ETV Bharat / entertainment

ଟିମ୍ ଇଣ୍ଡିଆର ଦିୱାଲୀ ପାର୍ଟିରେ ଅନୁଷ୍କା ଶର୍ମା, ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର

author img

By ETV Bharat Odisha Team

Published : Nov 12, 2023, 3:38 PM IST

ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜ ବେବି ବମ୍ପକୁ ଲୁଚାଉଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଟିମ୍ ଇଣ୍ଡିଆର ଦିୱାଲୀ ପାର୍ଟିରେ ଅନୁଷ୍କା ଶର୍ମା, ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର
ଟିମ୍ ଇଣ୍ଡିଆର ଦିୱାଲୀ ପାର୍ଟିରେ ଅନୁଷ୍କା ଶର୍ମା, ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମା' ହେବା ନେଇ ଗତ କିଛି ଦିନ ହେବ ଶିରୋନାମାରେ ରହିଆସୁଛନ୍ତି । ତେବେ ଏହି ଦମ୍ପତି ଏହି ଖବର ନେଇ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଓଢଣୀରେ ନିଜ ବେବି ବମ୍ପକୁ ଲୁଚାଉଥିବାର ନଜର ଆସିଛନ୍ତି ।

ଗତକାଲି ରାତିରେ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ଦିୱାଲୀ ପାର୍ଟୀରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ଗୋଲାପୀ ରଙ୍ଗର ସାଲୱାର ସୁଟରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅନୁଷ୍କା ଏବଂ ବିରାଟ ଏକ ଦୀପାବଳି ପାର୍ଟି ପାଇଁ ଏକ ହୋଟେଲ ଭିତରକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଅନୁଷ୍କା ଶର୍ମା ନିଜ ଓଢଣୀରେ ବେବି ବମ୍ପକୁ ଲୁଚାଉଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ କମେଣ୍ଟ ବର୍ଷା କରୁଛନ୍ତି । ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି - 'ଅନୁଷ୍କା 2.0 କିମ୍ବା ବିରାଟ 2.0 ଆସୁଛି', ଆଉ ଜଣେ ଲେଖିଛନ୍ତି 'ଅନୁଷ୍କା ଏବଂ ବିରାଟଙ୍କୁ ଅଭିନନ୍ଦନ' । ସୂଚନା ଥାଉ କି, ଏହା ପୂର୍ବରୁ ମଧ୍ୟ ଅନୁଷ୍କାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନେତ୍ରୀଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: Confirm ! ପୁଣି ମା' ହେବେ ଅନୁଷ୍କା ଶର୍ମା, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି 2017 ମସିହାରେ ବିବାହ କରିଥିଲେ । ବିବାହ ପରେ, ଦମ୍ପତି 2021 ମସିହାରେ ଝିଅ ଭାମିକାଙ୍କ ପିତାମାତା ହୋଇଥିଲେ । ଏହି ଦମ୍ପତି ଫ୍ୟାନ୍ସଙ୍କୁ ଏଯାଏଁ ତାଙ୍କ ଝିଅ ଭାମିକାଙ୍କ ଚେହେରା ଦେଖାଇ ନାହାଁନ୍ତି । ସେପଟେ ଖବର ଅନୁଯାୟୀ ଖୁବ୍ ଶୀଘ୍ର ଅନ୍ୟ ଜଣେ ଅତିଥି ସେମାନଙ୍କ ଘରକୁ ଆସିବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଅନୁଷ୍କାଙ୍କୁ 'ଚକଦା ଏକ୍ସପ୍ରେସ'ରେ ଦେଖିବାକୁ ମିଳିବ । ହେଲେ ଏପର୍ଯ୍ୟନ୍ତ ଫିଲ୍ମର ରିଲିଜ ତାରିଖ ପ୍ରକାଶ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.