDLJ ପୋଜ୍‌ରେ ଠିଆ ହୋଇ ଫ୍ୟାନ୍ସଙ୍କ ଉତ୍ସାହକୁ ଦୁଇଗୁଣିତ କରିଥିଲେ । ଭିଡିଓରେ 'କିଙ୍ଗ ଖାନ' କଳା ପ୍ୟାଣ୍ଟ ସହିତ ନୀଳ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ସେ କଳା ରଙ୍ଗର ଚଷମା ମଧ୍ୟ ପିନ୍ଧିଛନ୍ତି । ଏହି କାଜୁଆଲ ଲୁକରେ ମଧ୍ୟ ଶାହାରୁଖ ବେଶ ଆକର୍ଷଣୀୟ ଦେଖାଯାଇଥିଲେ । ଶାହାରୁଖଙ୍କ ନିକଟରେ ରିଲିଜ୍ ହୋଇଥିବା 'ଜବାନ୍' ବକ୍ସ ଅଫିସର ସମସ୍ତ ରେକର୍ଡ କାଟିବାରେ ଲାଗିଛି । ସାରା ବିଶ୍ୱରେ 750 କୋଟିରୁ ଅଧିକ ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ...Jawan Box Office Collection: ପଠାନର ରେକର୍ଡ ଭାଙ୍ଗିଲା ଜବାନ, 700 କୋଟି କ୍ଲବରେ ଫିଲ୍ମ

ସୂଚନା ଥାଉ କି, ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ​​। ରିଲିଜ୍ ହେବାର 10 ଦିନ ମଧ୍ୟରେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ସେଥୁପଥି, ନୟନତାରା ନଜର ଆସିଥିବା ବେଳେ ଏମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି ଶାହାରୁଖ ଖାନ । ତେବେ 'ଜବାନ' ପରେ କିଙ୍ଗ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଡୁଙ୍କି'ରେ ନଜର ଆସିବେ । 'ଡୁଙ୍କି' ଶାହାରୁଖ ଖାନଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ହେବ । ତାପସୀ ପନ୍ନୁ ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.