Ek Villain Returns: ପ୍ରଥମ ଗୀତ Teri Galliyan ରିଲିଜ୍

Ek Villain Returns: ପ୍ରଥମ ଗୀତ Teri Galliyan ରିଲିଜ୍
ଏକ ଭିଲେନ୍ ରିଟର୍ନସର ଟ୍ରେଲର ମୁକ୍ତିଲାଭ କରିସାରିଛି । ବର୍ତ୍ତମାନ ଫିଲ୍ମ ଏକ ଭିଲେନ୍ ରିଟର୍ନସର Teri Galliyan ଗୀତ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ନିକଟରେ ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପଟାନି ଏବଂ ତାରା ସୂତାରିଆ ଅଭିନୀତ ଫିଲ୍ମ 'ଏକ ଭିଲେନ୍ ରିଟର୍ନସର' ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛି ଏବଂ ବର୍ତ୍ତମାନ ସେମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଫିଲ୍ମର 'Teri Galliyan'ର ସୁନ୍ଦର ଗୀତ ପୁଣି ଫେରି ଆସିଛି। ହଁ, ଫିଲ୍ମ 'ଏକ ଭିଲେନ୍ ରିଟର୍ନସର 'Teri Galliyan' ଗୀତ ମୁକ୍ତିଲାଭ କରିଛି।
ଗାୟକ ତଥା ରଚନା ଅଙ୍କିତ ତିୱାରୀ ପୁଣି ଥରେ 'Teri Galliyan' ଗୀତ ଗାଇଛନ୍ତି। ଅଙ୍କିତ ଏହି ଗୀତଟି ନିଜେ ରଚନା କରିଛନ୍ତି। ଏଥି ସହିତ ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାଶିର ଲେଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ 75 ଲକ୍ଷ ୟୁଜର୍ସ ଏହି ଗୀତ ଦେଖିସାରିଲେଣି।
ଟ୍ରେଲର ବିଷୟରେ କହିବା ତ, ଏହି ଭିଲେନ୍ କାହାଣୀରେ, କିଏ ଭିଲେନ୍ ଏବଂ କିଏ ହିରୋ, କିଛି ସ୍ପଷ୍ଟ ହେଉନାହିଁ | ଜନ୍, ଅର୍ଜୁନ, ତାରା ଏବଂ ଦିଶା ନିଜ ମଧ୍ୟରେ ଭିଲେନ୍ ଏବଂ ହିରୋ ଖେଳ ଖେଳୁଛନ୍ତି, ଯାହା ଦର୍ଶକଙ୍କୁ ବି ବାୟା କରିଦେଇଛି ।
ଟ୍ରେଲରରେ ଏତେ ସସପେନ୍ସ ରହିଛି ଯେ ଏହା ଦର୍ଶକଙ୍କୁ ଥିଏଟର ଯିବାକୁ ବାଧ୍ୟ କରିବ । ଆଠ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ରିତିଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ଏକ ଭିଲେନ୍' ବକ୍ସ ଅଫିସରେ 100 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ 'ଏକ ଭିଲେନ୍ ରିଟର୍ନସ୍' ଦର୍ଶକଙ୍କୁ କେତେ ମନୋରଞ୍ଜନ କରିବ, ଏହା ପୁରା ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ । ଏହି ଫିଲ୍ମ ଜୁଲାଇ 29ରେ ଆପଣଙ୍କ ନିକଟସ୍ଥ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
