Sushant Drug Case: 403 ଦିନ ପରେ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଜାମିନ

author img

By

Published : Jul 4, 2022, 7:22 PM IST

403 ଦିନ ପରେ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଜାମିନ

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଜାମିନ ମିଳିଛି । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗିରଫ କରିଥିଲା । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଡ୍ରଗ୍ସ ମାମଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଜାମିନ ମିଳିଛି । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗତ ବର୍ଷ ଗିରଫ କରିଥିଲା । ଏହି ମାମଲାରେ ଜଷ୍ଟିସ୍ ଭାରତୀ ଡାଙ୍ଗରେ 50,000 ଟଙ୍କା ବ୍ୟକ୍ତିଗତ ବଣ୍ଡ ରଖି ଜାମିନ ଆଦେଶ ଦେଇଛନ୍ତି। ପୂର୍ବରୁ ୨ଥର ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା । 403 ଦିନ ପରେ ଆଜି ସିଦ୍ଧାର୍ଥ ପିଠାନୀଙ୍କୁ ଜାମିନ ମିଳିଛି।

ଏହି ମାମଲାରେ ତାଙ୍କର ପ୍ରଥମ ତିନିଟି ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ସିଦ୍ଧାର୍ଥ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। ଆବେଦନ ଆଡଭୋକେଟ୍ ଅଦ୍ବୈତଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା। ଏହି ପିଟିସନରେ ପିଠାନୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ପିଠାନୀଙ୍କ ବିପକ୍ଷରେ ସେଭଳି କୌଣସି ପ୍ରମାଣ ମିଳି ନାହିଁ ଯାହା ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହେବେ । ଏନସିବିର ସ୍ପେଶାଲ ପ୍ରୋସିକ୍ୟୁଟର ଶ୍ରୀରାମ ଶିରାସତ କହିଥିଲେ, ତାଙ୍କ ଲ୍ୟାପଟପ ଓ ଫୋନରେ ଭିଡିଓ ଏବଂ ପ୍ରମାଣ ମିଳିଛି । ଏହା ବ୍ୟତୀତ ସୁଶାନ୍ତଙ୍କ ଆକାଉଣ୍ଟ ମାଧ୍ୟମରେ ନିଶା ଦ୍ରବ୍ୟ କାରବାର ହୋଇଥିଲା ।

ପିଠାନୀଙ୍କ ଉପରେ ଅନ୍ୟ ଅଭିଯୋଗ ସହିତ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମର ଧାରା 27A (ବେଆଇନ ଟ୍ରାଫିକ୍ ଏବଂ ଅପରାଧୀଙ୍କୁ ରଖିବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପିଠାନୀ ତାଙ୍କ ଜାମିନ ଆବେଦନରେ ମଧ୍ୟ କହିଛନ୍ତି ଯେ, ତାଙ୍କ ବିରୋଧରେ ଧାରା 27A ଭୁଲ ଭାବେ ଆବେଦନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.