ETV Bharat / entertainment

G20 summit: 'RRR' ଫ୍ୟାନ ହେଲେ ବ୍ରାଜିଲ ରାଷ୍ଟ୍ରପତି, ରାଜାମୌଲିଙ୍କୁ ଜଣାଇଲେ ଅଭିନନ୍ଦନ

author img

By ETV Bharat Odisha Team

Published : Sep 10, 2023, 6:16 PM IST

'RRR' ଫ୍ୟାନ ହେଲେ ବ୍ରାଜିଲ ରାଷ୍ଟ୍ରପତି, ରାଜାମୌଲିଙ୍କୁ ଜଣାଇଲେ ଅଭିନନ୍ଦନ
'RRR' ଫ୍ୟାନ ହେଲେ ବ୍ରାଜିଲ ରାଷ୍ଟ୍ରପତି, ରାଜାମୌଲିଙ୍କୁ ଜଣାଇଲେ ଅଭିନନ୍ଦନ

ଭାରତରେ ଆୟୋଜିତ ଜି-20 ଶିଖର ସମ୍ମିଳନୀରେ ଯୋଗଦେଇଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲ୍ବା ଫିଲ୍ମ 'RRR' ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଫିଲ୍ମର ପ୍ରଶଂସା କରିବା ସହ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଓସ୍କାର ବିଜେତା ଫିଲ୍ମ 'ଆରଆରଆର' ମାର୍ଚ୍ଚ 2022ରେ ମୁକ୍ତିଲାଭ କରିଥିଲା। ରିଲିଜ ହେବାର ଏକ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଫିଲ୍ମର କ୍ରେଜ ଦେଖିବାକୁ ମିଳୁଛି । ଫିଲ୍ମ ଏବେ ବି ଲୋକପ୍ରିୟତା ସହ ପ୍ରଶଂସା ସାଉଁଟୁଛି । ବର୍ତ୍ତମାନ ଜି 20 ଶିଖର ସମ୍ମିଳନୀରେ ଭାରତରେ ଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲ୍ବା ଏହି ଆକ୍ସନ୍ ଡ୍ରାମା ଫିଲ୍ମର ପ୍ରଶଂସା କରିଛନ୍ତି । ନିର୍ଦ୍ଦେଶକଙ୍କ ସମେତ ଫିଲ୍ମର ସମସ୍ତ କାଷ୍ଟ ଏବଂ କ୍ରୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

RRR ଫିଲ୍ମର ଅଫିସିଆଲ୍ ଏକ୍ସ(ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡଲରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ରାଷ୍ଟ୍ରପତି ଲୁଇଜ ଫିଲ୍ମର ମଜାଳିଆ ସିନ୍‌, ଡ୍ୟାନ୍ସ ଏବଂ ଅଭିନେତାମାନଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ବ୍ରାଜିଲର ରାଷ୍ଟ୍ରପତି କହିଛନ୍ତି, 'RRR' ଏକ 3 ଘଣ୍ଟିଆ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ସୁନ୍ଦର ଡ୍ୟାନ୍ସ ସହ ମଜାଳିଆ ଦୃଶ୍ୟ ରହିଛି । ଫିଲ୍ମରେ ଭାରତ ଏବଂ ଭାରତୀୟଙ୍କ ଉପରେ ବ୍ରିଟିଶ ନିୟନ୍ତ୍ରଣକୁ ଗଭୀର ଭାବେ ଆଲୋଚନା କରାଯାଇଛି । ମୁଁ ବିଶ୍ବାସ କରେ ଯେ ଏହି ଚଳଚ୍ଚିତ୍ରଟି ବିଶ୍ବବ୍ୟାପୀ ବ୍ଲକବଷ୍ଟର ହେବା ଉଚିତ୍ । ମୋତେ ଯିଏ ବି ଫିଲ୍ମ ବିଷୟରେ ପଚାରିନ୍ତି, ମୁଁ ସେମାନଙ୍କୁ ଫିଲ୍ମ ଦେଖିବାକୁ କୁହେ । ବହୁତ ସୁନ୍ଦର ହୋଇଛି ଏହି ଫିଲ୍ମ । ଏଣୁ ମୁଁ ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତାମାନଙ୍କୁ ଅଭିନନ୍ଦନ ଜଣାଉଛି କାରଣ ଏହା ମୋତେ ବେଶ ଆକର୍ଷିତ କରିଛି ।

  • Sir… @LulaOficial 🙏🏻🙏🏻🙏🏻

    Thank you so much for your kind words. It’s heartwarming to learn that you mentioned Indian Cinema and enjoyed RRR!! Our team is ecstatic. Hope you are having a great time in our country. https://t.co/ihvMjiMpXo

    — rajamouli ss (@ssrajamouli) September 10, 2023 " class="align-text-top noRightClick twitterSection" data=" ">

ବ୍ରାଜିଲ ରାଷ୍ଟ୍ରପତିଙ୍କ ଏହି କଥା ଶୁଣି ନିର୍ଦ୍ଦେଶକ ଏସ୍‌.ଏସ୍. ରାଜାମୌଲି ଏହି ଭିଡିଓକୁ ରିଟ୍ୱିଟ୍‌ କରି ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, 'ଲୁଲା ସାର୍, ଆପଣଙ୍କ ଏହି ପ୍ରତିକ୍ରିୟା ପାଇଁ ବହୁତ ବହୁତ ଧନ୍ୟବାଦ । ଆପଣ ଭାରତୀୟ ସିନେମା RRR ଉପଭୋଗ କରିବା ନେଇ ତାହା ବିଷୟରେ ଉଲ୍ଲେଖ କରିଥିବା ଜାଣି ମୁଁ ବେଶ ଖୁସି । ଆମ ଟିମ୍‌ ମଧ୍ୟ ବହୁତ ଖୁସି । ଆଶାକରେ ଆପଣ ଆମ ଦେଶରେ ଭଲ ସମୟ ଅତିବାହିତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: Oscars 2023: ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର

ଗତ ବର୍ଷ ମାର୍ଚ୍ଚରେ RRR ରିଲିଜ୍ ହୋଇଥିଲା । ଏହି ଫିଲ୍ମ ବକ୍ସ୍‌ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମର ଲୋକପ୍ରିୟ ଗୀତ 'ନାଟୁ ନାଟୁ' 95ତମ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ମୂଳ ଗୀତ ବର୍ଗ ଏବଂ ଗୋଲ୍ଡେନ୍ ଗ୍ଲୋବ୍ସରେ ଶ୍ରେଷ୍ଠ ମୂଳ ଗୀତ ପୁରସ୍କାର ଲାଭ କରିଛି । ଏଥିସହ, 'RRR ' ତୃତୀୟ ଭାରତୀୟ ଚଳଚ୍ଚିତ୍ର ଏବଂ ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଭାବରେ ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ବର୍ଗରେ ଗୋଲ୍ଡେନ୍ ଗ୍ଲୋବ୍‌ ପୁରସ୍କାର ନାମାଙ୍କନ ପାଇଁ ଇତିହାସ ସୃଷ୍ଟି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.