ETV Bharat / entertainment

ବିରାଟଙ୍କ ଐତିହାସିକ ଶତକ: ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା, କହିଲେ 'ତୁମେ ସତରେ ଭଗବାନଙ୍କ ସନ୍ତାନ'

author img

By ETV Bharat Odisha Team

Published : Nov 16, 2023, 9:50 AM IST

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ଏକାଧିକ ରେକର୍ଡ ଭାଙ୍ଗିଛନ୍ତି । ତେବେ ସ୍ବାମୀଙ୍କ ସଫଳତାକୁ ନେଇ ଖୁସିରେ ଝୁମିଛନ୍ତି ପତ୍ନୀ ଅନୁଷ୍କା ଶର୍ମା । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

ବିଶ୍ବ କପ ୨୦୨୩: ବିରାଟଙ୍କ ଐତିହାସିକ ସଫଳତା ନେଇ ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା, କହିଲେ- 'ତୁମେ ସତରେ ଗୋଲ୍ଡ ଚାଇଲ୍ଡ'

ହାଇଦ୍ରାବାଦ: ବିଶ୍ବକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବୁଧବାର ଆୟୋଜିତ ମ୍ୟାଚରେ ଭାରତ 70 ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିରାଟ କୋହଲି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ବିରାଟ 50ତମ ଦିନିକିଆ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଟକୁ ଭାଙ୍ଗିଥିଲେ । ଏହି ସମୟରେ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ସ୍ବାମୀ ବିରାଟଙ୍କ ପ୍ରଶଂସା କରି ତାଙ୍କୁ ଭଗବାନଙ୍କ ସନ୍ତାନ ବୋଲି ବର୍ଣ୍ଣନା କରିଛନ୍ତି ।

ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ରେ ବିରାଟଙ୍କ ସଫଳତାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଭଗବାନ ହେଉଛନ୍ତି ଶ୍ରେଷ୍ଠ ସ୍କ୍ରିପ୍ଟ ଲେଖକ ! ମୋତେ ତୁମର ଭଲପାଇବା ଦେଇଥିବାରୁ ଓ ବର୍ଷ ବର୍ଷ ଧରି ତୁମର ଅଭିବୃଦ୍ଧି, ଶକ୍ତି ଏବଂ ସଫଳତାର ମୁକସାକ୍ଷୀ କରିଥିବାରୁ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ । ତୁମେ ସତରେ ଜଣେ ଭଗବାନଙ୍କ ସନ୍ତାନ ।' ଗତାକାଲି ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚ ଦେଖିବାକୁ ଅନୁଷ୍କା ଶର୍ମା ପହଞ୍ଚିଥିଲେ । ବିରାଟଙ୍କ ଏହି ଐତିହାସିକ ସଫଳତା ପରେ ଅନୁଷ୍କା ତାଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଅନ୍ୟପଟେ ବିରାଟ କୋହଲି 50ତମ ଶତକ ହାସଲ କରି ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ମ୍ୟାଚ୍ ସମୟରେ ଷ୍ଟାଡିୟମରେ ସଚିନ ତେନ୍ଦୁଲକର ମଧ୍ୟ ଉପସ୍ଥିତ ଥିଲେ । ଏଭଳି ପରିସ୍ଥିତିରେ ଯେତେବେଳେ ବିରାଟ ଏହି ଶତକ ହାସଲ କରିଥିଲେ, ସେତେବେଳେ ସେ ସଚିନଙ୍କ ଆଗରେ ନତମସ୍ତକ ହୋଇ କ୍ରିକେଟ୍ ପଡ଼ିଆରେ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ ସଚିନ ବିରାଟଙ୍କ ଏହି ବିଜୟ ପାଇଁ ମଧ୍ୟ ଏକ ପୋଷ୍ଟ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି ।

ଅନୁଷ୍କା ଶର୍ମାଙ୍କ ପୋଷ୍ଟ
ଅନୁଷ୍କା ଶର୍ମାଙ୍କ ପୋଷ୍ଟ

ଏହା ମଧ୍ୟ ପଢନ୍ତୁ: ଟିମ୍ ଇଣ୍ଡିଆର ଦିୱାଲୀ ପାର୍ଟିରେ ଅନୁଷ୍କା ଶର୍ମା, ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର

ସୂଚନା ଥାଉ କି, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି 2017 ମସିହାରେ ବିବାହ କରିଥିଲେ । ବିବାହ ପରେ, ଦମ୍ପତି 2021 ମସିହାରେ ଝିଅ ଭାମିକାଙ୍କ ପିତାମାତା ହୋଇଥିଲେ । ଏହି ଦମ୍ପତି ଫ୍ୟାନ୍ସଙ୍କୁ ଏଯାଏଁ ତାଙ୍କ ଝିଅ ଭାମିକାଙ୍କ ଚେହେରା ଦେଖାଇ ନାହାଁନ୍ତି । ସେପଟେ ଖବର ଅନୁଯାୟୀ ଖୁବଶୀଘ୍ର ଅନ୍ୟ ଜଣେ ଅତିଥି ସେମାନଙ୍କ ଘରକୁ ଆସିବାକୁ ଯାଉଛନ୍ତି । ଉଭୟ ତାଙ୍କର ୨ୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ନିକଟରେ ଏକ ଭିଡିଓରେ ଅନୁଷ୍କାଙ୍କ ବେବି ବମ୍ପ୍‌ ଲୁକ୍‌ ଦେଖିବାକୁ ମିଳିଥିଲା । ପରେ ଟିମ୍‌ ଇଣ୍ଡିଆର ଦିୱାଲୀ ପାର୍ଟିରେ ଅନୁଷ୍କା ତାଙ୍କ ଓଢ଼ଣୀରେ ବେବି ବମ୍ପ୍‌ ଲୁଚାଉଥିବାର ନଜର ଆସିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଦମ୍ପତି ଏନେଇ କୌଣସି ଖୁଲାସା କରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.