ବିବାହ ବନ୍ଧନରେ ବାନ୍ଧି ହେବେ ଅମିର ଖାନଙ୍କ ଲାଡଲି ଇରା, ସରିଲା ନିର୍ବନ୍ଧ

author img

By

Published : Sep 23, 2022, 11:18 AM IST

Updated : Sep 23, 2022, 12:20 PM IST

ବିବାହ ବନ୍ଧନରେ ବାନ୍ଧି ହେବେ ଅମିର ଖାନଙ୍କ ଲାଡଲି ଝିଅ ଇରା, ସରିଲା ନିର୍ବନ୍ଧ

ସରିଲା ନିର୍ବନ୍ଧ । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅମିର ଖାନଙ୍କ ଲାଡଲି ଇରା ଖାନ ଏବଂ ନୁପୁର ଶିଖରେ (Ira Khan Nupur Video) ।

ହାଇଦ୍ରାବାଦ: ଗତ କିଛି ଦିନ ହେବ ଅଭିନେତା ଅମିର ଖାନଙ୍କ ଲାଡଲି ଇରା ଖାନ (Ira Khan) ଏବଂ ନୁପୁର ଶିଖରେ (Nupur Shikhare)ଙ୍କ ରିଲେସନସିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚା ଖୁବ୍ ଶୀଘ୍ର ସତ ହେବାକୁ ଯାଉଛି । କାରଣ ଗତକାଲି ଇରା ଖାନ ଏବଂ ନୁପୁର ଶିଖରେଙ୍କ ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧର ଏକ ଭିଡିଓ ଇରା ଖାନ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଇରା ଖାନ୍ ଏବଂ ନୁପୁର ଶିଖରେଙ୍କ ନିର୍ବନ୍ଧ

ଅମିର ଖାନଙ୍କ ଝିଅ ତାଙ୍କର ଦୀର୍ଘ ଦିନର ପ୍ରେମିକ ନୁପୁର ଶିଖରେଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ଯାଉଛନ୍ତି । ଇରା ନିଜେ ଭିଡିଓ ସେୟାର କରି ନିଜର ନିର୍ବନ୍ଧର ଘୋଷଣା କରିଛନ୍ତି । ଭିଡିଓରେ ନୁପୁର ଆଣ୍ଠୁ ମାଡି ବସି ଇରାଙ୍କୁ ପ୍ରପୋଜ କରୁଥିବାର ନଜର ଆସିଛନ୍ତି । ଇରା ଏବଂ ନୁପୁରଙ୍କ ଏହି ଭିଡିଓ (Ira Khan Nupur Video) ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖନୀୟ ଯେ, ଇରା 2020 ମସିହାରୁ ନୁପୁରଙ୍କୁ ଡେଟ କରୁଛନ୍ତି । ନୁପୁର ଜଣେ ଫିଟନେସ୍ ପ୍ରଶିକ୍ଷକ । ଉଭୟଙ୍କ ଯୋଡିକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ।

ରୋମାଣ୍ଟିକ୍ ନିର୍ବନ୍ଧ ଭିଡିଓ

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ନୁପୁର ଏକ ଇଭେଣ୍ଟରେ ଇରାଙ୍କୁ ପ୍ରପୋଜ କରିଛନ୍ତି । ଭିଡିଓରେ ସେ ଗର୍ଲଫ୍ରେଣ୍ଡ ଇରାଙ୍କ ପାଖକୁ ଯାଉଛନ୍ତି । ଏହାପରେ ନୁପୁର ଇରାକୁ ଏକ ମୁଦି ପିନ୍ଧାଇଛନ୍ତି । ଆଣ୍ଠୁ ମାଡି ବସି ଇରାଙ୍କୁ ନୁପୁର ପ୍ରସ୍ତାବ ଦେଇଛନ୍ତି । ଯାହା ପରେ ଉଭୟ 'ହଁ' କୁହନ୍ତି । ଏହାପରେ ଉଭୟେ ପରସ୍ପରକୁ କିସ୍‌ କରିଛନ୍ତି । ଏହି ରୋମାଣ୍ଟିକ୍‌ ମୁହୂର୍ତ୍ତକୁ ସେୟାର କରି ଇରା ଲେଖିଛନ୍ତି - 'ପୋପାଏ - ସେ ହଁ କହିଛନ୍ତି । ଇରା- ହଁ ମୁଁ ହଁ କହିଲି ।

ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ଉଲ୍ଲେଖନୀୟ କଥା ହେଉଛି, ବଲିଉଡରେ ପାଦ ନଦେଇ ଇରା ଖାନ ଏକ ସୋସିଆଲ ମିଡିଆ ଷ୍ଟାର ହୋଇଯାଇଛନ୍ତି । ଏହି ଷ୍ଟାର କିଡ୍ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଜଡିତ ଥାନ୍ତି । ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଇରା ଖାନଙ୍କ ଏହି ଖାସ୍‌ ଭିଡିଓରେ ପ୍ରେମ ବର୍ଷା କରିଛନ୍ତି । ଇରାଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଫାତିମା ସନା ଶେଖ ଲେଖିଛନ୍ତି- ଏହା ମୁଁ ଦେଖିଛି ସବୁଠାରୁ ସୁନ୍ଦର ଜିନିଷ, ଉଫ୍‌...। ନୁପୁର ଶିଖରେ ବହୁତ ଫିଲ୍ମୀ ଉଫ୍‌...। ଏଥି ସହିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଲେଖିଛନ୍ତି - ଓଏମଜି ମୁବାରକ ହୋ ।

Last Updated :Sep 23, 2022, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.