ETV Bharat / entertainment

ବିଶ୍ବ କପ୍ ୨୦୨୩: ଟିମ୍ ଇଣ୍ଡିଆର ବିଜୟକୁ ନେଇ ବିଗ ବି କରିଥିଲେ ଏହି ପୋଷ୍ଟ, ଏବେ ମିଳୁଛି ଧମକ

author img

By ETV Bharat Odisha Team

Published : Nov 16, 2023, 12:09 PM IST

ବିଶ୍ବ କପ୍ ୨୦୨୩: ଟିମ୍ ଇଣ୍ଡିଆର ବିଜୟକୁ ନେଇ ବିଗ ବି କରିଥିଲେ ଏହି ପୋଷ୍ଟ, ଏବେ ମିଳୁଛି ଧମକ
ବିଶ୍ବ କପ୍ ୨୦୨୩: ଟିମ୍ ଇଣ୍ଡିଆର ବିଜୟକୁ ନେଇ ବିଗ ବି କରିଥିଲେ ଏହି ପୋଷ୍ଟ, ଏବେ ମିଳୁଛି ଧମକ

World Cup 2023: ଟିମ୍ ଇଣ୍ଡିଆର ବିଜୟକୁ ନେଇ ଅମିତାଭ ବଚ୍ଚନ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ପରେ ବିଗ ବି ଏବେ କିଛି ଲୋକ ତାଙ୍କୁ ଚେତାବନୀ ମଧ୍ୟ ଦେଉଛନ୍ତି । କ'ଣ ରହିଛି ସେହି ପୋଷ୍ଟ ନଜର ପକାନ୍ତୁ

ହାଇଦ୍ରାବାଦ: ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଟିମ୍ ଇଣ୍ଡିଆ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । କ୍ରିକେଟ୍ ବିଶ୍ୱକପ୍ 2023 ର ସେମିଫାଇନାଲରେ ଟିମ୍ ଇଣ୍ଡିଆ ଭାରତ ନ୍ୟୁଜିଲ୍ୟାଣ୍ଡକୁ 70 ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଫାଇନାଲରେ ପହଞ୍ଚିବା ପରେ ଭାରତକୁ ସମଗ୍ର ଦେଶ ଅଭିନନ୍ଦନ ଜଣାଉଛି । ଏହି ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଟିମ୍ ଇଣ୍ଡିଆର ସାନଦାର ବିଜୟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ତାଙ୍କର ଏହି ପୋଷ୍ଟକୁ ନେଇ ତାଙ୍କୁ ଚେତାବନୀ ମିଳୁଛି ।

  • T 4831 - when i don't watch we WIN !

    — Amitabh Bachchan (@SrBachchan) November 15, 2023 " class="align-text-top noRightClick twitterSection" data=" ">

ଅମିତାଭ ବଚ୍ଚନ ନିଜ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସର୍ବଦା ନିଜ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାଆନ୍ତି । ଠିକ୍‌ ସେହିପରି ଏବେ ମଧ୍ୟ ସେ ଏକ ପୋଷ୍ଟ କରିଛନ୍ତି । ହେଲେ ଏହି ପୋଷ୍ଟ ସେୟାର ହେବା ପରେ ବିଗ ବିଙ୍କୁ ଧମକ ମିଳୁଛି । ବାସ୍ତବରେ, ଟିମ୍ ଇଣ୍ଡିଆ ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍ ଜିତିବା ପରେ ଅମିତାଭ ବଚ୍ଚନ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'ଯେତେବେଳେ ମୁଁ ମ୍ୟାଚ୍ ଦେଖୁ ନାହିଁ... ତେବେ ଆମେ ଜିତୁ'। ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ବର୍ତ୍ତମାନ ଅମିତାଭ ବଚ୍ଚନଙ୍କୁ ଚେତାବନୀ ଦେଉଛନ୍ତି ।

  • Dont watch final match please sir 🙏

    — Lohith_Rebelified🔥🦖 (@Rebelism_18) November 15, 2023 " class="align-text-top noRightClick twitterSection" data=" ">

ବିଗ୍ ବିଙ୍କୁ 'ଧମକ' ମିଳିଲା

ବର୍ତ୍ତମାନ ସୋସିଆଲ୍ ମିଡିଆରେ ବିଗ୍ ବି'ଙ୍କ ଏହି ଏକ୍ସ ପୋଷ୍ଟରେ ଲୋକମାନେ ତାଙ୍କୁ ହାତ ଯୋଡିଥିବା ଇମୋଜୀ ଦେଇ କମେଣ୍ଟ୍‌ ଦେଉଛନ୍ତି ଯେ, ସେ ସେମିଫାଇନାଲରେ ଯେମିତି କରିଥିଲେ ସେମିତି ଫାଇନାଲ୍ ମ୍ୟାଚ୍‌ରେ ମଧ୍ୟ କରିବା ଉଚିତ । ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ଆପଣଙ୍କୁ ହାତଯୋଡି ଅନୁରୋଧ କରୁଛି ଯେ ଫାଇନାଲ୍ ମ୍ୟାଚ୍ ମଧ୍ୟ ଦେଖନ୍ତୁ ନାହିଁ । ଆଉ ଜଣେ ଚେତାବନୀ ଦେଇ ଲେଖିଛନ୍ତି, ଯଦି ଆପଣ ଟିମ୍ ଇଣ୍ଡିଆର ଅନ୍ତିମ ମ୍ୟାଚ୍ ଦେଖନ୍ତି ତେବେ ଭଲ ହେବନି । ଅନ୍ୟ ଜଣେ ଲେଖିଛନ୍ତି, ସାର୍, ଆପଣ ମଧ୍ୟ ରବିବାର ଦିନ ସମାନ କୌଶଳ ଆପଣାନ୍ତୁ । ସେହିପରି ଆଉ ଜଣେ ଲେଖିଛନ୍ତି, ଏବେ ଜଣାପଡ଼ିଲା । ଆପଣ କାହିଁକି ରେଖାଙ୍କୁ ହରାଇଛନ୍ତି । କାରଣ ଆପଣ ତାଙ୍କୁ ସବୁବେଳେ ଦେଖୁଥିଲେ ।

ଏହା ମଧ୍ୟ ପଢନ୍ତୁ: ବିରାଟଙ୍କ ଐତିହାସିକ ଶତକ: ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା, କହିଲେ 'ତୁମେ ସତରେ ଭଗବାନଙ୍କ ସନ୍ତାନ'

ସେପଟେ ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ଟିମ୍‌ ଇଣ୍ଡିଆର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସାଉଥ ଲୋକପ୍ରିୟ ନିର୍ମାତା ତଥା ଆରଆରଆର ନିର୍ଦ୍ଦେଶକ ରାଜାମୌଲି, ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ, ଅଭିନେତ୍ରୀ କିଆରା ଆଡଭାନୀ, ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ଅଜୟ ଦେବଗନ, ବିକି କୌଶଲ, ଆଯୁଷ୍ମାନ ଖୁରାନାଙ୍କ ସମେତ ଅନେକ ସେଲିବ୍ରିଟି ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି । ​

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.