ETV Bharat / entertainment

Confirm ! ପୁଣି ମା' ହେବେ ଅନୁଷ୍କା ଶର୍ମା, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

author img

By ETV Bharat Odisha Team

Published : Nov 10, 2023, 11:44 AM IST

ସୋସିଆଲ ମିଡିଆରେ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ବେବି ବମ୍ପ୍‌ ଲୁକ୍‌ରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Confirm! ପୁଣି ମା' ହେବେ ଅନୁଷ୍କା ଶର୍ମା, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ
Confirm! ପୁଣି ମା' ହେବେ ଅନୁଷ୍କା ଶର୍ମା, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

ହାଇଦ୍ରାବାଦ: ବଲିଉଡ୍‌ ଏବଂ କ୍ରିକେଟ୍ ତାରକା ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି କ୍ରିକେଟ୍ ବିଶ୍ୱକପ୍ 2023 ଜିତିବା ପୂର୍ବରୁ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି । ଏହି ଷ୍ଟାର୍‌ ଦମ୍ପତିଙ୍କ ବିଷୟରେ କୁହାଯାଉଛି ଯେ, ସେମାନେ ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି । ଅନୁଷ୍କା ଶର୍ମାଙ୍କ ବିଷୟରେ କୁହାଯାଉଛି ଯେ, ସେ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି । ବାସ୍ତବରେ ଅନୁଷ୍କାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଅନୁଷ୍କାଙ୍କ ବେବି ବମ୍ପ୍‌ ଲୁକ୍‌ ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଅନୁଷ୍କା ତାଙ୍କ ସ୍ବାମୀ ବିରାଟଙ୍କ ସହ ଏକ ହୋଟେଲ ନଜର ଆସିଛନ୍ତି । ବିରାଟ ଅଭିନେତ୍ରୀଙ୍କ ହାତ ଧରିଥିବା ବେଳେ ଏକ କଳା ସାର୍ଟ ଫ୍ଲେରେଡ୍ ଡ୍ରେସ୍‌ ପିନ୍ଧିଛନ୍ତି ଯେଉଁଥିରେ ତାଙ୍କ ବେବି୍‌ ବମ୍ପ୍‌ ଲୁକ୍‌ ଦେଖିବାକୁ ମିଳିଛି । ସୂଚନା ଥାଉ କି, ଦୀର୍ଘ ଦିନ ଧରି ଖବର ଆସିଥିଲା ​​ଯେ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । ତେବେ ଏହି ଖବରକୁ କେବଳ ରୁମର ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଦେଖି ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ କଳ୍ପନାଜଳ୍ପନାର ଅନ୍ତ ହୋଇଥିବା ମନେ ହେଉଛି ।

ଏହି ଭାଇରାଲ୍ ଭିଡିଓ ପରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ମାଶାହ୍ଲା । ଆଉ ଜଣେ ଲେଖିଛନ୍ତି, ଲାଗୁଛି ଯେ ବିଶ୍ବକପ୍‌ ସହ ଛୋଟ ବିରାଟ ମଧ୍ୟ ଆସୁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ୟେ ଗର୍ଭବତୀ ଅଛନ୍ତି । ଓ ମାଇ ଗଡ୍‌ । ଆଉ ଜଣେ ଲେଖିଛନ୍ତି, ଓଏମଜି ଭାମିକା ଖୁବଶୀଘ୍ର ବଡ଼ ଭଉଣୀ ହେବାକୁ ଯାଉଛନ୍ତି । ମୋତେ ବିଶ୍ବାସ ହେଉନାହିଁ । ଅନ୍ୟ ଜଣେ ଲେଖିଛନ୍ତି, ଜୁନିଅର ବିରାଟ ଅନ ଦି ୱେ' । ଏଥିସହ ଅନେକ ଲାଲ ହାର୍ଟ ଇମୋଜି ରିଆକ୍ଟ କରିଛନ୍ତି ୟୁଜର୍ସ ।

ଏହା ମଧ୍ୟ ପଢନ୍ତୁ: ଗର୍ଭବତୀ ଗୁଜବ ମଧ୍ୟରେ ଅନୁଷ୍କା ଶର୍ମା ସେୟାର କଲେ କ୍ରିପ୍ଟିକ୍ ପୋଷ୍ଟ

ସୂଚନା ଥାଉ କି, ଅନୁଷ୍କା ଏବଂ ବିରାଟ 2017 ମସିହାରେ ଇଟାଲୀରେ ବିବାହ କରିଥିଲେ ଏବଂ ଅନୁଷ୍କା 2021ରେ ଉଭୟ ପ୍ରଥମ ସନ୍ତାନର ମାତାପିତା ହୋଇଥିଲେ । ଅନୁଷ୍କାଙ୍କର ଏକ ଝିଅ ରହିଛନ୍ତି, ଯାହାଙ୍କ ନାମ ଭାମିକା କୋହଲି । ବର୍ତ୍ତମାନ ସୁଦ୍ଧା ବିରାଟ ଅନୁଷ୍କା ନିଜେ ଫ୍ୟାନ୍ସଙ୍କୁ ତାଙ୍କ ଝିଅ ଭାମିକାଙ୍କ ଚେହେରା ଦେଖାଇ ନାହାଁନ୍ତି । ବର୍ତ୍ତମାନ ଏହି ଭିଡିଓ ଅନୁଷ୍କା ୨ୟ ଥର ମା' ହେବା ଜଣାପଡ଼ିଥିବା ବେଳେ କିନ୍ତୁ ଅନୁଷ୍କା ଏବଂ ବିରାଟ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.