ETV Bharat / entertainment

ପରାଜୟ ପରେ ଟିମ ଇଣ୍ଡିଆର ସମର୍ଥନରେ ବିଗ ବି, କହିଲେ 'ଏବେ କିଛି ଶେଷ ହୋଇନାହିଁ'

author img

By ETV Bharat Odisha Team

Published : Nov 20, 2023, 12:48 PM IST

ପରାଜୟ ପରେ ଟିମ ଇଣ୍ଡିଆର ସମର୍ଥନରେ ବିଗ ବି, କହିଲେ, 'ଏବେ କିଛି ଶେଷ ହୋଇନାହିଁ'
ପରାଜୟ ପରେ ଟିମ ଇଣ୍ଡିଆର ସମର୍ଥନରେ ବିଗ ବି, କହିଲେ, 'ଏବେ କିଛି ଶେଷ ହୋଇନାହିଁ'

ଯଦିଓ ଭାରତୀୟ କ୍ରିକେଟ୍ ଦଳ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ଆଣିପାରିନାହିଁ । ଏହା ସତ୍ତ୍ବେ ଟିମର ଦମଦାର ପ୍ରଦର୍ଶନକୁ ପ୍ରଶଂସା କରୁଛନ୍ତି ସମସ୍ତେ । ବଲିଉଡରୁ ଓଲିଉଡ ସମସ୍ତ ସେଲିବ୍ରିଟି ଭାରତକୁ ସମର୍ଥନ କରୁଥିବା ବେଳେ ବର୍ତ୍ତମାନ ଅମିତାଭ ବଚ୍ଚନ ମଧ୍ୟ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆର ପରାଜୟ ପରେ ଖେଳାଳୀମାନେ ଭାବବିହ୍ୱଳ ହେବା ସହ ପ୍ରତ୍ୟେକ ଭାରତୀୟ ନିରାଶ ହୋଇଛନ୍ତି । ଭାରତର ବିଶ୍ୱକପ ରେକର୍ଡକୁ ଦେଖି ସମସ୍ତେ ଭାବିଥିଲେ ଯେ ବିଶ୍ୱକପ ଘରକୁ ଆସିବ, କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଦମଦାର ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଉଭୟ ପ୍ରଶଂସକ ଏବଂ ସେଲିବ୍ରିଟି ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ପରାଜୟ ସତ୍ତ୍ବେ ଟିମକୁ ସମର୍ଥନ କରିବା ସହ ଉତ୍ସାହିତ କରିଛନ୍ତି । ଶାହାରୁଖ ଖାନଙ୍କ ସହ କରଣ କୁନ୍ଦ୍ରାଙ୍କ ସମେତ ପ୍ରତ୍ୟେକ ତାରକା ତାଙ୍କୁ ସାନ୍ତ୍ୱନା ଦେଉଥିବାର ନଜର ଆସିଥିଲେ । ଏହି ସମୟରେ ଅମିତାଭ ବଚ୍ଚନ ବର୍ତ୍ତମାନ ହୃଦୟସ୍ପର୍ଶୀ ଟ୍ୱିଟ୍‌ କରି ଭାରତକୁ ଉତ୍ସାହିତ କରିଛନ୍ତି ଏବଂ ଗର୍ବର ସହିତ ମୁଣ୍ଡକୁ ଉଚ୍ଚ ରଖିବାକୁ କହିଛନ୍ତି ।

ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସହ ଏକ ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ବିଗ ବିଙ୍କ ହାତରେ ଏକେ ବ୍ୟାଣ୍ଡେଜ୍‌ ଲଗାଯାଇଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପ୍‌ସନରେ ଲେଖିଛନ୍ତି, ନା ... ନା ... ନା ଟିମ୍ ଇଣ୍ଡିଆ, ଏପର୍ଯ୍ୟନ୍ତ କିଛି ଶେଷ ହୋଇନାହିଁ, ତୁମେ ଆମର ଗର୍ବ, ତୁମେ ଆମର ହୃଦୟ । ଏଥିସହ ସେ ଟ୍ୱିଟ୍ କରି କହିଛନ୍ତି, "ତୁମର ପ୍ରତିଭା, ଦକ୍ଷତା ଏବଂ ପ୍ରତିଷ୍ଠା ଏସବୁଠାରୁ ବହୁତ ଆଗରେ ଅଛି । ଯାହା ଶୀର୍ଷରେ ଅଛି । ତୁମ ୧୦ଜଣ ଖେଳାଳିଙ୍କ ଦ୍ୱାରା ଖେଳାଯାଇଥିବା ଖେଳ ସ୍ପଷ୍ଟ ଭାବରେ ଫଳାଫଳକୁ ଦର୍ଶାଇଛି । ତୁମେ ଅନ୍ୟ ଦଳକୁ ଭୟଭୀତ କରିଛ । ତୁମେ ସବୁବେଳେ ଚମ୍ପିଆନ ହୋଇ ରହିବ ।

  • T 4836 - .... your talent , capability and standing is beyond all that .. it is supreme .. the results of the 10 you played exhibited that .. you are a feared team .. just see how many ex Champions and Winners you devastated in this WC .. you are the BEST .. and shall remain so…

    — Amitabh Bachchan (@SrBachchan) November 20, 2023 " class="align-text-top noRightClick twitterSection" data=" ">

ସେହିପରି ଷ୍ଟାର୍‌ କ୍ରିକେଟର କେ.ଏଲ ରାହୁଲଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ସ୍ବାମୀ ଏବଂ ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବାକୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସାମିଲ ହୋଇଥିଲେ । ଭାରତର ପରାଜୟ ପରେ ସେ ମଧ୍ୟ ଭାବବିହ୍ବଳ ହୋଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ସମୟରେ ସେ ଟିମ୍‌ ଇଣ୍ଡିଆର ଏକ ପୋଷ୍ଟ ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି । ଏବଂ ଲେଖିଛନ୍ତି, ଏହି ଟିମ୍ ଶ୍ରେଷ୍ଠ ଟିମ୍ ।

  • T 4836 - Team India .. last night’s result is not, in anyway, a reflection of your talent , capability and standing .. proud of you .. better things will happen .. keep at it .. 🇮🇳🇮🇳🇮🇳

    — Amitabh Bachchan (@SrBachchan) November 20, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ବିଶ୍ବ କପ ଫାଇନାଲ ହାରିବା ପରେ ଭାଙ୍ଗିପଡିଲେ ବିରାଟ, ଏମିତି ସମ୍ଭାଳିଲେ ପତ୍ନୀ ଅନୁଷ୍କା

ସେପଟେ ବିକି କୌଶଲ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଜିମ୍‌ର ଏକ ଭିଡିଓ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ଗତକାଲି ହୃଦୟ ଭାଙ୍ଗିଥିଲା । ଆଉ ଆଜି ଶରୀର । ତଥାପି ଆଗକୁ ବଢ଼ । ସେ ପୂର୍ବରୁ ମଧ୍ୟ ଏକ ପୋଷ୍ଟ ସେୟାର କରି ଟିମ୍‌ ଇଣ୍ଡିଆର ସମର୍ଥନରେ ରହିବା ସହ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ତେବେ ଶାହାରୁଖ ଖାନ, ଅଭିଷେକ ବଚ୍ଚନ, ଆୟୁଷ୍ମାନ ଖୁରାନା, କରୀନା କପୁର, ରକୁଲ ପ୍ରୀତ ସିଂ ଭଳି ତାରକା ଭାରତକୁ ସମର୍ଥନ କରିଥିଲେ । କେବଳ ବି-ଟାଉନ ତାରକା ନୁହେଁ ଓଲିଉଡ ସେଲିବ୍ରିଟିମାନେ ମଧ୍ୟ ଟିମ୍‌ ଇଣ୍ଡିଆର ପ୍ରଶଂସା କରି ଆମେ ତୁମ ପାଇଁ ଗର୍ବିତ ବୋଲି କହିଥିଲେ ।

ଆଥିଆ ସେଟ୍ଟୀଙ୍କ ପୋଷ୍ଟ
ଆଥିଆ ସେଟ୍ଟୀଙ୍କ ପୋଷ୍ଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.