ETV Bharat / entertainment

ନିର୍ବନ୍ଧ ମୁଦି ଫ୍ଲଣ୍ଟ କଲେ ଇରା ଖାନ୍‌, ବୟଫ୍ରେଣ୍ଡଙ୍କ ସହ ହେଲେ ରୋମାଣ୍ଟିକ୍‌

author img

By

Published : Oct 3, 2022, 7:03 AM IST

ନିର୍ବନ୍ଧ ମୁଦି ଫ୍ଲଣ୍ଟ କଲେ ଅମିର ଖାନଙ୍କ ଲାଡଲି ଇରା ଖାନ୍‌ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ନିର୍ବନ୍ଧ ମୁଦି ଫ୍ଲଣ୍ଟ କଲେ ଇରା ଖାନ୍‌, ବୟଫ୍ରେଣ୍ଡ ନୁପୁରଙ୍କ ସହ ହେଲେ ରୋମାଣ୍ଟିକ୍‌
ନିର୍ବନ୍ଧ ମୁଦି ଫ୍ଲଣ୍ଟ କଲେ ଇରା ଖାନ୍‌, ବୟଫ୍ରେଣ୍ଡ ନୁପୁରଙ୍କ ସହ ହେଲେ ରୋମାଣ୍ଟିକ୍‌

ମୁମ୍ବାଇ: ଅମିର ଖାନଙ୍କ ଲାଡଲି ଝିଅ ଇରା ଖାନ୍‌ ଲୋକପ୍ରିୟ ଷ୍ଟାର କିଡଙ୍କ ମଧ୍ୟରୁ ଅନ୍ୟତମ । ଇରା (Ira Khan) ଏପର୍ଯ୍ୟନ୍ତ ବଲିଉଡରେ ଏଣ୍ଟ୍ରି କରିନାହାନ୍ତି, କିନ୍ତୁ ସେ ସବୁବେଳେ ଲାଇମଲାଇଟ୍‌ରେ ରୁହନ୍ତି । ନିକଟରେ ଇରା ତାଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ଥିଲେ। ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଇରା ଏବଂ ନୁପୁର ଶିଖରେ (Nupur Shikhare) ଶେଷରେ ନିର୍ବନ୍ଧ କରିଛନ୍ତି।

ନିର୍ବନ୍ଧ ମୁଦି ଫ୍ଲଣ୍ଟ କଲେ ଇରା ଖାନ୍‌
ନିର୍ବନ୍ଧ ମୁଦି ଫ୍ଲଣ୍ଟ କଲେ ଇରା ଖାନ୍‌

ଆଥଲେଟିକ୍ ଇଭେଣ୍ଟରେ ନୁପୁର ଆଣ୍ଠୁ ମାଡି ବସି ଏକ ରୋମାଣ୍ଟିକ୍‌ ଅନ୍ଦାଜରେ ଇରାଙ୍କୁ ପ୍ରପୋଜ କରିଥିଲେ । ଏଥିସହିତ, ଇରା ମଧ୍ୟ ନୁପୁରଙ୍କ ପ୍ରେମକୁ ଗ୍ରହଣ କରିବାରେ ବିଳମ୍ବ କରିନଥିଲେ । ଏହି ଯୋଡି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ଇରା ଫ୍ଲଣ୍ଟ କଲେ ନିର୍ବନ୍ଧ ମୁଦି

ନୁପୁର-ଇରା ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ଆଉଟିଂ ଫଟୋ ସେୟାର କରନ୍ତି । ବର୍ତ୍ତମାନ ନୁପୁର ପୁଣିଥରେ ତାଙ୍କ ଆଉଟିଂର ଝଲକ ଦେଖାଇଛନ୍ତି । ଏହି ସୁନ୍ଦର ଭିଡିଓରେ, ଇରା ତାଙ୍କ ନିର୍ବନ୍ଧ ମୁଦିର ଝଲକ ଦେଖାଇଥିଲେ । ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ନୁପୁର ଏବଂ ଇରା ଏକାଠି ସୁନ୍ଦର ମୁହୂର୍ତ୍ତ ଅତିବାହିତ କରୁଛନ୍ତି । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବାରେ ସେମାନେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ଏହି ଭିଡିଓ ସେୟାର କରି ନୁପୁର ଲେଖିଛନ୍ତି,I'm Good ❤️ @khan.ira ❤️🥰।

ଏହାପୂର୍ବରୁ ଇରା ଭାବି ସ୍ବାମୀ ନୁପୁର ଶିଖରଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ । ନୁପୁର ଶିଖର ଏବଂ ଇରା ଖାନଙ୍କ ବିଷୟରେ ସବୁଠୁ ଖାସ୍‌ କଥା ହେଉଛି ଏହି ଯୋଡି ପରସ୍ପରକୁ ସ୍ୱତନ୍ତ୍ର ଅନୁଭବ କରିବାରେ ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ ଅଟନ୍ତି । ଇରାଙ୍କ ବାପା ତଥା ବଲିଉଡ ସୁପରଷ୍ଟାର ଅମିର ଖାନ ମଧ୍ୟ ଏହି ଯୋଡିଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି ।

ଏହା ବି ପଢନ୍ତୁ: ବିବାହ ବନ୍ଧନରେ ବାନ୍ଧି ହେବେ ଅମିର ଖାନଙ୍କ ଲାଡଲି ଇରା, ସରିଲା ନିର୍ବନ୍ଧ

ତେବେ ଆପଣ ଆଗରୁ ଇରା ଖାନଙ୍କ ବିଷୟରେ ଜାଣିଥିବେ । ଅନ୍ୟ ପଟେ, ଯଦି ଆମେ ନୁପୁର ଶିଖର ବିଷୟରେ କଥା ହେବା ତ, ସେ ସେଲିବ୍ରିଟିଙ୍କୁ ଫିଟନେସ୍ ଟ୍ରେନିଂ ଦିଅନ୍ତି । ଫିଟନେସରେ ପାରଦର୍ଶୀ ହେବା ବ୍ୟତୀତ ସେ ନୃତ୍ୟରେ ମଧ୍ୟ ମାହିର ଅଟନ୍ତି । ଏହା ବ୍ୟତୀତ ସେ ରାଜ୍ୟ ସ୍ତରୀୟ ଟେନିସ୍ ଖେଳାଳି ମଧ୍ୟ ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.