ETV Bharat / entertainment

ବାବା କେଦାରନାଥଙ୍କ ଦର୍ଶନ କଲେ ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

author img

By ETV Bharat Odisha Team

Published : Oct 17, 2023, 11:02 AM IST

actress jacqueline fernandez
actress jacqueline fernandez

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ମନ୍ଦିର ପରିଦର୍ଶନ ସମୟରେ ଜ୍ୟାକଲିନଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ଡେରାଡୁନ: ବାବା କେଦରନାଥଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିଥାଏ । ଫିଲ୍ମି ତାରକା ହୁଅନ୍ତୁ ଅବା ଖେଳାଳି କିମ୍ବା ରାଜନେତା ସମସ୍ତେ କେଦରନାଥଙ୍କ ଆଶୀର୍ବାଦ ନେବା ପାଇଁ ଆସିଥାଆନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ବାବା ବଦ୍ରିନାଥ ଓ କେଦାରନାଥଙ୍କ ଶରଣରେ ରାନୀ ମୁଖାର୍ଜୀ

ତେବେ ଗତ ଦୁଇ ଦନ ହେବ କେଦାରନାଥରେ ତୁଷାରପାତ ଜାରି ରହିଛି । ଏହା ସତ୍ତ୍ବେ ଗତକାଲି(ସୋମବାର) ଜ୍ୟାକଲିନ୍‌ ଏକ ବିମାନ ଯୋଗେ ଭଗବାନ କେଦାରନାଥଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ସେ ଭଗବାନ କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । କେଦାରନାଥ ଉତ୍ଥାନ ଚାରିଟେବୁଲ ଟ୍ରଷ୍ଟର ସଚିବ ଓ ବିକେଟିସିର ମୁଖ୍ୟ କାର୍ଯ୍ୟାଧିକାରୀ ଯୋଗେନ୍ଦ୍ର ସିଂ ଜ୍ୟାକଲିନ ଙ୍କୁ ସ୍ବାଗତ କରିଥିଲେ । ତେବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ କେଦାରନାଥ ପରିଦର୍ଶନ କରିନାହାଁନ୍ତି ବରଂ ସେଠାରେ ପରିବେଶକୁ ମଧ୍ୟ ବେଶ ଉପଭୋଗ କରିଛନ୍ତି । ଏହି ସମୟରେ ଜ୍ୟାକଲିନଙ୍କୁ ପାରମ୍ପରିକ ଲୁକ୍‌ରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- World Cup 2023: ଭାରତର ବିଜୟ କାମନା କରି କେଦାରନାଥରେ ଋଷବ ପନ୍ତଙ୍କ ପୂଜାର୍ଚ୍ଚନା

ଅନ୍ୟପଟେ ମନ୍ଦିର ପରିଦର୍ଶନ ସମୟରେ ଜ୍ୟାକଲିନ୍‌ଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏଥିସହ ଅଭିନେତ୍ରୀ ଫ୍ୟାନ୍ସଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ମନ୍ଦିର କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌ସି ତିୱାରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରଭୁ କେଦାରନାଥଙ୍କ ପ୍ରସାଦ ଦେବା ସହ ରୁଦ୍ରାକ୍ଷ ମାଳ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ଗତ ଅକ୍ଟୋବର ୧୩ ତାରିଖରେ ଅଭିନେତ୍ରୀ ରାନୀ ମୁଖାର୍ଜି ମଧ୍ୟ କେଦାରନାଥ ଧାମ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ବଦ୍ରିନାଥା ଯାଇ ବଦ୍ରି ବିଶାଲଙ୍କର ଦର୍ଶନ କରିଥିଲେ । ଏନେଇ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ରାନୀ ମୁଖାର୍ଜୀଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ସେହିପରି ଏହା ପୂର୍ବରୁ ଅକ୍ଟୋବର 11ରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ବାବା କେଦାରଙ୍କ ଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.