ETV Bharat / entertainment

Adah Sharma: ଡାକ୍ତରଖାନାରେ ଭର୍ତ୍ତି 'ଦ କେରଳ ଷ୍ଟୋରୀ' ଫେମ୍‌ ଅଭିନେତ୍ରୀ ଅଦା ଶର୍ମା

author img

By

Published : Aug 2, 2023, 8:44 PM IST

ଡାକ୍ତରଖାନାରେ ଭର୍ତ୍ତି 'ଦ କେରଳ ଷ୍ଟୋରୀ ଫେମ' ଅଭିନେତ୍ରୀ ଅଦା ଶର୍ମା
ଡାକ୍ତରଖାନାରେ ଭର୍ତ୍ତି 'ଦ କେରଳ ଷ୍ଟୋରୀ ଫେମ' ଅଭିନେତ୍ରୀ ଅଦା ଶର୍ମା

'ଦ କେରଳ ଷ୍ଟୋରୀ' ଏବଂ 'କମାଣ୍ଡୋ' ଫେମ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ପ୍ରମୋଶନ ପୂର୍ବରୁ ବିଗିଡିଲା ସ୍ୱାସ୍ଥ୍ୟ । ଗୁରୁତର ହେବାରୁ ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଛି । ମଙ୍ଗଳବାର ରାତିରେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • " class="align-text-top noRightClick twitterSection" data="">

ଖୁବଶୀଘ୍ର 'କମାଣ୍ଡୋ' ଧାରାବାହିକରେ ନଜର ଆସିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିର୍ମାତା କହିଛନ୍ତି ଯେ, ଏହି ଅଭିନେତ୍ରୀ 'କମାଣ୍ଡୋ'କୁ ନେଇ ଜୋରଦାର ପ୍ରମୋଶନ କରୁଥିଲେ। ଏହି ସମୟରେ ସେ ବାହାର ଖାଦ୍ୟ ଖାଇଥିଲେ । ଏହି ସମୟରେ ସେ ଖାଦ୍ୟ ଏବଂ ପାନୀୟ ପାଇଁ ତାଙ୍କୁ ଆଲର୍ଜି ହୋଇଛି । ଅଦା ମଙ୍ଗଳବାର ସକାଳେ କମାଣ୍ଡୋ ସିରିଜ୍ ପ୍ରମୋଶନ କରିବାକୁ ଯିବା ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ଯିବାକୁ ପଡୁଥିଲା। ତେବେ ଅଦା ଶର୍ମା ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି । ତାଙ୍କର ପରୀକ୍ଷା ଚାଲିଛି ।

ସୂଚନା ଥାଉ କି, ନିକଟରେ କମାଣ୍ଡୋ ସିରିଜର ଏକ ଦମଦାର ଟ୍ରେଲର ରିଲିଜ୍ ହୋଇଥିଲା, ଯେଉଁଥିରେ ଅଦା ଶର୍ମା ଆକ୍ସନ କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ସେ ଭାବନା ରେଡ୍ଡୀ ନାମକ ଜଣେ ମହିଳା ଏଜେଣ୍ଟ୍‌ ଭୂମିକାରେ ଅଭିନୟ କରୁଛନ୍ତି । ଏହା ଏକ ଆକ୍ସନ୍-ଥ୍ରୀଲର ସିରିଜ୍, ଯେଉଁଥିରେ ଅଭିନେତା ପ୍ରେମ ପରିଜା ଏହି ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରେମ ଏବଂ ଅଦାଙ୍କ ସହ ଅମିତ ସିଆଲ, ତିଗ୍‌ମାଂଶୁ ଧୂଲିଆ ଏବଂ ମୁକେଶ ଛାବ୍ରା ଏହି ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: The Kerala Story ଅଭିନେତ୍ରୀଙ୍କ କଣ୍ଟାକ୍ଟ ନମ୍ବର ଲିକ୍, ମିଳୁଛି ହତ୍ୟା ଧମକ

ମେ' 5ରେ ରିଲିଜ ହୋଇଥିବା 'ଦ କେରଳ ଷ୍ଟୋରୀ'ରେ ଅଦା ଶର୍ମାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିବା ସହ ରେକର୍ଡ ସୃଷ୍ଟି କରିଥିଲା । ସୁଦୀପ୍ତୋ ସେନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ବିପୁଲ୍ ଶାହାଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମିତ କରାଯାଇଥିଲା । ଟ୍ରେଲର ରିଲିଜ ପରେ ଫିଲ୍ମକୁ ବିବାଦ ସୃଷ୍ଟି ହୋଇଥିଲା । 'ଦ କେରଳ ଷ୍ଟୋରୀ'ର ଟ୍ରେଲରରେ ଦାବି କରାଯାଇଥିଲା ଯେ, କେରଳର 32 ହଜାର ଯୁବତୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରୁ ସେମାନଙ୍କୁ ISIS ଯୋଗଦେବାକୁ ପଠାଯାଇଛି । କିନ୍ତୁ ଯେତେବେଳେ ଫିଲ୍ମ ବିବାଦ ଭିତରକୁ ଆସିଲା, ନିର୍ମାତାମାନେ ଏହି ସଂଖ୍ୟାକୁ ୩ ଯୁବତୀରେ ବଦଳାଇଲେ । ଅନେକ ବିବାଦ ପରେ ବି ବେଶ ପ୍ରଶଂସା ସାଉଁଟି ଭଲ କଲେକ୍ସନ କରିଥିଲା ଏହି ଫିଲ୍ମ । ତେବେ ଅଦାଙ୍କ ଏହି ଆଗାମୀ ସିରିଜ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି । ଅଦାଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନିଆ ବାଲାନି, ଯୋଗିତା ବିହାନୀ ଏବଂ ସିଦ୍ଧ ଇଡନାନୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.