ETV Bharat / entertainment

ବାବା ବଦ୍ରିନାଥ ଓ କେଦାରନାଥଙ୍କ ଶରଣରେ ରାନୀ ମୁଖାର୍ଜୀ

author img

By ETV Bharat Odisha Team

Published : Oct 13, 2023, 8:38 PM IST

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ଆଜି କେଦାରନାଥ ଏବଂ ବଦ୍ରିନାଥ ଧାମରେ ​​ପହଞ୍ଚି ବାବାଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ବାବା ବଦ୍ରିନାଥ, କେଦାରନାଥଙ୍କ ଶରଣରେ ରାନୀ ମୁଖାର୍ଜୀ
ବାବା ବଦ୍ରିନାଥ, କେଦାରନାଥଙ୍କ ଶରଣରେ ରାନୀ ମୁଖାର୍ଜୀ

ବାବା ବଦ୍ରିନାଥ, କେଦାରନାଥଙ୍କ ଦର୍ଶନ କରିଛନ୍ତି ରାନୀ ମୁଖାର୍ଜୀ

ଡେରାଡୁନ: ଷ୍ଟାରଙ୍କ ଠାରୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ, ଏପରିକି ନାମିଦାମି ଶିଳ୍ପପତିଙ୍କ ପରି ଅନେକ ଭିଆଇପି ବାବା କେଦାରନାଥ ଏବଂ ବଦ୍ରିନାଥଙ୍କ ଦର୍ଶନ କରିଥାନ୍ତି । ଅନେକ ସମୟରେ ଅନେକ ଭିଆଇପିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ ମଧ୍ୟ ବାବା କେଦାରନାଥ ଏବଂ ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି ।

  • सुप्रसिद्ध फिल्म अभिनेत्री #रानी_मुखर्जी ने आज श्री #केदारनाथ धाम की यात्रा की और मंदिर में पूजा -अर्चना की। इसके पश्चात उन्होंने श्री #बदरीनाथ में भी पूजा -अर्चना की। श्री बदरीनाथ - केदारनाथ मंदिर समिति ( BKTC) की ओर से उनका प्रसाद भेंट कर स्वागत किया गया।@ANINewsUP @PTI_Newspic.twitter.com/lue5Gfg1Ld

    — Shri Badarinath -Kedarnath Temple Committee #BKTC (@BKTC_UK) October 13, 2023 " class="align-text-top noRightClick twitterSection" data=" ">

ଶୁକ୍ରବାର ସକାଳେ ରାନୀ ମୁଖାର୍ଜୀ ଏକ ବିମାନରେ ଭଗବାନ କେଦାରନାଥଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ମନ୍ଦିରରେ ସମ୍ପର୍ଣ୍ଣ ରୀତିନୀତି ସହ ଭଗବାନ କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ରାନୀ ମୁଖାର୍ଜୀଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ରାନୀ ମୁଖାର୍ଜୀ କେବଳ କେଦାରନାଥ ପରିଦର୍ଶନ କରିନାହାଁନ୍ତି ବରଂ ସେଠାରେ ପରିବେଶକୁ ମଧ୍ୟ ବେଶ ଉପଭୋଗ କରିଛନ୍ତି । ଏହି ସମୟରେ ରାନୀ ମୁଖାର୍ଜୀଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି । ଏହା ପରେ ସେ ବାବା ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି ।

ମନ୍ଦିର ପରିଦର୍ଶନ ସମୟରେ ରାନୀଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ଏହି ଯାତ୍ରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କେଦାରନାଥରୁ ଆସିଥିବା ଫଟୋ ଏବହଂ ଭିଡିଓରେ ଅନେକ ଫ୍ୟାନ୍ସ ଅଭିନେତ୍ରୀଙ୍କ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଏଥିସହ ବଦ୍ରିନାଥ କମିଟି ପକ୍ଷରୁ ମଧ୍ୟ ଏକ୍ସରେ ରାନୀଙ୍କ ଏକ ଫଟୋ ସେୟାର କରାଯାଇଛି । ଯେଉଁଥିରେ ରାନୀ ସେଠାକାର ପରିବେଶକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ଅନ୍ୟଟିରେ ରାନୀ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ, ପଠାନକୁ ମିଳିଲା ପିପୁଲ ଚଏସ ଆୱାର୍ଡ

ସୂଚନା ଥାଉ କି, ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ କ୍ରମାଗତ ଭାବରେ କେଦାରନାଥ ଏବଂ ବଦ୍ରିନାଥଙ୍କ ଦର୍ଶନ ପାଇବାକୁ ସେଠାକୁ ଯାଉଥାନ୍ତି । ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର, କଙ୍ଗନା ରାଣାୱତ, ପଞ୍ଜାବୀ ଅଭିନେତା ହିମାଂସି ଖୁରାନା, କ୍ରିକେଟର ଋଷଭ ପନ୍ତ ଏବଂ ସୁରେଶ ରାଇନାଙ୍କ ସମେତ ଅନେକ ବଡ ନାମିଦାମୀ ସେଲିବ୍ରିଟି ବାବା କେଦାରଙ୍କ ପୂଜାର୍ଚ୍ଚନା କରିବାକୁ ଅନେକ ସମୟରେ ସେଠାକୁ ଆସୁଥିବା ଦେଖିବାକୁ ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଥର ମାଆ ହୋଇଥାନ୍ତେ ରାନୀ ମୁଖାର୍ଜୀ, ଭାଙ୍ଗିଲା ସବୁ ସ୍ବପ୍ନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.