ETV Bharat / entertainment

OMG 2: ନୂଆ ପୋଷ୍ଟର ଆଉଟ, ମହାଦେବଙ୍କ ଅବତାରରେ ଅକ୍ଷୟ କୁମାର

author img

By

Published : Jul 3, 2023, 5:08 PM IST

OMG 2 ନୂଆ ପୋଷ୍ଟର ଆଉଟ, ମହାଦେବଙ୍କ ଅବତାରରେ ଅକ୍ଷୟ କୁମାର
OMG 2 ନୂଆ ପୋଷ୍ଟର ଆଉଟ, ମହାଦେବଙ୍କ ଅବତାରରେ ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ 'ଓଏମଜି-୨'ର ନୂଆ ପୋଷ୍ଟର ରିଲିଜ ହୋଇଛି । ଦମଦାର ପୋଷ୍ଟରେ ଅଭିନେତା ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ

ମୁମ୍ବାଇ: 11ବର୍ଷ ପରେ ପୁଣି ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି 2'। ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରରେ ଭଗବାନ ଶିବଙ୍କ ରୂପରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରି ଅକ୍ଷୟ ଖୁବଶୀଘ୍ର ଟିଜର ରିଲିଜ ହେବା ନେଇ ସୂଚନା ଦେଇଛନ୍ତି ।

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଓ ମାଇ ଗଡ 2'ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ ଅକ୍ଷୟ କୁମାର ଭଗବାନ ଶିବ ଅବତାରରେ ନଜର ଆସିଛନ୍ତି । ପୋଷ୍ଟର ସହ ଅକ୍ଷୟ କୁମାର କ୍ୟାପସନରେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଅକ୍ଷୟ ଲେଖିଛନ୍ତି, "କିଛି ଦିନ ମଧ୍ୟରେ 11 ଅଗଷ୍ଟରେ ସିନେମାହଲରେ 'ଓ ମାଇ ଗଡ 2'। ଏଥିସହ ଟିଜର ମଧ୍ୟ ଖୁବଶୀଘ୍ର ରିଲିଜ ହେବ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ରିଲିଜ୍ ହେବା ମାତ୍ରେ ଫିଲ୍ମ ବିଷୟରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି । ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ମୁଁ ଏହି ଚଳଚ୍ଚିତ୍ର ନେଇ ମୁଁ ବହୁ ଉତ୍ସାହିତ ଅଛି'। ଆଉ ଜଣେ ଲେଖିଛନ୍ତି, 'ପୂର୍ବରୁ ବ୍ଲକବଷ୍ଟର'।

ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ 2012 ଚଳଚ୍ଚିତ୍ର 'ଓଏମଜି' ଏକ ସୁପର ହିଟ୍ ଫିଲ୍ମ ହୋଇଥିଲା, ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ପରେଶ ରାୱଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଉଭୟଙ୍କ ଯୋଡ଼ି ଦର୍ଶକ ବୋଶ ପସନ୍ଦ କରିଥିଲେ ବର୍ତ୍ତମାନ ଅକ୍ଷୟ ଏହି ଚଳଚ୍ଚିତ୍ର 'OMG 2' ର ସିକ୍ୱେଲ ସହ ପୁଣି ଧମାକା କରିବାକୁ ଯାଉଛନ୍ତି । ଯାହା 11 ଅଗଷ୍ଟରେ ରିଲିଜ କରିବ । OMG-2ରେ ଅକ୍ଷୟଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅରୁଣ ଗୋବିଲ, ୟାମି ଗୌତମ, ଗୋବିନ୍ଦ ନାମଦେବଙ୍କ ଭଳି ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ହାଉସଫୁଲ୍ 5'ର ଘୋଷଣା କଲେ ଅକ୍ଷୟ କୁମାର, ଦିୱାଲି 2024ରେ ରିଲିଜ୍ ହେବ ଫିଲ୍ମ

ଅନ୍ୟପକ୍ଷରେ, ଅଗଷ୍ଟ 11ରେ ଅଭିନେତା ସନ୍ନି ଦେଓଲଙ୍କ 'ଗଦର 2' ମଧ୍ୟ ରିଲିଜ ହେଉଛି । ଏହା ସହିତ 'ଓ ମାଇ ଗଡ-2' ଏବଂ 'ଗଦର-୨' ମଧ୍ୟରେ କଡା ଟକ୍କର ହେବ । ଓଏମଜି ବ୍ୟତୀତ ଅକ୍ଷୟଙ୍କୁ 'ବଡ଼େ ମିୟାଁ ଛୋଟେ ମିୟାଁ'ରେ ଦେଖିବାକୁ ମିଳିବ । ଯେଉଁଥିରେ ଟାଇଗର ଶ୍ରଫ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଏଥି ସହିତ କିଛି ଦିନ ପୂର୍ବରୁ ଅକ୍ଷୟ 'ହାଉସଫୁଲ-5' ର ପୋଷ୍ଟର ମଧ୍ୟ ରିଲିଜ କରିଥିଲେ । ଯାହା ତାଙ୍କର ହିଟ୍ ଫ୍ରାଞ୍ଚାଇଜ୍ ହାଉସଫୁଲ୍‌ର ପଞ୍ଚମ ଚଳଚ୍ଚିତ୍ର ହେବ, ଏହି ଚଳଚ୍ଚିତ୍ର 2024 ଦିୱାଲୀରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.