ବିଶ୍ବ କପ ଫାଇନାଲ ହାରିବା ପରେ ଭାଙ୍ଗିପଡିଲେ ବିରାଟ, ଏମିତି ସମ୍ଭାଳିଲେ ପତ୍ନୀ ଅନୁଷ୍କା

ବିଶ୍ବ କପ ଫାଇନାଲ ହାରିବା ପରେ ଭାଙ୍ଗିପଡିଲେ ବିରାଟ, ଏମିତି ସମ୍ଭାଳିଲେ ପତ୍ନୀ ଅନୁଷ୍କା
ଅହମ୍ମହାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରୁ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପରାଜୟ ପରେ ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ସ୍ବାମୀ ଷ୍ଟାର କ୍ରିକେଟରକୁ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ବିଶ୍ବ କପ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଛି । ତେବେ ଭାରତର ପରାଜୟ ନେଇ ସାରା ଦେଶ ନିରାଶ ହୋଇଥିବା ବେଳେ ଟିମ୍ ଇଣ୍ଡିଆର ଖେଳାଳୀ ମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ରୋହିତ ଶର୍ମା ଏବଂ ସିରାଜ ଏହି ମ୍ୟାଚ୍ ହାରିଯିବା ପରେ ଭାବପ୍ରବଣ ହୋଇଥିଲେ । ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀଙ୍କୁ ଆଶ୍ୱାସନା ଦେଉଥିବା ନଜର ଆସିଛନ୍ତି ।
ଭାଇରାଲ ଫଟୋରେ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କୁ ଆଲିଙ୍ଗନ(ହଗ୍) କରୁଥିବା ଦେଖିବାକୁ ମିଳିଛି । ଅନୁଷ୍କା ଶର୍ମାଙ୍କ ପରି ଆଥିଆ ଶେଟ୍ଟୀ ମଧ୍ୟ ଟିମ୍ ଇଣ୍ଡିଆ ଏବଂ ସ୍ୱାମୀ କେ.ଏଲ୍ ରାହୁଲଙ୍କୁ ସମର୍ଥନ କରିବାକୁ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ । ପରାଜୟ ପରେ ସେ ମଧ୍ୟ ଭାବବିହ୍ବଳ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଉଭୟ ଅଭିନେତ୍ରୀଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଅଭିନେତ୍ରୀଙ୍କୁ ପରାଜୟ ପରେ ଦୁଃଖି ଥିବା ଦେଖିବାକୁ ମିଳିଛି ।
-
Captain Rohit Sharma and Ritika Sajdeh crying 💔😭
— 🆂🆂➳𝗥𝗮𝗷𝗽𝘂𝘁 (@iam_ssrajput) November 19, 2023
I can't see these eyes in tears man.💔#INDvsAUSfinal #RohithSharma𓃵 #ViratKohli𓃵 #SuryaKumarYadav #Gill #IndiaVsAustralia #abhiYa #ViratKohli𓃵 #KLRahul #anushkasharma #CWC2023Final pic.twitter.com/CtZXpyj1oE
ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ଏହି ଦମ୍ପତିଙ୍କ ଖୁବ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, ଏହି ଦୁଇଜଣ ପ୍ରମାଣ କରିଛନ୍ତି ଯେ 'ସେମାନେ ଏକାଠି' । ଅନ୍ୟ ଜଣେ ଲେଖିଛନ୍ତି, 'ଅନୁଷ୍କା ଯେପରି ବିରାଟଙ୍କୁ ସମର୍ଥନ କରନ୍ତି ତାହା ପ୍ରକୃତରେ ହୃଦୟସ୍ପର୍ଶୀ' । ଆଉ ଜଣେ ଲେଖିଛନ୍ତି - 'ଅନୁଷ୍କାଙ୍କ ପରି ସମସ୍ତଙ୍କୁ ଜୀବନ ସାଥୀ ଦରକାର, ଯିଏ ତୁମର ଖୁସି ଏବଂ ଦୁଃଖରେ ସବୁବେଳେ ତୁମ ସହ ରହିବ, ବିରାଟ କୋହଲି ବହୁତ ଭାଗ୍ୟବାନ' ।
-
they proved “hum sath sath hai” 🥹❤️ #Virushka #ViratKohli𓃵 #AnushkaSharma #Abhiya pic.twitter.com/x4uzSd8EdQ
— abhiyaxtejran (@TejRan_aka_adi) November 19, 2023
ବିରାଟ ସେମିଫାଇନାଲରେ ନିଜର ୫୦ତମ ଦିନିକିଆ ଶତକ ହାସଲ କରିଥିଲେ
ଫାଇନାଲରେ ଭାରତ ମ୍ୟାଚ୍ ଅଷ୍ଟ୍ରେଲିଆ ସହ ହୋଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ଭାରତ ଦେଇଥିଲା ଟାର୍ଗେଟ୍ ହାସଲ କରି ବିଶ୍ୱକପ୍ ଜିତିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ବହୁତ ଭଲ ପ୍ରଦର୍ଶନ କରିଛି । ଏହାପୂର୍ବରୁ ସେମିଫାଇନାଲରେ ବିରାଟ କୋହଲି ତାଙ୍କର ଦିନିକିଆ ୫୦ତମ ଶତକ ହାସଲ କରି ଅନେକ ରେକର୍ଡ ଭାଙ୍ଗିଥିଲେ । ସେହିପରି ମହମ୍ମଦ ଶାମି ମଧ୍ୟ 7 ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି ।
-
Disappointed 💔😭😥
— Rahul Yadav (@Rahuyadav777) November 19, 2023
.
.
.#CWC23Final #INDvAUSFinal #ViratKohli #RohithSharma #anushkasharma #AthiyaShetty pic.twitter.com/dMtg4QXxky
ଏହା ମଧ୍ୟ ପଢନ୍ତୁ: ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା, କହିଲେ 'ତୁମେ ସତରେ ଭଗବାନଙ୍କ ସନ୍ତାନ'
ଏଥର ଅନୁଷ୍କା ଶର୍ମାଙ୍କ ବ୍ୟତୀତ ଶାହାରୁଖ ଖାନ ମଧ୍ୟ ତାଙ୍କ ପରିବାର ସହ ବିଶ୍ୱକପ 2023 ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ । ଏଥି ସହିତ ଦୀପିକା ପାଦୁକୋନ, ରଣଭୀର ସିଂ, ଆୟୁଷ୍ମାନ ଖୁରାନା, ଆଶା ଭୋସଲେଙ୍କ ପରି ଅନେକ ତାରକା ମଧ୍ୟ ଏହି ମ୍ୟାଚ୍ରେ ଭାରତକୁ ଉତ୍ସାହିତ କରିଥିଲେ । ସେପଟେ ସୋସିଆଲ ମିଡିଆରେ ପରାଜୟ ସତ୍ତ୍ବେ ଟିମ୍ ଇଣ୍ଡିଆକୁ ସମର୍ଥନ ସହ ପ୍ରଶଂସା କରିଛନ୍ତି ଅନେକ ସେଲିବ୍ରିଟି । ଦମଦାର ପ୍ରଦର୍ଶନ ପାଇଁ ଆମେ ସର୍ବଦା ଟିମ୍ ପାଇଁ ଗର୍ବିତ ବୋଲି କହିଛନ୍ତି ।
